ଦିଗପହଣ୍ଡିରେ ସବୁଜ ପତାକା ଦେଖାଇ କୃଷି ରଥ ଗାଡ଼ିର ଶୁଭାରମ୍ଭ ଦେଲେ ତହସିଲଦାର

April 16, 2021, ଓଡ଼ିଶା, ଗଞ୍ଜାମ, Kiran Behera
ଦିଗପହଣ୍ଡିରେ ସବୁଜ ପତାକା ଦେଖାଇ କୃଷି ରଥ ଗାଡ଼ିର ଶୁଭାରମ୍ଭ ଦେଲେ ତହସିଲଦାର
Kiran Behera
[ Reporter,Digapahandi ]
Bhagyaprabha News Bureau
April 16, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କୃଷି ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁବାର ଦିନ କୃଷିରଥ ପରିକ୍ରମା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ ଦିଗପହଣ୍ଡି ତହସିଲଦାର ଅଦୈତ୍ୟ କୁମାର ସ୍ୱାଇଁ ସବୁଜ ପତାକା ଦେଖାଇ ଉଦଘାଟନ କରିଥିବା ଜଣାପଡ଼ିଛି । ଖବରପ୍ରକାରେ , କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନା ଗୁଡ଼ିକର ପ୍ରଚାର ପ୍ରସାର ସକାଶେ ତଥା ଚାଷୀଙ୍କୁ ସଚେତନ କରାଇବା ନିମନ୍ତେ ଏହି ରଥ ଦିଗପହଣ୍ଡି ବ୍ଲକର ବିଭିନ୍ନ ଗ୍ରାମକୁ ପରିଭ୍ରମଣ କରି ନୃତ୍ୟ ପରିବେଷଣ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ୬ ଦିନ ବ୍ୟାପି ଚାଲିବ ବୋଲି ଜଣାପଡିଛି । ବିଭିନ୍ନ ପଞ୍ଚାୟତକୁ ଏହି କୃଷି ରଥ ପରିକ୍ରମା କରି କୃଷକମାନଙ୍କୁ ସଚେତନ କରାଇବା , ନିୟମିତ ଭାବରେ ଜମିର ମାଟି ପରୀକ୍ଷା କରିବା , ଫସଲ ଉତ୍ପାଦନର ଅଭିବୃଦ୍ଧି ଓ ସାର ପ୍ରୟୋଗ ଉପରେ ଚାଷୀମାନଙ୍କୁ ଅବଗତ କରାଯିବ ବୋଲି ଜଣାପଡିଛି । ଏଥିସହ ନାଟକ ପରିବେଷଣ ସମୟରେ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ସମ୍ପୃକ୍ତ କଳାକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ପଞ୍ଚାୟତର କୃଷକ ସାଥୀମାନଙ୍କୁ ଏହି କାର୍ଯ୍ୟକ୍ରମ ସଂପର୍କରେ ଆଗୁଆ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ବେଳେ ବ୍ଲକ କୃଷି ଅଧିକାରୀ ଆନନ୍ଦ ଚନ୍ଦ୍ର ସାସମଲ , ସହକାରୀ କୃଷି ଅଧିକାରୀ ପଦାରବିନ୍ଦ ସାହୁଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୂର୍ବତନ କମ୍ୟୁନିଷ୍ଟ ବିଧାୟକଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକସଭା

ପୂର୍ବତନ କମ୍ୟୁନିଷ୍ଟ ବିଧାୟକଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକସଭା

Read More...

ଅନଲାଇନ ପରୀକ୍ଷା ଦାବି କରି ଗଞ୍ଜାମ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ବିକ୍ଷୋଭ

ଅନଲାଇନ ପରୀକ୍ଷା ଦାବି କରି ଗଞ୍ଜାମ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ବିକ୍ଷୋଭ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: