ତୈଳିକ ସମାଜ ପକ୍ଷରୁ କରୋନା ଆକ୍ରାନ୍ତ ଟୁନାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ

June 12, 2021, ବିଶେଷ, ଗଞ୍ଜାମ, Kiran Behera
ତୈଳିକ ସମାଜ ପକ୍ଷରୁ କରୋନା ଆକ୍ରାନ୍ତ ଟୁନାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ
Kiran Behera
[ Reporter,Digapahandi ]
Bhagyaprabha News Bureau
June 12, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ପଞ୍ଚାୟତ ଗଣିଆନାଳ ଛକର ଟୁନା ସାହୁ କରୋନା ଆକ୍ରାନ୍ତ ହେବାପରେ ଚିକିତ୍ସା ନିମନ୍ତେ ଅର୍ଥ ବାଧକ ସାଜିଥିବା ବେଳେ ସ୍ତ୍ରୀ ସଙ୍ଗୀତା ଗତକାଲି ଆର୍ଥିକ ସହାୟତା ପାଇଁ ଆକୁଳ ବୀନତି କରିଥିଲେ । ଯାହାଫଳରେ ଖବରକାଗଜରେ ପ୍ରସାରଣ ପରେ ଆଜି ସିଦ୍ଧେଶ୍ୱର ତୈଳିକ ସମାଜ ପକ୍ଷରୁ ଉକ୍ତ ପରିବାରକୁ ସହଯୋଗର ହାତ ବଢ଼ାଇବା ସହ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି । ଖବରନୁଯାୟୀ , ଗ୍ରାମରେ ଏକ ଛୋଟିଆ ଲସି ଦୋକାନ କରି ପରିବାରର ଗୁଜୁରାଣ ମେଣ୍ଟାଇଥିବା ଟୁନା ବର୍ତ୍ତମାନ କରୋନା ସଂକ୍ରମିତ ହୋଇ ଏକ ମାସରୁ ଉର୍ଦ୍ଧ୍ବ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ପରିବାରର ଯାହା ଆର୍ଥିକ ସଞ୍ଚୟ ଥିଲା ତାହା ଟୁନାଙ୍କ ଚିକିତ୍ସା କାର୍ଯ୍ୟରେ ବ୍ୟବହୃତ ହୋଇଯାଇଛି । ଏପରିକି ଜମିବାଡ଼ି ବନ୍ଧକ ରଖି ସ୍ତ୍ରୀ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଖର୍ଚ୍ଚ କରିସାରିଲେଣି । ଟୁନା ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ ନିମନ୍ତେ ଅତିକମରେ ୫ ରୁ ଦଶ ଲକ୍ଷ ଟଙ୍କା ଆବଶ୍ୟକ । ଏହି ପରିସ୍ଥିତିରେ ପରିବାର ଲୋକଙ୍କ ପାଖରେ ଟୁନାଙ୍କ ଚିକିତ୍ସା ପାଇଁ ଆର୍ଥିକ ସମ୍ବଳ ନଥିବା ଜଣାପଡ଼ିଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଗତକାଲି କିଛି ସମାଜସେବୀ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ଆଜି ତୈଳିକ ସମାଜ ସଦସ୍ୟମାନେ ଟୁନାଙ୍କ ପରିବାରକୁ ସମାଜ ପକ୍ଷରୁ ୧୦ ହାଜର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪୬୯ ନୂଆ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪୬୯ ନୂଆ ସଂକ୍ରମିତ ଚିହ୍ନଟ

Read More...

ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀଙ୍କ ପଦୋନ୍ନତି

ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀଙ୍କ ପଦୋନ୍ନତି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: