ମାଁ ବାଙ୍କେଶ୍ଵରୀ କିଷାନ ସଂଘ ପକ୍ଷରୁ କେନାଲ ସମ୍ପ୍ରସାରଣ ନେଇ ଆଲୋଚନା ବୈଠକ

August 29, 2021, ଓଡ଼ିଶା, ଗଞ୍ଜାମ, Kiran Behera
ମାଁ ବାଙ୍କେଶ୍ଵରୀ କିଷାନ ସଂଘ ପକ୍ଷରୁ କେନାଲ ସମ୍ପ୍ରସାରଣ ନେଇ ଆଲୋଚନା ବୈଠକ
Kiran Behera
[ Reporter,Digapahandi ]
Bhagyaprabha News Bureau
August 29, 2021

ମାଁ ବାଙ୍କେଶ୍ଵରୀ କିଷାନ ସଂଘ ପକ୍ଷରୁ ରବିବାର ଦିନ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବଡ଼ଡୁମୁଳା ସ୍ଥିତ ସିଦ୍ଧ ମାଁ ବାଙ୍କଶ୍ବରୀ ପୀଠରେ କେନାଲ ସମ୍ପ୍ରସାରଣ ଫଳରେ ଚାଷୀଙ୍କ ସମସ୍ୟା ଦୂରୀଭୂତ ନେଇ ଏକ ଆଲୋଚନା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କିଷାନ ସଂଘ ସଭାପତି କେ . ସଞ୍ଜୀବ କୁମାର ରେଡ୍ଡୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବଡଡୁମ୍ବୁଳା ଓ ବି . ତୁରୁବୁଡି ପଞ୍ଚାୟତର ୧୫ ଗୋଟି ଗ୍ରାମର ବହୁସଂଖ୍ୟକ ଚାଷୀ ଯୋଗ ଦେଇଥିବା ବେଳେ ସଂଘ ସଂପାଦକ ଡଃ . ପ୍ରଫୁଲ୍ଲ ପଧାନ ଏହାର ସଂଯୋଜନା କରିଥିଲେ । ଖବରନୁଯାୟୀ , ବଡ଼ଡୁମୁଳା ଓ ବି. ତୁରୁବୁଡି ପଞ୍ଚାୟତର ସାନଡୁମ୍ବୁଳା , ବଡଡୁମ୍ବୁଳା , ଦଶୀପୁର , କାଣ୍ଡସର , ବୀର ପଦ୍ମନାଭପୁୁର ଓ ସୁମନ୍ତପୁର , ଝରିପଦର ଭଳି ଅନେକ ଗ୍ରାମର ଲୋକମାନେ ଜୀବିକା ପାଇଁ ଚାଷକାର୍ଯ୍ୟ ଉପରେ ନିର୍ଭରଶୀଳ । ତେବେ ସେଠାକାର ଚାଷଜମୀକୁ ଜଳସେଚିତ କରିବା ପାଇଁ କୈାଣସି କେନାଲର ସୁବିଧା ନଥିବା ଯୋଗୁଁ ଜଳାଭାବ କାରଣରୁ ଚାଷକାର୍ଯ୍ୟ ପ୍ରଭାବିତ ହୋଇଥାଏ । ଏପରିକି ବର୍ଷାଋତୁରେ ମଧ୍ୟ ବର୍ଷାର ପରିମାଣ କମ୍ ରହୁଥିବାରୁ ରୁଆ କାର୍ଯ୍ୟ ସମୟକ୍ରମେ ହୋଇ ପାରୁନଥିବା ଚାଷୀମାନେ କହିଛନ୍ତି । ଯାହାଫଳରେ କିଷାନ ସଂଘ ପକ୍ଷରୁ ଗତ ଏକ ବର୍ଷ ଧରି କେନାଲ ସମ୍ପ୍ରସାରଣ ପାଇଁ ଦାବି କରି ଆସୁଥିଲେ । ଯାହାଫଳରେ ଉକ୍ତ କେନାଲ ସମ୍ପ୍ରସାରଣ ଦ୍ଵାରା ଉକ୍ତ ଗ୍ରାମ ଜମି ଗୁଡିକରେ ଜଳସେଚିତ ହୋଇପାରିବ ଏବଂ ଚାଷୀଙ୍କ ପାଖରେ ଚାଷକାର୍ଯ୍ୟ ନିମନ୍ତେ ଜଳର ଅଭାବ ଦେଖାଯିବ ନାହିଁ । ଏନେଇ କେନାଲ ସମ୍ପ୍ରସାରଣ ହୋଇପାରିଲେ ସମସ୍ତ ଚାଷୀ ଜମିରେ ପାଣି ପାଇପାରିବେ ତାହା ବୈଠକରେ ଆଲୋଚନା ହୋଇଥିଲା । ତେବେ ସଂଘ ପକ୍ଷରୁ କେନାଲ ସମ୍ପ୍ରସାରଣକୁ ନେଇ ଯେଉଁ ଦାବି କରି ଆସୁଥିଲେ ତାହା ଆଜି ସଫଳ ହୋଇଥିବା ବେଳେ ଏଥିନିମନ୍ତେ ଅର୍ଥ ମଞ୍ଜୁର ହେଇଥିବା ବୈଠକରେ ପ୍ରକାଶ ପରେ ଚାଷୀଙ୍କ ମନରେ ଏକପ୍ରକାର ଖୁସିର ଲହରୀ ଖେଳିଯାଇଛି । ଏଥିସହ ବୈଠକରେ ସର୍ବସମ୍ମତିକ୍ରମେ ସଂଘ ପକ୍ଷରୁ ୩ ଟି ପ୍ରସ୍ତାବ ଗୃହୀତ କରାଯାଇଥିଲା । ଏହି ଅବସରରେ ଏହି ଦୁଇ ପଞ୍ଚାୟତକୁ ମରୁଡି ଘୋଷଣା କରାଯିବା ନିମନ୍ତେ ଜଳସେଚନ ବିଭାଗ ଯନ୍ତ୍ରୀ , ମୁଖ୍ୟଯନ୍ତ୍ରୀ , ଜିଲ୍ଲାପାଳ , ବ୍ରହ୍ମପୁର ଉପଜିଲ୍ଲାପାଳ , ବାଚସ୍ପତି , ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦିଗପହଣ୍ଡି ତହସିଲଦାରଙ୍କୁ ସ୍ମାରକପତ୍ର ଦିଆଯିବା ସକାଶେ ସଂଘ ସଭାପତି ସଞ୍ଜୀବ ରେଡ୍ଡୀ ଚାଷୀଙ୍କୁ ଆହ୍ବାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀକାନ୍ତ ପଟ୍ଟନାୟକ , ଗ୍ରାମ୍ୟ ସଭାପତି ଜି . ସିମାଞ୍ଚଳ ରେଡ୍ଡୀ , ପି . ରାମୁଲୁ ରେଡ୍ଡୀ , ପି . କୃଷ୍ଣଚନ୍ଦ୍ର ରେଡ୍ଡୀ , କେ . ତ୍ରିନାଥ ରେଡ୍ଡୀ , କୃତ୍ତିବାସ ପ୍ରଧାନ , କାଶି ବିଶ୍ୱନାଥ ପ୍ରଧାନ , ଯୁବକ ସଂଘ ସଭାପତି ମାଗି ଗୈାଡ , ଗୌରୀ ଶଙ୍କର ପ୍ରଧାନ , ହରିହର ଗୈାଡ , କୈଳାସ ବେହେରା , ବାବୁଲା ଗୈାଡ , ରଙ୍କ ଗୈାଡ , କୁଶ ରେଡ୍ଡୀ , ତ୍ରିନାଥ ରେଡ୍ଡୀ , ଚିତ୍ରସେନ ରେଡ୍ଡୀ , ସୁବାଷ ଗୈାଡ , ରମେଶ ଚନ୍ଦ୍ର ପାଢ଼ୀ ସମେତ ବହୁ ଚାଷୀ ସଂଘ ସଦସ୍ୟ ଉପସ୍ଥିତ ରହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୋଲଣ୍ଡାରେ ୪ ଦିନିଆ ଦିବ୍ଯାଙ୍ଗ ଶିଶୁ ଶିକ୍ଷା ଶିବିର ଅନୁଷ୍ଠିତ

ଗୋଲଣ୍ଡାରେ ୪ ଦିନିଆ ଦିବ୍ଯାଙ୍ଗ ଶିଶୁ ଶିକ୍ଷା ଶିବିର ଅନୁଷ୍ଠିତ

Read More...

ତପ୍ତପାଣି ଘାଟିରେ ଦୁଇଦୁଇଟି ଦୁର୍ଘଟଣା : ୧ ଗୁରୁତର

ତପ୍ତପାଣି ଘାଟିରେ ଦୁଇଦୁଇଟି ଦୁର୍ଘଟଣା : ୧ ଗୁରୁତର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: