ମେ ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଲାଗିଲା ରୋକ

April 30, 2021, ଦେଶଦୁନିଆ, , BHAGYAPRABHA NEWS
ମେ ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଲାଗିଲା ରୋକ
BHAGYAPRABHA NEWS
[ INPUT ]
Bhagyaprabha News Bureau
April 30, 2021

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) କରୋନା ଭୂତାଣୁ ମହାମାରୀ ହେତୁ ୩୧ ମେ ୨୦୨୧ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ରୋକ ଲଗାଇଛି | ଡିଜିସିଏ ଦ୍ୱାରା ଏହି ଘୋଷଣା ପରେ ଆସନ୍ତା ମାସ ଶେଷ ପର୍ଯ୍ୟନ୍ତ ସମସ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ। ସୂଚନା ଥାଉ କି କରୋନା ମହାମାରୀ ହେତୁ ଗତ ବର୍ଷ ମାର୍ଚ୍ଚରେ ଅନ୍ତର୍ଜାତୀୟ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଡିଜିସିଏ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ ଦର୍ଶାଯାଇଛି ଯେ ଯଦି ଆବଶ୍ୟକ ହୁଏ ତେବେ କିଛି ଅନ୍ତର୍ଜାତୀୟ ମାର୍ଗରେ ବିମାନ ଚଳାଚଳ କରାଯାଇପାରିବ। ଏହାପୂର୍ବରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ନିଷେଧାଦେଶର ଅବଧି ୩୦ ଏପ୍ରିଲ ୨୦୨୧ କୁ ବୃଦ୍ଧି କରାଯାଇଥିଲା। ଗତ ବର୍ଷ ମାର୍ଚ୍ଚରୁ କରୋନା ମହାମାରୀ ଯୋଗୁଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତ ରହିଥିଲା। ତେବେ, ମେ ୨୦୨୦ ରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଥିଲା |ସୂଚନା ଥାଉ କି ଯେ ଗତ ୨୪ ଘଣ୍ଟା ମଧ୍ୟରେ ୩.୮୬ ଲକ୍ଷରୁ ଅଧିକ ବ୍ୟକ୍ତି କରୋନା ପଜିଟିଭ୍ ହୋଇଛନ୍ତି। ଏଥି ସହିତ ସମଗ୍ର ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୩୧ ଲକ୍ଷରୁ ଅଧିକ ହୋଇଛି। ଆଜିକୁ ମିଶାଇ କ୍ରମାଗତ ନବମ ଦିନ ଧରି ଦୈନିକ ତିନି ଲକ୍ଷରୁ ଅଧିକ କରୋନା ମାମଲା ରୁଜୁ ହୋଇଛି। ବର୍ତ୍ତମାନ ୯ ଦିନ ପରେ ଏହି ସଂଖ୍ୟା ଚାରି ଲକ୍ଷରେ ପହଞ୍ଚିବା ଆରମ୍ଭ କରିଛି |




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଧାର୍ମିକ ସଭାରେ ଦଳାଚକଟା , ୪୪ ମୃତ

ଧାର୍ମିକ ସଭାରେ ଦଳାଚକଟା , ୪୪ ମୃତ

Read More...

ଲୋକଙ୍କ ଆକସ୍ମିକ ମରଣ ଯୋଗୁଁ ଦିଗପହଣ୍ଡି ସହର ବାସୀ ଆତଙ୍କିତ

ଲୋକଙ୍କ ଆକସ୍ମିକ ମରଣ ଯୋଗୁଁ ଦିଗପହଣ୍ଡି ସହର ବାସୀ ଆତଙ୍କିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: