ସହଦେବ ଟିକରପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରକୃତି ମିତ୍ର ପାଇଁ ଯୋଗ୍ୟ ବିବେଚିତ

June 09, 2021, ଓଡ଼ିଶା, ଗଞ୍ଜାମ, Kiran Behera
ସହଦେବ ଟିକରପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରକୃତି ମିତ୍ର ପାଇଁ ଯୋଗ୍ୟ ବିବେଚିତ
Kiran Behera
[ Reporter,Digapahandi ]
Bhagyaprabha News Bureau
June 09, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସହଦେବ . ଟିକରପଡା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ମଙ୍ଗଳବାର ଦିନ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନିତ ହେବାପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ପ୍ରକୃତି ପ୍ରେମୀ ତଥା ବୃକ୍ଷକୁ ନିଜ ବନ୍ଧୁ ଭାବେ ତାହାର ରକ୍ଷଣାବେକ୍ଷଣ କରି ଜୀବନ ଦେଇ ଆସୁଥିବା ଏହି ବିଦ୍ୟାଳୟକୁ ଚୟନ କରାଯାଇଥିବା ବେଳେ ବ୍ରହ୍ମପୁର ମଣ୍ଡଳ ଜଙ୍ଗଲ ବିଭାଗ ଆଜି ଏକ ପତ୍ରିକା ବ୍ୟକ୍ତି ବିଶେଷ ପ୍ରତିଭାକୁ ସୂଚନା ଦେଇଛନ୍ତି । ଖବରନୁଯାୟୀ , ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ଡଃ . ବିଜୟ ଚନ୍ଦ୍ର ମହାରଣାଙ୍କ କାର୍ଯ୍ୟକଳାପ ସହ ତାଳମେଳ ଦେଇ ସିଆରସିସି ନୃସିଂହ ପ୍ରସାଦ ପାଠୀ , ସହକାରୀ ଶିକ୍ଷକ ସିମାଞ୍ଚଳ ଗୈାଡ ଓ ଅନ୍ୟ କର୍ମକର୍ତ୍ତା ମାନେ ବିଦ୍ୟାଳୟ ପ୍ରାକୃତିକ ପରିବେଶକୁ ସଫାସୁତୁରା ରଖିବା ସହ ବିଦ୍ୟାଳୟ ଚତୁଃପାର୍ଶ୍ଵକୁ ସବୁଜ ବନାନୀ କରିବା ପାଇଁ ବୃକ୍ଷ ରୋପଣ କରି ଆସୁଥିବା ଜଣାପଡିଛି । ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର ପାଇଁ ଯୋଗ୍ୟ ହୋଇଥିବା ଖବର ପ୍ରଚାରିତ ହେବାପରେ ଦିଗପହଣ୍ଡି ବ୍ଲକ ସମେତ ଉକ୍ତ ପଞ୍ଚାୟତରେ ଖୁସିର ଲହରୀ ଖେଳିଯାଇଛି । ଏହି ପରିପ୍ରେକ୍ଷୀରେ ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା , ଏବିଇଓ ବାଲା ମାଝୀ , ରସାନନ୍ଦ ଘଡେ଼ଇ , ବିଶ୍ରବା ପାଇକ , ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସନାତନ ପଟ୍ଟନାୟକ , ସଂପାଦକ ଗଣେଶ ପାଢ଼ୀ , କେଦାରପୁର ବିଦ୍ୟାଳୟ ପ୍ରଧାନଶିକ୍ଷକ ଗୋପୀନାଥ ପଟ୍ଟନାୟକ , ପତାଣ୍ଡ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଏ . ଘନଶ୍ୟାମ ଦୋରା , ଶିକ୍ଷକ ଆର୍. ଦେବହରି ଦୋରା , ସିଆରସିସି ସ୍ବୟଂପ୍ରଭା ପଟ୍ଟନାୟକ ବିଦ୍ୟାଳୟ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଟପୁର ପୋଲିସ ତରଫରୁ ୩ ଶିଶୁଙ୍କୁ ସହୟତା ପ୍ରଦାନ

ପାଟପୁର ପୋଲିସ ତରଫରୁ ୩ ଶିଶୁଙ୍କୁ ସହୟତା ପ୍ରଦାନ

Read More...

୭ ଜିଲ୍ଲାରେ ଅକ୍ସିଜେନ୍ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ

୭ ଜିଲ୍ଲାରେ ଅକ୍ସିଜେନ୍ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: