ପଦ୍ମନାଭପୁୁର ପ୍ରାଥମିକ ବିଦ୍ୟାଳୟର ୯୨ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ

March 07, 2021, ଓଡ଼ିଶା, ଗଞ୍ଜାମ, Kiran Behera
ପଦ୍ମନାଭପୁୁର ପ୍ରାଥମିକ ବିଦ୍ୟାଳୟର ୯୨ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ
Kiran Behera
[ Reporter,Digapahandi ]
Bhagyaprabha News Bureau
March 07, 2021

ରବିବାର ପୂର୍ବାହ୍ନରେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପଦ୍ମନାଭପୁୁର ପ୍ରାଥମିକ ବିଦ୍ୟାଳୟର ଅଧ୍ୟୟନ ୯୨ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଥିବା ନେଇ ବିଦ୍ୟାଳୟ ପରିସରରେ ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପଦ୍ମନାଭପୁୁର କ୍ଳଷ୍ଟର ଗୋଷ୍ଠୀ ସମ୍ବଳ ଶିକ୍ଷକ ବଳରାମ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଏବିଇଓ ବାଳା ମାଝୀ, ବିଶ୍ରବା ପାଇକ, ପଦ୍ମନାଭପୁୁର ସରପଞ୍ଚ ବି. କ୍ରିଷ୍ଣାରାଓ ସୁବୁଦ୍ଧି ଅତିଥି ଭାବେ ଯୋଗ ଦେଇ ସରକାରଙ୍କ କରୋନା କଟକଣା ଯୋଗୁଁ ବିଦ୍ୟାଳୟରେ ସ୍ବାଭାବିକ ପାଠପଢା ଆରମ୍ଭ ହେବାଯାଏ ଅଭିଭାବକ ମାନେ ଘରେ ପିଲାମାନଙ୍କ ପାଠପଢା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ଅତିଥିବୃନ୍ଦ ପରାମର୍ଶ ଦେଇଥିଲେ । ଏହାପରେ ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ଦେବୀଙ୍କ ସଭାପତିତ୍ବରେ ପୋଷାକ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ ହୋଇଥିବା ବେଳେ ଏଥିରେ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ ୯୨ ଜଣ ଛାତ୍ରୀ , ଜନଜାତି , ଉପଜାତି , ବିପିଏଲ , ଏପିଏଲ୍ ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ ଏକହଳ ପୋଷାକ , ଜୋତା ଓ ଦୁଇହଳ ମୋଜା ଅତିଥିିିମାନଙ୍କ ଦ୍ଵାରା ବଣ୍ଟନ କରାଯାଇଥିବା ଜଣାପଡିଛି । ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ଗିତାଞ୍ଜଳୀ ଜାନୀ , ବାସନ୍ତୀ ରଇତ , ଅନିତା ପାତ୍ର , ବନଶ୍ରୀ ସେଠୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ହୋଟେଲ ନିୟୁ ଭେନ୍ୟୁସ୍ ଉଦଘାଟନ

ହୋଟେଲ ନିୟୁ ଭେନ୍ୟୁସ୍ ଉଦଘାଟନ

Read More...

ପୋଷାକ ବିତରଣ ମେଳାରେ ଯୋଗଦେଲେ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ

ପୋଷାକ ବିତରଣ ମେଳାରେ ଯୋଗଦେଲେ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: