ମୋଦିଙ୍କ ନିକଟକୁ ନିଜେ ପ୍ରସ୍ତୁତ କରିଥିବା କ୍ଷୁଦ୍ର ରାମ ମନ୍ଦିର ପଠେଇବେ ଦିଲୀପ

April 19, 2021, ଓଡ଼ିଶା, , Gouri Shankar Mishra
 ମୋଦିଙ୍କ ନିକଟକୁ ନିଜେ ପ୍ରସ୍ତୁତ କରିଥିବା କ୍ଷୁଦ୍ର ରାମ ମନ୍ଦିର ପଠେଇବେ ଦିଲୀପ
Gouri Shankar Mishra
[ Video Journalist ]
Bhagyaprabha News Bureau
April 19, 2021

ବ୍ରହ୍ମପୁରର କୁନି କ୍ଷୁଦ୍ର କାଷ୍ଟଶିଳ୍ପୀ ଦିଲୀପ ମହାରଣା ନିଜର ପ୍ରଚେଷ୍ଟା ବଳରେ ଗଢି ଚାଲିଛନ୍ତି ବିଭିନ୍ନ କୀର୍ତ୍ତିମାନ। ତେବେ ଦଶହରା ସମୟରେ ମା ଦୁର୍ଗାଙ୍କର ଏକ ଇଞ୍ଚ ବିଶିଷ୍ଟ କାଠରେ ତିଆରି ମା ଦୁର୍ଗାଙ୍କର ପ୍ରତିମା ଯାହା ଇଣ୍ଡିଆ ବୁକ ଏବଂ ଏସିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନିତ ହୋଇ ବ୍ରହ୍ମପୁର ମାଟି ପାଇଁ ଆଣିଥିଲା ଗୌରବ। ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ତାହା ବିଶ୍ୱର କ୍ଷୁଦ୍ରତମ ମୂର୍ତ୍ତି ବୋଲି ସ୍ଥାନିତ ହୋଇଥିଲା। ତେବେ ଦିଲୀପ ଆଗାମୀ ରାମ ନବମୀ ଅବସରରେ ତିନି ଇଞ୍ଚ ଉଚ୍ଚତା ବିଶିଷ୍ଠ ପ୍ରଭୁ ଶ୍ରୀ ରାମଙ୍କର ଏକ ଅବିକଳ ମନ୍ଦିର ମଡେଲ ତିଆରି କରିଛନ୍ତି। ଉତ୍ତର ପ୍ରଦେଶର ଅଯୋଧ୍ୟାର ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରାମ ମନ୍ଦିରର ନିର୍ମାଣ ପଛରେ ହିନ୍ଦୁ ମାନଙ୍କର ଭାବାବେଗକୁ ସମ୍ମାନ ଜଣାଇ ସେ ରାମ ନବମୀ ଅବସରରେ ଏଭଳି ଶ୍ରୀ ରାମଙ୍କର ମନ୍ଦିର ନିର୍ମାଣ କରିଥିବାର ପ୍ରକାଶ କରିଛନ୍ତି। ଦିଲୀପ କାଠରେ ତିଆରି କରିଥିବା ଅନେକ କଳାକୃତି ମଧ୍ୟରେ ରାମ ମନ୍ଦିର ନିର୍ମାଣ କରିବା ପ୍ରକୃତରେ କଷ୍ଟ ସାଧ୍ୟ ଥିଲା ଏବଂ ଏହାକୁ ନିର୍ମାଣ କରିବାକୁ ତାଙ୍କୁ ଏକ ସପ୍ତାହରୁ ମଧ୍ୟ ଅଧିକା ସମୟ ଲାଗିଥିବା ସେ କହିଛନ୍ତି। ଅଯୋଧ୍ୟା ଭବ୍ୟ ରାମ ମନ୍ଦିରର ସମ୍ପୂର୍ଣ୍ଣ ଅବିକଳ ଢାଞ୍ଚା ସେ ଗୁଗଲରୁ ଯାହା ସବୁ ତଥ୍ୟ ରାମ ମନ୍ଦିର ସମ୍ପର୍କରେ ପାଇଲେ ସେ ଅନୁସାରେ ସେ ତିଆରି କରିବାକୁ ଚେଷ୍ଟା କରିଛନ୍ତି। ରାମ ମନ୍ଦିରର ସମସ୍ତ ୮୪ ଖମ୍ବ ସମେତ ମୁଖ୍ୟ ମନ୍ଦିର ବେଢା ପାଶ୍ୱ ମନ୍ଦିର ଚାରିଟି ଗମ୍ବୁଜ ସହ ଅବିକଳ ଯାହା ରାମ ମନ୍ଦିର ତାହାର ମଡେଲ ତିଆରି କରିଛନ୍ତି। ଏହା ରାମ ମନ୍ଦିରର ସବୁଠାରୁ କ୍ଷୁଦ୍ରତମ ମଡେଲ ବୋଲି ସେ କହିଛନ୍ତି। ଏଭକି କଳାକୃତି ଦେଖି ଦିଲୀପଙ୍କ ଅଞ୍ଚଳ ବାସୀ ତାଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି।ସେ ଏହି ମନ୍ଦିରକୁ ଏସିଆ ବୁକ ଅଫ ରେକର୍ଡ୍ସ ଏବଂ ଗିନିଜ ବୁକ ପାଇଁ ଆବେଦନ କରିଛନ୍ତି। ଯଦି କେବେ ସୁଯୋଗ ମିଳେ ଦିଲୀପ ଏହି ମଡେଲକୁ ଧର୍ମେନ୍ଦ୍ର ପ୍ରଧାନଙ୍କର ମାଧ୍ୟମରେ ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପହାର ଭାବରେ ଦେବା ପାଇଁ ଆଶା କରିଛନ୍ତି। ପ୍ରଭୁ ଶ୍ରୀ ରାମଙ୍କର ଏହି ମନ୍ଦିର ତିଆରିରେ ଦିଲୀପଙ୍କୁ ତାଙ୍କ ବାପା ଭଗବାନ ଏବଂ ଭାଇ ମନୋଜ ସହଯୋଗ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶଶୁର ଘରେ ସ୍ତ୍ରୀକୁ ଦୁର୍ବ୍ୟବହାର ଓ ମାଡ଼ ମାରିବା ମାମଲା : ଅଭିଯୁକ୍ତ ସ୍ବାମୀ ଗିରଫ

ଶଶୁର ଘରେ ସ୍ତ୍ରୀକୁ ଦୁର୍ବ୍ୟବହାର ଓ ମାଡ଼ ମାରିବା ମାମଲା : ଅଭିଯୁକ୍ତ ସ୍ବାମୀ ଗିରଫ

Read More...

ପିଟର ଇଂଲଣ୍ଡ ସୋ ରୁମ୍ ଉଦଘାଟିତ

ପିଟର ଇଂଲଣ୍ଡ ସୋ ରୁମ୍ ଉଦଘାଟିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: