ପାଟପୁର ପୋଲିସ ତରଫରୁ ୩ ଶିଶୁଙ୍କୁ ସହୟତା ପ୍ରଦାନ

June 09, 2021, ଓଡ଼ିଶା, ଗଞ୍ଜାମ, Kiran Behera
ପାଟପୁର ପୋଲିସ ତରଫରୁ ୩ ଶିଶୁଙ୍କୁ ସହୟତା ପ୍ରଦାନ
Kiran Behera
[ Reporter,Digapahandi ]
Bhagyaprabha News Bureau
June 09, 2021

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସ ତରଫରୁ ବୁଧବାର ଦିନ ପିତାମାତା ବିହୀନ ଶିଶୁଙ୍କୁ ସହାୟତା ଯୋଗାଇ ଦେବାପାଇଁ ଆଗେଇ ଆସିଥିବା ଜଣାପଡିଛି । ଖବରନୁଯାୟୀ , ବୁଧବାର ପୂର୍ବାହ୍ନରେ ଆସିକା ଏସଡିପିଓ ଉମାଶଙ୍କର ସିଂ ଓ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ପାଟପୁର ବଟେଶ୍ବର ଛକ ସ୍ବର୍ଗତ ଜି . ଉପେନ୍ଦ୍ର ରେଡ୍ଡୀ ଓ ସବିତା ରେଡ୍ଡୀଙ୍କ ଘରେ ପହଞ୍ଚିଥିଲେ । ଏହାପରେ ମାଆ ଓ ବାପାଙ୍କୁ ହରାଇ ବେସାହାରା ହୋଇଥିବା ଛୋଟଛୋଟ କୋମଳମତୀ ଶିଶୁଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ପାଠପଢା , ସ୍ବାସ୍ଥ୍ୟ ଏବଂ ବିଭିନ୍ନ ସମସ୍ୟା ଉପରେ କଥା ହୋଇଥିଲେ । ଏଥିସହ ସେମାନଙ୍କୁ ଅଜା ଆଇଙ୍କ ସହ ମଧ୍ୟ ସେମାନଙ୍କ ଭବିଷ୍ୟତ ଉପରେ ଦୃଷ୍ଟି ଦେବାପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପାଟପୁର ପୋଲିସ ପକ୍ଷରୁ ଉକ୍ତ ଶିଶୁଙ୍କୁ କିଛି ଆର୍ଥିକ ସହାୟତା ଦେବା ସହ ଖାଦ୍ୟ ସାମଗ୍ରୀ ପ୍ରଦାନ କରି ଫେରିଥିବା ଜଣାପଡିଛି । ଏହି ସହାୟତା ପ୍ରଦାନ ସମୟରେ ପାଟପୁର ପୋଲିସ କର୍ମଚାରୀ , ସ୍ଥାନୀୟ ସରପଞ୍ଚ ବାବୁ ସୁବୁଦ୍ଧି , ଆଡପଡା ସରପଞ୍ଚ ନୀଳମାଧବ ରାଉତ ସମେତ ସମିତି ସଭ୍ୟ ପ୍ରଶାନ୍ତ କୁମାର ସ୍ବାଇଁ ଉପସ୍ଥିତ ରହିଥିଲେ । ସେହିପରି ଅପରାହ୍ନରେ ଗଞ୍ଜାମ ଜିଲ୍ଳା ଛାତ୍ର ବିଜେଡି ସଭାପତି ଲକ୍ଷ୍ମଣ ଚୌଧୁରୀଙ୍କ ନେତୃତ୍ୱରେ ଜିଲ୍ଲା ଯୁବ ବିଜେଡି ମିଡ଼ିଆ ସଂଯୋଜକ ଗଣେଷ କୁମାର ସାହୁ , ରାଜ୍ୟ ଛାତ୍ର ବିଜେଡ଼ି ସାଧରଣ ସଂପାଦକ ରାମହରି ମହାରଣା , ଯୁବନେତା ସନ୍ତୋଷ ବିଷୋୟୀ , ଅଶୋକ ସାବତ , ଶିବ ଗୌଡ , ସାଇବ ଜେନା , ଶୁକଦେବ ସ୍ବାଇଁ ସମେତ କିଛି ଦଳୀୟ କର୍ମୀମାନେ ଉପସ୍ଥିତ ରହି ଆର୍ଥିକ ସହାୟତା ସହ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାଠ ବୋଝେଇ ଟାଟା ଏସିଇ ଜବତ କଲା ବନବିଭାଗ : ଜଣେ ଗିରଫ

କାଠ ବୋଝେଇ ଟାଟା ଏସିଇ ଜବତ କଲା ବନବିଭାଗ : ଜଣେ ଗିରଫ

Read More...

ସହଦେବ ଟିକରପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରକୃତି ମିତ୍ର ପାଇଁ ଯୋଗ୍ୟ ବିବେଚିତ

ସହଦେବ ଟିକରପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରକୃତି ମିତ୍ର ପାଇଁ ଯୋଗ୍ୟ ବିବେଚିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: