ଘରଚଟିଆ ସୁରକ୍ଷା ପାଇଁ ଚାଲିଛି ପ୍ରୟାସ

January 17, 2019, ମନୋରଞ୍ଜନ, , Bhagyaprabha News Bureau
ଘରଚଟିଆ ସୁରକ୍ଷା ପାଇଁ ଚାଲିଛି ପ୍ରୟାସ
Bhagyaprabha News Bureau
January 17, 2019

ବ୍ରହ୍ମପୁର ଉପକଣ୍ଠ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଗଞ୍ଜାମ ଜିଲ୍ଲା ,ପୋଲସରା ବ୍ଲକ୍ ଢୁଙ୍କାପଡା ଗ୍ରାମ ଠାରେ ଘର ଚଟିଆ ସଂରକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପୋଲସରା ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ଶମ୍ଭୁନାଥ ନନ୍ଦି ଯୋଗଦେଇ ଘର ଚଟିଆଙ୍କ ସୁରକ୍ଷା ଓ ବଂଶବିସ୍ତାର ପାଇଁ ଲୋକମାନଙ୍କୁ ଅନୁରୋଧ କରିଥିଲେ , ପ୍ରତ୍ୟକଙ୍କ ଘର ଆଗରେ ସେମାନଙ୍କ ସୁରକ୍ଷା ଓ ବଂଶବିସ୍ତାର ପାଇଁ କୃତ୍ରିମ ବସା ଓ ଖାଦ୍ୟ ସ୍ଥଳୀ ଲଗାଇବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ବସନ୍ତ କୁମାର ଜେନା ଯୋଗଦାନ କରିଥିଲେ।ଆଜିର କାର୍ଯ୍ୟକ୍ରମରେ ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର, ପରିବେଶବିତ୍ ଉମାକାନ୍ତ ବେହେରା,ସ୍ବେଚ୍ଛାସେବୀ ଏ.ବ୍ରହ୍ମାନନ୍ଦ ଆଚାରୀ,ନାଏବ ସରପଞ୍ଚ ସିତାରାମ ଗୈ।ଡ, ଧର୍ମରାଜ ପାତ୍ର,ସଞ୍ଜୟ ପାତ୍ର,ସିଲୁ ମହାନ୍ତି,ସ୍ବାଧିନ ପାତ୍ର,ସୁଜିତ କୁମାର ଦଳାଇ,କୃଷ୍ଣ ଚନ୍ଦ୍ର ମହାରଣା,କୃତିବାସ ଦାସ ପ୍ରମୁଖ ଯୋଗଦାନକରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଲୋକମାନଙ୍କୁ ମାଗଣାରେ କୃତ୍ରିମ ଘର ଓ ଖାଦ୍ୟ ସ୍ଥଳି ବଣ୍ଟନ କରାଯାଇଥିଲା। ପ୍ରକାଶ ଥାଉକି ଅନୁଷ୍ଠାନ ପକ୍ଷରୁ ଗଞ୍ଜାମ ଜିଲ୍ଲାର ୧୩ ଗୋଟି ବ୍ଲକ୍ ଓ ବ୍ରହ୍ମପୁର ମହାନଗରରେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଲେ ଅଙ୍ଗନବାଡି କର୍ମକର୍ତ୍ତା

ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଲେ ଅଙ୍ଗନବାଡି କର୍ମକର୍ତ୍ତା

Read More...

ଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାଳୟର ବାର୍ଷିକ ଉତ୍ସବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: