ପୂର୍ବତନ କମ୍ୟୁନିଷ୍ଟ ବିଧାୟକଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକସଭା

April 16, 2021, ଓଡ଼ିଶା, ଗଞ୍ଜାମ, Kiran Behera
ପୂର୍ବତନ କମ୍ୟୁନିଷ୍ଟ ବିଧାୟକଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକସଭା
Kiran Behera
[ Reporter,Digapahandi ]
Bhagyaprabha News Bureau
April 16, 2021

ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି 'ଇସକଫ'ର ଜାତୀୟ ସଭାପତି ମଣ୍ଡଳୀ ସଦସ୍ୟ ତଥା ବିଜୟଓ୍ବାଡାର ପୂର୍ବତନ କମ୍ଯୁନିଷ୍ଟ ବିଧାୟକ କେ.ସୁବ୍ବାରାଜୁଙ୍କ ଗତକାଲି ହୃଦଘାତରେ ବିୟୋଗ ଘଟିଥିବା ଜଣାପଡିଛି । ତାଙ୍କରି ଏଭଳି ଦୁଃଖଦ ବିୟୋଗରେ ଇସକଫ ଗଞ୍ଜାମ ଜିଲ୍ଲା ପରିଷଦ ଏବଂ ସିପିଆଇ ଗଞ୍ଜାମ ଜିଲ୍ଲା ପରିଷଦ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି ।ଇସକଫ ଜିଲ୍ଲା ସଭାପତି ଆଇନଜୀବି ହରପ୍ରସାଦ ରଥ ମୈତ୍ରୀ ଆନ୍ଦୋଳନରେ ଏକ ବିରାଟ ଶୂନ୍ଯସ୍ଥାନ ସୃଷ୍ଟି ହୋଇଥିବା କହିଥିବା ବେଳେ ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ତାଙ୍କ ଶୋକ ବାର୍ତ୍ତାରେ ଅଗଣିତ ମେହନତୀ ମଣିଷର ଶାଣିତ ସ୍ବର ସବୁଦିନ ପାଇଁ ଲିଭିଗଲା ବୋଲି କହିଛନ୍ତି । ସେହିଭଳି ବରିଷ୍ଠ ନେତା ପ୍ରଶାନ୍ତ ପାଟ୍ଟଯୋଶୀ , ଗୋକୁଳ ଚନ୍ଦ୍ର ପଣ୍ଡା , ପୂର୍ବତନ ବିଧାୟକ ଏନ.ନାରାୟଣ ରେଡି , ଅଶୋକ ଚୌଧୁରୀ , ଶ୍ରୀହର୍ଷ ରଥ , ରଙ୍କନାଥ ସ୍ବାଇଁ , ବିଦେଶୀ ନାହାକ , ଅଳକନାଥ ମିଶ୍ର , ପୀତବାସ ମହାପାତ୍ର , ହୃଷିକେଶ ମହାନ୍ତି , ପଞ୍ଚାନନ ସ୍ବାଇଁ , ତପନ ମିଶ୍ର , କିଶୋର ଶତପଥୀ , କୈଳାସ ପଲେଇ , ନୀଳକଣ୍ଠ ଦାଶ , ପ୍ରଦୀପ ସେଠୀ , ସିମାଞ୍ଚଳ ବେହେରା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିମଖଣ୍ଡିପେଣ୍ଠରେ ହାତପାହାନ୍ତରେ ତହସିଲ ସେବା କାର୍ଯ୍ୟକ୍ରମ

ନିମଖଣ୍ଡିପେଣ୍ଠରେ ହାତପାହାନ୍ତରେ ତହସିଲ ସେବା କାର୍ଯ୍ୟକ୍ରମ

Read More...

ଦିଗପହଣ୍ଡିରେ ସବୁଜ ପତାକା ଦେଖାଇ କୃଷି ରଥ ଗାଡ଼ିର ଶୁଭାରମ୍ଭ ଦେଲେ ତହସିଲଦାର

ଦିଗପହଣ୍ଡିରେ ସବୁଜ ପତାକା ଦେଖାଇ କୃଷି ରଥ ଗାଡ଼ିର ଶୁଭାରମ୍ଭ ଦେଲେ ତହସିଲଦାର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: