ଆସିକା ସାଂସଦ ଓ ପୂର୍ବତନ ବିଧାୟିକା ଦ୍ଵାରା ସାନଖେମୁଣ୍ଡିର ବହୁ ପ୍ରକଳ୍ପ ଉଦଘାଟନ

November 17, 2021, ଓଡ଼ିଶା, ଗଞ୍ଜାମ, Kiran Behera
ଆସିକା ସାଂସଦ ଓ ପୂର୍ବତନ ବିଧାୟିକା ଦ୍ଵାରା ସାନଖେମୁଣ୍ଡିର ବହୁ ପ୍ରକଳ୍ପ ଉଦଘାଟନ
Kiran Behera
[ Reporter,Digapahandi ]
Bhagyaprabha News Bureau
November 17, 2021

ଆସିକା ସାଂସଦ ପ୍ରମିଳା ବିଷୋୟୀ ଏବଂ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟିକା ତଥା ରାଜ୍ୟ ବିଜୁ ମହିଳା ଜନତା ଦଳ ଉପଦେଷ୍ଟା ଶ୍ରୀମତୀ ନନ୍ଦିନୀ ଦେବୀ ବୁଧବାର ପୂର୍ବାହ୍ନରେ ବ୍ଳକର କଲରାପଦର ପଞ୍ଚାୟତରେ ପହଞ୍ଚି ବହୁ ପ୍ରକଳ୍ପର ଶୁଭ ଉଦଘାଟନ କରିଥିବା ସହ ଦଳୀୟ ବିଜେଡ଼ିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି । ଏହି ଅବସରରେ ପଞ୍ଚାୟତର ନୂତନ ପଞ୍ଚାୟତ କାର୍ଯ୍ୟାଳୟ କୋଠାଘର , ନବନିର୍ମିତ ବିଜୁ ପାଠାଗାର , ବସୁଧା ଯୋଜନାରେ ନିର୍ମିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ , ଅଙ୍ଗନୱାଡ଼ି କେନ୍ଦ୍ର - ୨ ଓ ୩ ର ନୂତନ କୋଠାର ଉଦଘାଟନ କରିଛନ୍ତି । କଲରାପଦର ଗ୍ରାମ୍ୟ କମିଟି ଆନୁକୂଲ୍ୟରେ ଆୟୋଜିତ ଏହି ଉଦଘାଟନୀ ସମାରୋହକୁୁ ସାନଖେମୁଣ୍ଡି ବ୍ଲକ ବିଜେଡି ସଭାପତି ନୀଳମାଧବ ରାଉତ ସଂଯୋଜନା କରିଥିଲେ । ଆୟୋଜିତ ସ୍ବତନ୍ତ୍ର ମିଶ୍ରଣ ପର୍ବ ସମାରୋହ ଆରମ୍ଭରେ ଗ୍ରାମର ବୟୋଜ୍ୟେଷ୍ଠ ଅବସରପ୍ରାପ୍ତ ଶିକ୍ଷକ ଲିଙ୍ଗରାଜ ପଟ୍ଟନାୟକ , ବିଜୟ କୁମାର ସ୍ବାଇଁ ଏବଂ ଅନନ୍ତ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସରପଞ୍ଚ ଲଡୁ କିଶୋର ସେଠୀ , ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ସ୍ବାଇଁ , ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ , ବ୍ଲକ୍ ଉପାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସ୍ବାଇଁ , ଜିଲ୍ଲାପରିଷଦ ସଭ୍ୟ ଶଙ୍କର୍ଷଣ ସ୍ବାଇଁ , ଅମିନ ପ୍ରଧାନ , ସୁବାସ ମହାପାତ୍ର , ସଞ୍ଜୟ ରାଉତ , ଓମ୍ ପ୍ରକାଶ ସାହୁ , ସହଦେବ ପ୍ରଧାନ , ସମିତି ସଭ୍ୟ ବାରିକ ଦାସ ପ୍ରମୁଖ ମଞ୍ଚାସୀନ ରହି ରାଜ୍ୟ ସରକାରଙ୍କ ଅନୁମୋଦନରେ କାର୍ଯ୍ୟକାରୀ ହେଉଥିବା ବହୁ ଲୋକାଭିମୁଖୀ କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ଏହି ୫ ବର୍ଷରେ କିଭଳି ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରିଥିଲା ତାହା ଉପରେ ଆଲୋଚନା କରିଥିଲେ ଏବଂ ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳକୁ ସୁସଂଗଠିତ କରି ଏହି କାର୍ଯ୍ୟକୁ ବଜାୟ ରଖିବାକୁ ଶପଥ କରିଥିଲେ ।ଏଥିସହ ମିଶ୍ରଣ ପର୍ବରେ ବିଜେଡି ପରିତ୍ୟାଗ କରିଥିବା କଲରାପଦର ଗ୍ରାମର ୧୫ ପରିବାର ସିତାରାମ ସ୍ବାଇଁ ଓ ଚନ୍ଦ୍ରଶେଖର ସ୍ବାଇଁ ପ୍ରମୁଖଙ୍କ ନେତୃତ୍ୱରେ ଦଳକୁ ଫେରିଥିଲେ । ବିନୋଦ ପ୍ରଧାନ , କାଳୁ ଚରଣ ସେଠୀ , ବିଜୟ କୁମାର ସ୍ବାଇଁ , ପ୍ରଫୁଲ୍ଲ ସ୍ବାଇଁ ପ୍ରମୁଖଙ୍କ ସହ ଗ୍ରାମବାସୀ ସମୂହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡ଼ିସେମ୍ବର ୬ରେ ବ୍ରହ୍ମପୁରରେ କିଶାନ୍ ମହାପଞ୍ଚାୟତ

ଡ଼ିସେମ୍ବର ୬ରେ ବ୍ରହ୍ମପୁରରେ କିଶାନ୍ ମହାପଞ୍ଚାୟତ

Read More...

ରାଜ୍ୟ ସ୍ତରୀୟ କୁସ୍ତି ପ୍ରତିଯୋଗିତାର ବିଜେତାଙ୍କୁ ସମ୍ବର୍ଦ୍ଧନା

ରାଜ୍ୟ ସ୍ତରୀୟ କୁସ୍ତି ପ୍ରତିଯୋଗିତାର ବିଜେତାଙ୍କୁ ସମ୍ବର୍ଦ୍ଧନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: