କନ୍ଧମାଳ କଳାବିକାଶ କେନ୍ଦ୍ର ପକ୍ଷରୁ ସହଭାଗିତା କାର୍ଯ୍ୟକ୍ରମ

June 12, 2021, ଓଡ଼ିଶା, କନ୍ଧମାଳ, Srabani Nayak
କନ୍ଧମାଳ କଳାବିକାଶ କେନ୍ଦ୍ର ପକ୍ଷରୁ ସହଭାଗିତା କାର୍ଯ୍ୟକ୍ରମ
Srabani Nayak
[ Desk Head ]
Bhagyaprabha News Bureau
June 12, 2021

କନ୍ଧମାଳ ଜିଲ୍ଲା ବଳିଗୁଡାର ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ 'କନ୍ଧମାଳ କଳାବିକାଶ କେନ୍ଦ୍ର' ପକ୍ଷରୁ "ସହଭାଗିତା" କାର୍ଯ୍ୟକ୍ରମ ବାଲିଗୁଡ଼ା ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ଵରେ ଆତଙ୍କ ଖେଳାଇ ଥିବା କରୋନା ମହାମାରୀର କରାଳ ମୁଖ ବ୍ୟାଦାନ ଭିତରେ ଦୀର୍ଘ ଦେଢ଼ ବର୍ଷରୁ ଉର୍ଦ୍ଧ୍ଵ କାଳ ହେବ ସର୍ବାଧିକ କ୍ଷତିଗ୍ରସ୍ତ କଳାକାର ମାନଙ୍କର ଜୀବନ ଓ ଜୀବିକା ଆଜି ବିପନ୍ନ । ଏପରି ସ୍ଥଳେ ଏଇ ସମାଜ ସୁଧାରକ ମାନଙ୍କ ପ୍ରତି କାହାରି ନିଘା ନାହିଁ । ସରକାରୀ କଳର ମଧ୍ୟ । ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ତରଫରୁ ଆରମ୍ଭ ହେଲା ସହଭାଗିତା କାର୍ଯ୍ୟକ୍ରମ । ଏଥିରେ ପ୍ରଭାବିତ ହୋଇ କନ୍ଧମାଳ କଳାବିକାଶ କେନ୍ଦ୍ର ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ମୁଖ୍ୟ ଅତିଥି, ତହସିଲଦାର ଶଶାଙ୍କ ଶେଖର ପାତ୍ର ଏବଂ ବରିଷ୍ଠ ମଞ୍ଚ ଅଭିନେତା ଡଃ. ବିଚିତ୍ରାନନ୍ଦ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କଳାକାର ସମାଜର ସ୍ୱାଭିମାନଶୀଳତାର ଭୂୟସୀ ପ୍ରଶଂସା କରିବା ସହ କରୋନା ସଚେତନ ବାର୍ତ୍ତା ଉପସ୍ଥାପନ କରିଥିଲେ । ତତ୍ପରେ ମହାସଂଘ ସଦସ୍ୟ ତଥା କନ୍ଧମାଳ କଳାବିକାଶ କେନ୍ଦ୍ର ସମ୍ପାଦକ ଯୁବ ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନାଙ୍କ ସହଯୋଗ କ୍ରମେ ଅତିଥିମାନେ ଶତାଧିକ ପାରମ୍ପରିକ ଲୋକ କଳା ଓ ମଞ୍ଚ କଳାକାରଙ୍କୁ ରାସନ୍ ସାମଗ୍ରୀ ବଣ୍ଟନ କରିଥିଲେ । କଳାବିକାଶ କେନ୍ଦ୍ର ପକ୍ଷରୁ ଆଗାମୀ ଦିନରେ ବାଲିଗୁଡ଼ା ସହର ସମେତ କ.ନୂଆଗାଁ, ତୁମୁଡ଼ିବନ୍ଧ, କୋଟଗଡ଼, ଦାରିଙ୍ଗବାଡି ଆଦି ବ୍ଲକ ଅଞ୍ଚଳରେ କଳାକାର ସହଭାଗିତା କାର୍ଯ୍ୟକ୍ରମର ଆୟୋଜନ ସଂକ୍ରାନ୍ତରେ ସମ୍ପାଦକ ଦଣ୍ଡସେନା ସୂଚନା ଦେଇଥିଲେ । ମହାସଂଘ ପକ୍ଷରୁ ଉଦ୍ୟୋକ୍ତା ମାନଙ୍କୁ ସାଧୁବାଦ ଅର୍ପଣ ସହ ବଦାନ୍ୟ ବ୍ୟକ୍ତିବିଶେଷଙ୍କୁ ଏଭଳି ମହତ୍ କାର୍ଯ୍ୟରେ ସହଯୋଗର ହାତ ବଢେ଼ଇବା ନିମନ୍ତେ ନିବେଦନ କରାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନା ଆକ୍ରାନ୍ତ ସ୍ବାମୀଙ୍କ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପାଇଁ ସ୍ତ୍ରୀଙ୍କ ଆକୁଳ ନିବେଦନ

କରୋନା ଆକ୍ରାନ୍ତ ସ୍ବାମୀଙ୍କ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପାଇଁ ସ୍ତ୍ରୀଙ୍କ ଆକୁଳ ନିବେଦନ

Read More...

ଛାତ୍ର ବିଜେଡ଼ି ପକ୍ଷରୁ ଚାରା ରୋପଣ ଓ କୋଭିଡ ମୁକାବିଲା ନିମନ୍ତେ ସଚେତନ ସଭା ଅନୁଷ୍ଠିତ

ଛାତ୍ର ବିଜେଡ଼ି ପକ୍ଷରୁ ଚାରା ରୋପଣ ଓ କୋଭିଡ ମୁକାବିଲା ନିମନ୍ତେ ସଚେତନ ସଭା ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: