ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ : ତିନି ଯୁବକ ଗୁରୁତର

May 25, 2021, ଅପରାଧ, ଗଞ୍ଜାମ, Kiran Behera
ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ : ତିନି ଯୁବକ ଗୁରୁତର
Kiran Behera
[ Reporter,Digapahandi ]
Bhagyaprabha News Bureau
May 25, 2021

ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ତପ୍ତପାଣି ଘାଟି ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ ହୋଇଥିବା ବେଳେ ଏହି ଘାଟିର ଅଙ୍କାବଙ୍କା ରାସ୍ତାଟି ଦୁର୍ଘଟଣାର ହଟସ୍ପଟ ଭାବେ ପରିଗଣିତ ହୋଇଥାଏ । ଚଳିତ ବର୍ଷ ଆରମ୍ଭରୁ ଏହି ଘାଟି ରାସ୍ତାରେ ଦୁଇ ଚକିଆ ଯାନ ଠାରୁ ଆରମ୍ଭ କରି ଚାରିରୁ ଉର୍ଦ୍ଧ୍ବ ଚକିଆ ଯାନ ଗୁଡିକ ଯାତାୟାତ କରୁଥିବା ସମୟରେ ଗାଡ଼ି ଚାଳକ ମାନେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏଥିରେ ଅନେକ ଲୋକଙ୍କ ଜୀବନ ହାନି ହୋଇଥିବା ବେଳେ କେତେକଙ୍କ ମୃତ୍ୟୁ ମଧ୍ୟ କରି ସାରିଛି । ତେବେ ମଙ୍ଗଳବାର ଅପରାହ୍ନରେ ପୁଣିଥରେ ତପ୍ତପାଣି ଦିଗପହଣ୍ଡି ରାସ୍ତାର ପାଳୁଖୋଳା ନିକଟରେ ଏକ ବାଇକ (ଓଡି୦୨ ଏଏସ ୩୬୧୪) ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ତିନିଜଣ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତ ଯୁବକ ମାନେ ଦିଗପହଣ୍ଡି ବସଷ୍ଟାଣ୍ଡର ସୁଶାନ୍ତ କୁମାର ସାହୁ (୨୬) , ରାଜନଗର ସାହିର ଶ୍ରୀଧର ମେକାପ (୨୫) ଏବଂ ଦିଗପହଣ୍ଡିରେ ରହୁଥିବା ଡେଙ୍ଗାଓସ୍ତା ଗ୍ରାମର ନିଳାଞ୍ଚଳ ବିଷୋୟୀ (୨୬) ବୋଲି ଜଣାପଡିଛି । ଖବରନୁଯାୟୀ , ତିନି ଯୁବକ ମିଶି ନିଜ ଆପାଚେ ବାଇକରେ ଦିଗପହଣ୍ଡି ଅଭିମୁଖେ ଫେରୁଥିବା ବେଳେ ଘାଟିରେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କୁହାଯାଇଛି । ଦିଗପହଣ୍ଡିରୁ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା ।ସେମାନଙ୍କୁ ଦିଗପହଣ୍ଡି ଗୋଷ୍ଠି ସ୍ବାସ୍ଥ୍ଯକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅବସ୍ଥା ଗୁରୁତର ରହିଥିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇ ଦିଆଯାଇଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସମ୍ଭାବ୍ୟ ବାତ୍ୟା ୟସକୁ ନେଇ ଜନସାଧାରଣଙ୍କୁ ସଜାଗ ରହିବାକୁ ପ୍ରଶାସନ ପକ୍ଷରୁ ସର୍ତକ ସୂଚନା

ସମ୍ଭାବ୍ୟ ବାତ୍ୟା ୟସକୁ ନେଇ ଜନସାଧାରଣଙ୍କୁ ସଜାଗ ରହିବାକୁ ପ୍ରଶାସନ ପକ୍ଷରୁ ସର୍ତକ ସୂଚନା

Read More...

ବ୍ରହ୍ମପୁରରେ ରକ୍ତଦାନ ଶିବିର ଅନୁଷ୍ଠିତ

ବ୍ରହ୍ମପୁରରେ ରକ୍ତଦାନ ଶିବିର ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: