ତପ୍ତପାଣି ଘାଟିରେ ଦୁଇଦୁଇଟି ଦୁର୍ଘଟଣା : ୧ ଗୁରୁତର

August 29, 2021, ବିଶେଷ, ଗଞ୍ଜାମ, Kiran Behera
ତପ୍ତପାଣି ଘାଟିରେ ଦୁଇଦୁଇଟି ଦୁର୍ଘଟଣା : ୧ ଗୁରୁତର
Kiran Behera
[ Reporter,Digapahandi ]
Bhagyaprabha News Bureau
August 29, 2021

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ତପ୍ତପାଣି ଘାଟିରେ ରବିବାର ଦିନ ଦୁଇଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୧ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବରନୁଯାୟୀ , ବ୍ରହ୍ମପୁର - ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ମଧ୍ୟରେ ରହିଥିବା ତପ୍ତପାଣି ଘାଟି ଦୁର୍ଘଟଣାର ହବ୍ ପାଲଟିଥିବା ବେଳେ ଚଳିତବର୍ଷ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ଏଠାକାର ଅଙ୍କାବଙ୍କା ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାର ନଜର ଆସୁଛି । ଯାହାଫଳରେ ବହୁ ଲୋକ ମୃତୁ୍ବରଣ କରୁଛନ୍ତି ତ ଅନେକ ଲୋକ ଗୁରୁତର ଆହତ ହେଉଥିବା ଜଣାପଡିଛି । ରବିବାର ଦିନ ଏକ ପେପର ବୋଝେଇ ଟ୍ରକ ରାୟଗଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ତପ୍ତପାଣି ଘାଟି ନିକଟସ୍ଥ ଛେଦନଇ ପୋଲ ପାଖରେ ଗାଡିର ବ୍ରେକ ଫେଲ ଯୋଗୁଁ ଟ୍ରକଟି ରାସ୍ତା ଉପରେ ହିଁ ଓଲଟି ପଡ଼ିଥିଲା । ତେବେ ଟ୍ରକ ଚାଳକ ଓ ହେଲପର ଉଭୟ ସୁରକ୍ଷିତ ରହିଥିବା ଜଣାପଡିଛି । ସେହିପରି ଘାଟି ତଳକୁ ଲକ୍ଷ୍ମୀନାରାୟଣପୁର ରୋଡ ପାର୍ଶ୍ବରେ କେ . ନୂଆଗାଁ ଥାନା ଅଞ୍ଚଳର ଭୀମ ମଣ୍ଡଳ ନିଜ ପରିବାର ସହ ଠିଆ ରହିଥିବା ବେଳେ ଏକ ବୋଲର ଦ୍ରୁତ ଗତିରେ ଆସି ଭୀମଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା । ଯାହାଫଳରେ ଭୀମଙ୍କ ଏହି ଦୁର୍ଘଟଣାରେ ଗୋଡ଼ ଭାଙ୍ଗିଯାଇଥିବା ଜଣାପଡିଛି । ଖବରପାଇ ପାଟପୁର ପୋଲିସ ଓ ପୋଡ଼ାମାରି ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆହତ ଭୀମଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇବା ସହ ଘଟଣାର ତଦନ୍ତ କରିଥିବା ଜଣାପଡ଼ିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଁ ବାଙ୍କେଶ୍ଵରୀ କିଷାନ ସଂଘ ପକ୍ଷରୁ କେନାଲ ସମ୍ପ୍ରସାରଣ ନେଇ ଆଲୋଚନା ବୈଠକ

ମାଁ ବାଙ୍କେଶ୍ଵରୀ କିଷାନ ସଂଘ ପକ୍ଷରୁ କେନାଲ ସମ୍ପ୍ରସାରଣ ନେଇ ଆଲୋଚନା ବୈଠକ

Read More...

ସରପଞ୍ଚଙ୍କ ବିରୋଧରେ କେ. ନୂଆଗାଁ ଥାନାରେ ଅଭିଯୋଗ ଆଣିଲେ ମହନ୍ତ

ସରପଞ୍ଚଙ୍କ ବିରୋଧରେ କେ. ନୂଆଗାଁ ଥାନାରେ ଅଭିଯୋଗ ଆଣିଲେ ମହନ୍ତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: