ତପ୍ତପାଣିରେ ବନ୍ଧୁକ ମୁନରେ ଯୁବକଙ୍କୁ ଠାରୁ ଲୁଟ୍ ମାମଲା ପର୍ଦ୍ଦାଫାଶ : ନାବାଳକ ସମେତ ୫ ଗିରଫ

August 27, 2021, ଓଡ଼ିଶା, ଗଞ୍ଜାମ, Kiran Behera
ତପ୍ତପାଣିରେ ବନ୍ଧୁକ ମୁନରେ ଯୁବକଙ୍କୁ ଠାରୁ ଲୁଟ୍ ମାମଲା ପର୍ଦ୍ଦାଫାଶ : ନାବାଳକ ସମେତ ୫ ଗିରଫ
Kiran Behera
[ Reporter,Digapahandi ]
Bhagyaprabha News Bureau
August 27, 2021

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ତପ୍ତପାଣି ଡ଼ାକବଙ୍ଗଳା ନିକଟରୁ ବନ୍ଧୁକ ମୁନରେ ଯୁବକଙ୍କ ଠାରୁ ଲୁଟ୍ ମାମଲାର ପର୍ଦ୍ଦାଫାଶ କରିଛି ପାଟପୁର ପୋଲିସ । ଏହି ମାମଲାରେ ପୋଲିସ ଜଣେ ନାବାଳକ ସମେତ ୫ ଯୁବକଙ୍କୁ ଗିରଫ କରିବା ସହ ବ୍ୟବହୃତ କାର , ଗୋଟିଏ ବନ୍ଧୁକ , ଏକ ବାଇକ ଓ ନଗଦ ଏକ ଲକ୍ଷ ଏକ ହଜାର ଟଙ୍କା ଜବତ କରିଥିବା ନେଇ ଶୁକ୍ରବାର ଅପରାହ୍ନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆସିକା ଏସଡିପିଓ ଉମାଶଙ୍କର ସିଂ ସୂଚନା ଦେଇଛନ୍ତି । ଗିରଫ ମାନଙ୍କ ମଧ୍ୟରେ କେ . ନୂଆଗାଁ ଥାନା ଅର୍ନ୍ତଗତ ଭୋଳାସିଙ୍ଗି ଗ୍ରାମର ଲକ୍ଷ୍ମୀକାନ୍ତ ସାହୁ , କୁଣ୍ଡା ଗ୍ରାମର ଜିତେନ୍ଦ୍ର ପ୍ରଧାନ , ଜଗମୋହନପୁର ଗ୍ରାମର ସାଗର ଗୈାଡ ଓ କେ . ଚନ୍ଦନ ସୁବୁଦ୍ଧି ଏବଂ ବ୍ରହ୍ମପୁର କେନାଲ ସାହିର ବାବୁ ପାଇକ ବୋଲି ଜଣାପଡିଛି । ଖବରନୁଯାୟୀ , ଅଗଷ୍ଟ ୧୪ ତାରିଖ ରାତିରେ କେ . ନୂଆଗାଁ ଥାନା ଅର୍ନ୍ତଗତ ଜଗମୋହନପୁର ଗ୍ରାମର ଗୁପ୍ତ ପ୍ରସାଦ ସାହୁ ସମେତ ୫ ଜଣ ମିଶି ନିଜ କାରରେ ଦାମନଯୋଡିରୁ ନିଜ ଗ୍ରାମକୁ ଫେରୁଥିଲେ । ତେବେ ସକାଳୁ ସକାଳୁ ତପ୍ତପାଣି ଡ଼ାକବଙ୍ଗଳା ନିକଟରେ ୪ ଜଣ ଯୁବକ ଗୁପ୍ତ ପ୍ରସାଦଙ୍କ ଗାଡ଼ିକୁ ଅଟକାଇଥିଲେ । ଏହାପରେ ଦୁବୃର୍ତ୍ତ ମାନେ ଡ଼୍ରାଇଭରଙ୍କୁ ବନ୍ଧୁକ ଦେଖାଇ ଗାଡିରୁ ଓହ୍ଲାଇବା ପାଇଁ ଭୟଭୀତ କରାଇଥିଲେ । ଏହାପରେ ଦୁବୃର୍ତ୍ତ ମାନଙ୍କ ମଧ୍ୟରୁ ଜଣେ ଗାଡି ଚଳାଇବା ପୂର୍ବରୁ ଗାଡ଼ିରେ ବସିଥିବା ସମସ୍ତଙ୍କ ମୁହଁରେ କପଡ଼ା ଗୁଡ଼ାଇ ଦେଇଥିଲେ । ଏଥିସହ ଅଧା ବାଟରେ ଦୁବୃର୍ତ୍ତ ମାନେ ଗୁପ୍ତ ପ୍ରସାଦଙ୍କ ଡ୍ରାଇଭର ଓ ଅନ୍ୟ ଦୁଇଜଣଙ୍କୁ ଗାଡିରୁ ଓହ୍ଲାଇ ଦେଇଥିଲେ । ସେହିପରି ଦୁବୃର୍ତ୍ତ ମାନେ ଗୁପ୍ତ ପ୍ରସାଦକୁ ମାଡ଼ ମାରି ୪ ଟି ମୋବାଇଲ ସମେତ ମନିପର୍ସରେ ଥିବା ନଗଦ ୪୫ ହଜାର ଟଙ୍କା ଓ ସୁନାର ଚେଇନକୁ କାବୁ କରିଥିଲେ । ସେତିକିରେ ବି ଦୁବୃର୍ତ୍ତ ମାନଙ୍କ ଲୋଭ ଛାଡି ନଥିଲା ଯେ , ଦିଗପହଣ୍ଡି ଆଣି ଗୁପ୍ତ ପ୍ରସାଦଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଏଟିଏମରୁ ଟଙ୍କା ଉଠାଇବା ପାଇଁ କହିଥିଲେ । ଯାହାଫଳରେ ଗୁପ୍ତ ଏକ ଫୋନ ଫେ ନମ୍ବରକୁ ୪୯ ହଜାର ଟଙ୍କା ପଠାଇଥିଲେ । ପୁଣିଥରେ ଦୁବୃର୍ତ୍ତ ମାନେ ଗୁପ୍ତଙ୍କୁ ୧୦ ଲକ୍ଷ ଟଙ୍କା ମାଗିବାରୁ ସେ ତାଙ୍କ ସାଙ୍ଗକୁ କହି ପୁଣିଥରେ ୩୦ ହଜାର ଟଙ୍କା ଦେଇଥିଲେ । ଏହାପରେ ୧୫ ତାରିଖ ଦିନ ଆସାମୀ ମାନେ ଗୁପ୍ତଙ୍କୁ ବ୍ରହ୍ମପୁରର ଏକ ସୁନା ଦୋକାନକୁ ନେଇ ୫୦ ହଜାର ଟଙ୍କାର ସୁନା କିଣିବାକୁ କହିଥିଲେ । କିନ୍ତୁ ସେଠାରେ ଏଟିଏମ କାର୍ଡ ସ୍ବାଇପ ନ ହେବାରୁ ସେମାନେ ହଳଦିଆପଦର ନିକଟରେ ତାଙ୍କ ସିମ୍ କାର୍ଡ ଫେରାଇବା ସହ ୧ ହଜାର ଟଙ୍କା ଦେଇ ଛାଡି ଦେଇଥିବା ବେଳେ ହତ୍ୟା ଧମକ ଦେଇଥିଲେ । ଏହାପରେ ଗୁପ୍ତ ସମ୍ପର୍କୀୟଙ୍କ କାର ଯୋଗେ ପାଟପୁର ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିଥିଲେ । ଏତଲାକୁ ଭିତ୍ତି କରି ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଥାନା ମାମଲା ନଂ ୨୬୭/୨୧ ପ୍ରକାରେ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତେବେ ଆସାମୀମାନଙ୍କୁ ଧରିବା ପାଇଁ ପାଟପୁର ପୋଲିସ ପକ୍ଷରୁ ଏକ ଟିମ୍ ଗଠନ ମଧ୍ୟ କରାଯାଇଥିଲା । ତେବେ ଶୁକ୍ରବାର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିପାରିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସେପ୍ଟେମ୍ବର ୩୦ ଯାଏ ବଢ଼ିଲା କରୋନା କଟକଣା

ସେପ୍ଟେମ୍ବର ୩୦ ଯାଏ ବଢ଼ିଲା କରୋନା କଟକଣା

Read More...

ସେପ୍ଟେମ୍ବର ପହିଲାରେ ଖୋଲିବ ଲିଙ୍ଗରାଜ ମନ୍ଦିର

ସେପ୍ଟେମ୍ବର ପହିଲାରେ ଖୋଲିବ ଲିଙ୍ଗରାଜ ମନ୍ଦିର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: