ସମ୍ଭାବ୍ୟ ବାତ୍ୟା ୟସକୁ ନେଇ ଜନସାଧାରଣଙ୍କୁ ସଜାଗ ରହିବାକୁ ପ୍ରଶାସନ ପକ୍ଷରୁ ସର୍ତକ ସୂଚନା

May 25, 2021, ବିଶେଷ, ଗଞ୍ଜାମ, Kiran Behera
ସମ୍ଭାବ୍ୟ ବାତ୍ୟା ୟସକୁ ନେଇ ଜନସାଧାରଣଙ୍କୁ ସଜାଗ ରହିବାକୁ ପ୍ରଶାସନ ପକ୍ଷରୁ ସର୍ତକ ସୂଚନା
Kiran Behera
[ Reporter,Digapahandi ]
Bhagyaprabha News Bureau
May 25, 2021

ବଙ୍ଗୋପସାଗରରେ ସୃଷ୍ଟି ସାମୁଦ୍ରିକ ଝଡ ୟସ ବାତ୍ୟାର ରୂପ ଧାରଣ କରିବା ସହ କ୍ଷିପ୍ର ଗତିରେ ବଢୁଥିବା ଜଣାପଡିଛି । ଏହା ଆସନ୍ତା କାଲି ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସାମୁଦ୍ରିକ ଝଡ ୟସର ପ୍ରଭାବ ଗଞ୍ଜାମ ଜିଲ୍ଲାରେ ଆଂଶିକ ଭାବରେ ପଡୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ସମସ୍ତ ବ୍ଳକ ପ୍ରଶାସନ ଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳର ଲୋକମାନଙ୍କୁ କିପରି ସୁରକ୍ଷିତ ଭାବେ ରଖାଯାଇପାରିବ ଏନେଇ ସର୍ତକ ମଧ୍ୟ କରିଛନ୍ତି । ମଙ୍ଗଳବାର ଠାରୁ ଜିଲ୍ଲାରେ ବର୍ଷା ସାଙ୍ଗକୁ ପବନର ବେଗ ବଢିବା ସମ୍ଭାବନାକୁ ଦୃଷ୍ଟିରେ ରଖି ଆଜି ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ଗ୍ରାମରେ ପହଞ୍ଚି ମାଇକ ପ୍ରଚାର ମାଧ୍ୟମରେ ଜନସାଧାରଣଙ୍କୁ ସଜାଗ ରହିବାକୁ ସର୍ତକ କରାଇଛନ୍ତି । ଏପରିକି ନଦୀକୁଳିଆ ଅଞ୍ଚଳ ଲୋକମାନଙ୍କୁ ନିରାପଦ ସ୍ଥାନ କିମ୍ବା ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀରେ ରହିବା ପାଇଁ ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଦିଗପହଣ୍ଡି ବ୍ଲକର ୨୫ ଗୋଟିଏ ପଞ୍ଚାୟତରେ ଆଜି ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ପଞ୍ଚାୟତ ନିର୍ବାହୀ ଅଧିକାରୀ , ଗ୍ରାମ ରୋଜଗାର ସେବକ ଓ ଯୋଗାଣ ସହାୟକ ମାନେ ନିଜ ନିଜ ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲିବୁଲି ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଜନସାଧାରଣଙ୍କୁ ସର୍ତକ କରାଇଥିଲେ । ଏଥିସହ ବାତ୍ୟା ୟସକୁ ନଜରରେ ରଖି ଜନସାଧାରଣଙ୍କ ସୁରକ୍ଷା ଦେବାଲାଗି ବ୍ଳକରେ ତିନିଗୋଟି ବାତ୍ୟା ଆଶ୍ରୟସ୍ଥଳୀ ଏବଂ ୬୨ ଗୋଟି ବିଦ୍ୟାଳୟ ମଧ୍ୟ ଖୋଲା ରହିଥିବା ଜଣାପଡିଛି । ଆବଶ୍ୟକ ସ୍ଥଳେ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ବୋଲି ଦିଗପହଣ୍ଡି ବ୍ଲକ ଉନ୍ନୟନ ଅଧିକାରୀ ହଳଧର ଶବର ସୂଚନା ଦେଇଛନ୍ତି । ଏହି ସର୍ତକ ସୂଚନା ପ୍ରଦାନ ସମୟରେ ସିଦ୍ଧେଶ୍ୱର ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଗ୍ରାମ ଆଚାର୍ଯ୍ୟ , ଗ୍ରାମ ରୋଜଗାର ସେବକ ଧିରେନ କୁମାର ସ୍ବାଇଁ ସମେତ ବ୍ଳକର ପଞ୍ଚାୟତ ମାନଙ୍କରେ ଅନ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସିବିଆଇର ନୂଆ ନିର୍ଦ୍ଦେଶକ ହେଲେ ଆଇପିଏସ୍ ସୁବୋଧ ଜୈସୱାଲ୍

ସିବିଆଇର ନୂଆ ନିର୍ଦ୍ଦେଶକ ହେଲେ ଆଇପିଏସ୍ ସୁବୋଧ ଜୈସୱାଲ୍

Read More...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ : ତିନି ଯୁବକ ଗୁରୁତର

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ : ତିନି ଯୁବକ ଗୁରୁତର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: