କାଠ ବୋଝେଇ ଟାଟା ଏସିଇ ଜବତ କଲା ବନବିଭାଗ : ଜଣେ ଗିରଫ

June 09, 2021, ଓଡ଼ିଶା, ଗଞ୍ଜାମ, Kiran Behera
କାଠ ବୋଝେଇ ଟାଟା ଏସିଇ ଜବତ କଲା ବନବିଭାଗ : ଜଣେ ଗିରଫ
Kiran Behera
[ Reporter,Digapahandi ]
Bhagyaprabha News Bureau
June 09, 2021

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବନଖଣ୍ଡ ଦିଗପହଣ୍ଡି ବନାଞ୍ଚଳ ଅଧିନସ୍ଥ ଚିକିଟି ସେକ୍ସନ ଚିକିଟି ବିଟରୁ ଆନ୍ଧ୍ର ପ୍ରଦେଶକୁ ବେଆଇନ ଭାବେ ଆମ୍ବକାଠ ଚୋରାଚାଲାଣ ହେଉଥିବା ବେଳେ ବନବିଭାଗ ପକ୍ଷରୁ ବୁଧବାର ସକାଳୁ ଏକ କାଠ ବୋଝେଇ ଟାଟା ଏସିଇ ଗାଡ଼ିକୁ ଜବତ କରିବା ସହ ଜଣେ ଯୁବକକୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଗିରଫ ଯୁବକ ହେଲେ କେ. ନୂଆଗାଁ ଥାନା କରବାଲୁଆ ଗ୍ରାମର ଉଜ୍ବଳ ବେହେରା ବୋଲି ସୂଚନା ମିଳିଛି । ଖବରନୁଯାୟୀ , ବୁଧବାର ଦିନ ସକାଳ ୫ ଘଣ୍ଟା ସମୟରେ ଯୁବକ ଜଣକ ଉକ୍ତ ଗାଡ଼ି ( ଓଆର ୦୭ କ୍ଯୁ ୪୮୩୬) ଯୋଗେ କରବାଲୁଆ ଗ୍ରାମରୁ ୧୨ ଖଣ୍ଡ ବଡ଼ କାଠଗଣ୍ଡି ତଥା ୩୦. ୧୨୪ ଘନଫୁଟ କାଠକୁ ଧରି ବେଆଇନ ଭାବେ ଆନ୍ଧ୍ରକୁ ଚୋରାଚାଲାଣ କରୁଥିବା ଜଣାପଡିଛି । ତେବେ ବିଶେଷ ସୁତ୍ରରୁ ଖବର ପାଇ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକଙ୍କ ନେତୃତ୍ବରେ ବନବିଭାଗ କର୍ମଚାରୀ ଓ ମୋବାଇଲ ଷ୍ଟାଫ୍ ଗାଡ଼ିର ପିଛା କରି ବଡବରଙ୍ଗା ନିକଟରେ ଗାଡ଼ିକୁ ଜବତ କରିଥିଲେ । ତେବେ ଜବତ କାଠଗଣ୍ଡି ଗୁଡ଼ିକର ମାପଚୁପ କରିବାପରେ ଏହାର ବଜାର ମୂଲ୍ୟ ପାଖାପାଖି ୧ ଲକ୍ଷରୁ ଉର୍ଦ୍ଧ୍ବ ହେବବୋଲି ପ୍ରାଥମିକ ଭାବେ ଆକଳନ କରିଥିବା ଦିଗପହଣ୍ଡି ରେଞ୍ଜର ଶ୍ରୀ ପଟ୍ଟନାୟକ କହିଛନ୍ତି । ଏନେଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କେସ୍ ନଂ ୭୩/୨୦୨୧ ଅନୁସାରେ ବୁଧବାର ଦିନ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନାରେ ଚାଲିଗଲେ ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ

କରୋନାରେ ଚାଲିଗଲେ ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ

Read More...

ପାଟପୁର ପୋଲିସ ତରଫରୁ ୩ ଶିଶୁଙ୍କୁ ସହୟତା ପ୍ରଦାନ

ପାଟପୁର ପୋଲିସ ତରଫରୁ ୩ ଶିଶୁଙ୍କୁ ସହୟତା ପ୍ରଦାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: