ଧାର୍ମିକ ସଭାରେ ଦଳାଚକଟା , ୪୪ ମୃତ

April 30, 2021, ଦେଶଦୁନିଆ, , BHAGYAPRABHA NEWS
ଧାର୍ମିକ ସଭାରେ ଦଳାଚକଟା , ୪୪ ମୃତ
BHAGYAPRABHA NEWS
[ INPUT ]
Bhagyaprabha News Bureau
April 30, 2021

ଉତ୍ତର ଇସ୍ରାଏଲର ମେରନ ପାହାଡ଼ ଉପରେ ଆୟୋଜିତ ଦେଶର ସବୁଠାରୁ ବଡ଼ ଧାର୍ମିକ କାର୍ଯ୍ୟକ୍ରମ ଅଘଟଣ ଘଟିଛି। ଲାଗ ବି'ଓମେର ନାମକ ବାର୍ଷିକ କାର୍ଯ୍ୟକ୍ରମରେ ଦଳାଚକଟା ଘଟିବାରୁ ୪୪ ଜଣ ପ୍ରାଣ ହରାଇଛନ୍ତି। ସେହିପରି ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା ଖବର ମିଳିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି । ସୂଚନା ଅନୁସାରେ, ମେରନ୍ ପର୍ବତରେ ବାର୍ଷିକ ଧାର୍ମିକ କାର୍ଯ୍ୟକ୍ରମ ଲାଗ୍ ବି'ଓମେର କାର୍ଯ୍ୟକ୍ରମରେ ହଜାର ହଜାର ଏକାଠି ହୋଇଥିଲେ। ପରମ୍ପରା ଅନୁଯାୟୀ, ହିହୁଦୀ ସଂପ୍ରଦାୟର ଲୋକମାନେ ଏଠାରେ ରାତି ତମାମ ସମୂହ ପ୍ରାର୍ଥନା କରିବା ସହ ନାଚଗୀତ କରନ୍ତି। ଏଠାରେ ଦ୍ୱିତୀୟ ଶତାବ୍ଦୀର ସନ୍ଥ ରବି ଶିମନ୍ ବାର୍ ୟୋଚାଇଙ୍କ କବର ସ୍ଥାନ ରହିଛି। ତେଣୁ ଏହା ହିହୁଦୀମାନଙ୍କ ପାଇଁ ସବୁଠାରୁ ବଡ଼ ଧାର୍ମିକ ସ୍ଥଳୀ। ଏହି କ୍ରମରେ ଲାଗ ବି'ଓମେର ହଜାର ହଜାର ଲୋକ ଏଠାରେ ଏକାଠି ହୋଇଥିଲେ। ଏମାନଙ୍କ ମଧ୍ୟରେ ଯୁବକଙ୍କ ଠାରୁ ଆରମ୍ଭ କରି ସ୍କୁଲ ପିଲା ବି ରହିଥିଲେ।


ତେବେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ୍‌ କିଛି ଲୋକଙ୍କ ଗୋଡ଼ ପାହାଚରୁ ଖସିପଡ଼ିବାରୁ ସେମାନେ ତଳେ ପଡ଼ି ଯାଇଥିଲେ। ଭିଡ଼ ଏପରି ଥିଲା ଯେ ସେମାନଙ୍କ ଧକ୍କାରେ ଆଉ କିଛି ଲୋକ ମଧ୍ୟ ତଳେ ପଡ଼ି ଯାଇଥିଲେ। ଏହା ଦେଖି ଲୋକମାନେ କୌଣସି ଅଘଟଣର ଆଶଙ୍କାରେ ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ। ଫଳରେ ଦଳଚକଟା ଆରମ୍ଭ ହୋଇଯାଇଥିଲା। ଖବର ପାଇ ପୁଲିସ୍‌ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଶାନ୍ତ ରହିବାକୁ ପରାମର୍ଶ ଦେଇଥିଲା। ଏହାପରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା। ତେବେ ସେତେବେଳକୁ ୩୮ ଜଣଙ୍କ ମୃତ୍ୟୁ ଘଟି ସାରିଥିଲା ବୋଲି ଇସ୍ରାଏଲର ଜାତୀୟ ଜରୁରୀକାଳୀନ ସେବାର ଅଧିକାରୀ ମେଗାନ ଡାଭିଡ ଆଡାମ କହିଛନ୍ତି। ସେ କହିଛନ୍ତି, ଆମ ଟିମ୍‌ ଆହତଙ୍କ ଚିକିତ୍ସା କରୁଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଉଦ୍ଧାର କାର୍ଯ୍ୟରେ ଇସ୍ରାଏଲର ବାୟୁସେନା ସହ ଅଗ୍ନିଶମ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି। ସ୍ଥିତିକୁ ଦେଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପକ୍ଷରୁ ଲୋକଙ୍କୁ ମେରନ୍ ପର୍ବତକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଘଟଣାସ୍ଥଳରୁ ୩୮ ଜଣଙ୍କ ମୃତ୍ୟ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଥିବା ସେ କହିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରଧାନଶିକ୍ଷକଙ୍କୁ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା

ପ୍ରଧାନଶିକ୍ଷକଙ୍କୁ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା

Read More...

ମେ ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଲାଗିଲା ରୋକ

ମେ ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଲାଗିଲା ରୋକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: