ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀଙ୍କ ପଦୋନ୍ନତି

June 12, 2021, ସାକ୍ଷାତକାର, ଗଞ୍ଜାମ, Kiran Behera
ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀଙ୍କ ପଦୋନ୍ନତି
Kiran Behera
[ Reporter,Digapahandi ]
Bhagyaprabha News Bureau
June 12, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅଧୀନରେ ରହିଥିବା ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକର ଦାୟିତ୍ଵରେ ରହିଥିବା ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ଶନିବାର ଦିନ ପଦୋନ୍ନତି ହୋଇଥିବା ସୂଚନା ମିଳିପାରିଛି । ଖବରନୁଯାୟୀ , ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ପଣ୍ଡା ଗଞ୍ଜାମ ଜିଲ୍ଲା ବୁଗୁଡ଼ା ପିପୁଲ୍ସ୍ ହାଇସ୍କୁଲରେ ଜଣେ ଉତ୍ତମ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରିବା ପରେ ୨୦୧୮ ଜୁଲାଇ ୧୦ ତାରିଖରେ ପଦୋନ୍ନତି ପାଇ ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ । ଏହାପରେ ଦିଗପହଣ୍ଡି ବ୍ଲକ ଅଧିନରେ ରହିଥିବା ୨୨୬ ଗୋଟି ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀଙ୍କ ପ୍ରତି ଶିକ୍ଷାଦାନ କିଭଳି ରହିଥାଏ ତାହାକୁ ଦୃଷ୍ଟି ରଖି ଆସୁଥିଲେ । ଏପରିକି ଶ୍ରୀ ପଣ୍ଡା ନିଜ କାର୍ଯ୍ୟ ବ୍ୟସ୍ତତା ଭିତରେ ସେ ପ୍ରତ୍ୟେକ ଦିନ ବିଦ୍ୟାଳୟର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିବା ପାଇଁ ପରାମର୍ଶ ଦେଇ ଆସୁଥିବା ଜଣାପଡିଛି । ଯାହାଫଳରେ ଉତ୍ତମ ଶିକ୍ଷାଦାନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବା ଦିଗରେ ଦୃଷ୍ଟି ଦେଇ ଆସୁଥିଲେ । ଏପରିକି ସେ ବର୍ତ୍ତମାନ ସାନଖେମୁଣ୍ଡିର ଭାରପ୍ରାପ୍ତ ଶିକ୍ଷାଧିକାରୀ ଭାବେ ଦାୟିତ୍ଵ ତୁଲାଇଥିବା ମଧ୍ୟ ଜଣାପଡିଛି । ଶିକ୍ଷାଧିକାରୀ ଶ୍ରୀ ପଣ୍ଡାଙ୍କ ଏଭଳି ଦାୟିତ୍ଵ ସମ୍ପନ୍ନ କାର୍ଯ୍ୟ ପାଇଁ ଆଜି ତାଙ୍କୁ ଜଣେ ଗୋଷ୍ଠୀ ଶିକ୍ଷାଧିକାରୀରୁ ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ପଦୋନ୍ନତି ମିଳିଥିବା ବେଳେ ସେ ପୂର୍ବଭଳି ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ରହି ଦାୟିତ୍ଵ ତୁଲାଇବେ ବୋଲି ସୂଚନା ମିଳିପାରିଛି । ଏଥିସହ ଶିକ୍ଷାଧିକାରୀଙ୍କ ଉତ୍ତମ କାର୍ଯ୍ୟ ପାଇଁ ଗାରିମା ଆୱାର୍ଡ଼ରେ ଦିଗପହଣ୍ଡି ବ୍ଲକ ଶ୍ରେଷ୍ଠ ବ୍ଳକ ଭାବେ ପୁରସ୍କୃତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ଦିଗପହଣ୍ଡି ବ୍ଲକର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ବିଭିନ୍ନ ମହଲରୁ ଶ୍ରୀ ପଣ୍ଡାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିବା ଜଣାପଡିଛି । ଏହି ଅବସରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ , ରସାନନ୍ଦ ଘଡେ଼ଇ , ବିଶ୍ରବା ପାଇକ , ବରିଷ୍ଠ କିରାଣୀ ଶ୍ରୀନିବାସ ପଟ୍ଟନାୟକ , ଓମ୍ କାର ପଟ୍ଟନାୟକ , ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଉପେନ୍ଦ୍ର କୁମାର ପଣ୍ଡା , ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସନାତନ ପଟ୍ଟନାୟକ , ସଂପାଦକ ଗଣେଷ ପାଢ଼ୀ , ଏନ୍ ପିଏସ୍ ଶିକ୍ଷକ ସଂଘ ସଭାପତି ରାଜେନ୍ଦ୍ର ଗୈାଡ , ସଂପାଦକ ପ୍ରଶାନ୍ତ ପାଣିଗ୍ରାହୀ , ବରିଷ୍ଠ ଶିିିକ୍ଷକ ଏଲ୍ . କୃଷ୍ଣମୂର୍ତ୍ତି ଦୋରା , ଜିତୁ ଶ୍ରୀହରିି , ପ୍ରଦୀପ ମହାପାତ୍ର , ବସନ୍ତ ପାଣି , ସିମାଞ୍ଚଳ ପ୍ରଧାନ , ଲକ୍ଷ୍ମଣ ସାହୁ , ଭଗବାନ ପାଢ଼ୀ , ପଦ୍ମନାଭ ପଟ୍ଟନାୟକ , ଦିବାକର ପାଣିଗ୍ରାହୀ , ସନ୍ତୋଷ ଗୌଡ଼ ଦାମୋଦର ପାଢ଼ୀ ସମେତ ବ୍ଳକର ସମସ୍ତ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ , ଶିକ୍ଷୟିତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ , ସିଆରସିସି , ପରିଚାଳନା କମିଟି ସଭାପତି ଓ ଅଭିଭାବକ/ ଅଭିଭାବିକା ମାନେ ଶ୍ରୀ ପଣ୍ଡାଙ୍କୁ ସାଧୁବାଦ ଜଣାଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତୈଳିକ ସମାଜ ପକ୍ଷରୁ କରୋନା ଆକ୍ରାନ୍ତ ଟୁନାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ

ତୈଳିକ ସମାଜ ପକ୍ଷରୁ କରୋନା ଆକ୍ରାନ୍ତ ଟୁନାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ

Read More...

କରୋନା ଆକ୍ରାନ୍ତ ସ୍ବାମୀଙ୍କ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପାଇଁ ସ୍ତ୍ରୀଙ୍କ ଆକୁଳ ନିବେଦନ

କରୋନା ଆକ୍ରାନ୍ତ ସ୍ବାମୀଙ୍କ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପାଇଁ ସ୍ତ୍ରୀଙ୍କ ଆକୁଳ ନିବେଦନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: