କରୋନା ଆକ୍ରାନ୍ତ ସ୍ବାମୀଙ୍କ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପାଇଁ ସ୍ତ୍ରୀଙ୍କ ଆକୁଳ ନିବେଦନ

June 12, 2021, ବିଶେଷ, , Kiran Behera
କରୋନା ଆକ୍ରାନ୍ତ ସ୍ବାମୀଙ୍କ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପାଇଁ ସ୍ତ୍ରୀଙ୍କ ଆକୁଳ ନିବେଦନ
Kiran Behera
[ Reporter,Digapahandi ]
Bhagyaprabha News Bureau
June 12, 2021

ବର୍ତ୍ତମାନ ସାରା ଦେଶରେ ଏବେ କରୋନାକୁ ନେଇ ପ୍ରଶାସନ ଠାରୁ ଆରମ୍ଭ କରି ସାଧାରଣ ଗରିବ , ଖଟିଖିଆ ଦିନ ମଜୁରିଆ ଲୋକେ ଚିନ୍ତାଗ୍ରସ୍ତ ଅବସ୍ଥାରେ ରହୁଛନ୍ତି । କରୋନା ମହାମାରୀର ଦ୍ବିତୀୟ ଲହରୀରେ ସରକାରୀ କର୍ମଚାରୀ ଠାରୁ ବହୁ ଗରୀବ ଲୋକମାନେ କରୋନା ସଂକ୍ରମଣରେ ପ୍ରଭାବିତ ହୋଇ ମୃତ୍ୟୁବରଣ ମଧ୍ୟ କରିସାରିଛନ୍ତି । ଗୋଟିଏ ପଟେ କରୋନା କଟକଣା ଯୋଗୁଁ ଲୋକେ ଜୀବନ ଜୀବିକା ହରାଇବା ସହ ଦୁଃଖ କଷ୍ଟରେ ପରିବାର ଚଳାଉଥିବା ଅନ୍ୟପଟେ ଏହି କରୋନାରେ ସଂକ୍ରମଣରେ ସଂକ୍ରମିତ ହୋଇ ଗରୀବ ତଥା ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଚିକିତ୍ସା ନିମନ୍ତେ ଘରଦ୍ୱାର ବନ୍ଧା ରଖି ସମସ୍ତ ଅର୍ଥ ଖର୍ଚ୍ଚ କରି ସାରିଛନ୍ତି । ଶେଷରେ ନିରାଶ ହୋଇ ସରକାରୀ ସହାୟତାକୁ ଚାହିଁ ରହିଥାନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସିଦ୍ଧେଶ୍ବର ପଞ୍ଚାୟତର ଗଣିଆନାଳ ଛକରେ । ଗ୍ରାମର ଟୁନା ସାହୁ (୩୦) ନାମକ ଜଣେ ଯୁବକ ଏକ ଛୋଟିଆ ଲସି ଦୋକାନ କରି ପରିବାର ଚଳାଉଥିବା ବେଳେ ବର୍ତ୍ତମାନ ସେ କରୋନାରେ ଆକ୍ରାନ୍ତ ହୋଇ ପ୍ରଥମେ ବ୍ରହ୍ମପୁର ପରେ ଭୁବନେଶ୍ଵର ଠାରେ ଏକ ଘରୋଇ ଚିକିତ୍ସିତ ହୋଇଥିଲେ । ବର୍ତ୍ତମାନ ଅବସ୍ଥା ସଂକଟାପନ୍ନ ହେବାରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ପରିବାରର ଗୋଟିଏ ଚିନ୍ତା ବଢ଼ାଇଛି ଟୁନାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଥିବା ଦେଖାଯାଇଛି । ଚିକିତ୍ସାଧୀନ ଥିବା ଟୁନାଙ୍କ ପାଇଁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇସାରିଥିବା ବେଳେ ଚାଷଜମି ବନ୍ଧକ ରଖି ପ୍ରାପ୍ୟ ଟଙ୍କା ଏବଂ ବନ୍ଧୁବାନ୍ଧବ , ସାଙ୍ଗସାଥି ଓ ଶୁଭେଚ୍ଛୁଙ୍କ ସହାୟତା ଟଙ୍କା ମଧ୍ୟ ଶେଷ ହୋଇଗଲାଣି ବୋଲି ପରିବାର ଲୋକେ ଜଣାଇଛନ୍ତି । ଦୀର୍ଘ ପ୍ରାୟ ଦେଢମାସ ହେଲା ଚିକିତ୍ସାଧୀନ ଥିବା ଟୁନାଙ୍କ ଫୁସଫୁସ ସଂକ୍ରମଣ ହୋଇଥିବାରୁ ଅଧିକ ଅର୍ଥର ଆବଶ୍ୟକତା ରହିଛି । ଭଗବାନଙ୍କ ଭରସାରେ ଦୁଇ ଛୁଆଙ୍କୁ ଧରି ଜୀବନ ବିତାଉଥିବା ଟୁନାଙ୍କ ସ୍ତ୍ରୀ ସଙ୍ଗୀତା ତାଙ୍କ ସ୍ବାମୀଙ୍କ ଆରୋଗ୍ୟ ପାଇଁ ଆକୁଳ ନିବେଦନ କରି ଆର୍ଥିକ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି । ବଦାନ୍ୟ ବ୍ୟକ୍ତି ବିଶେଷ ଏବଂ ଜିଲ୍ଲା ପ୍ରଶାସନ ଟୁନାଙ୍କ ଚିକିତ୍ସା ଦାୟିତ୍ୱ ଦେଖାଶୁଣା କରୁଥିବା ତାଙ୍କ ଭାଇ ସୁକାନ୍ତଙ୍କ ସହ ୯୪୩୮୩୮୭୦୫୨ ନମ୍ବରରେ ଯୋଗାଯୋଗ କରି ସାଧ୍ଯମତେ ସହଯୋଗ କରିବାକୁ ସେ କହିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀଙ୍କ ପଦୋନ୍ନତି

ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀଙ୍କ ପଦୋନ୍ନତି

Read More...

କନ୍ଧମାଳ କଳାବିକାଶ କେନ୍ଦ୍ର ପକ୍ଷରୁ ସହଭାଗିତା କାର୍ଯ୍ୟକ୍ରମ

କନ୍ଧମାଳ କଳାବିକାଶ କେନ୍ଦ୍ର ପକ୍ଷରୁ ସହଭାଗିତା କାର୍ଯ୍ୟକ୍ରମ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: