ଡ଼ିସେମ୍ବର ୬ରେ ବ୍ରହ୍ମପୁରରେ କିଶାନ୍ ମହାପଞ୍ଚାୟତ

November 17, 2021, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ଡ଼ିସେମ୍ବର ୬ରେ ବ୍ରହ୍ମପୁରରେ କିଶାନ୍ ମହାପଞ୍ଚାୟତ
Gouri Shankar Mishra
[ Video Journalist ]
Bhagyaprabha News Bureau
November 17, 2021

ବ୍ରହ୍ମପୁର- ଆସନ୍ତା ଡ଼ିସେମ୍ବର ୬ତାରିଖରେ ବ୍ରହ୍ମପୁର ଠାରେ ଆୟୋଜିତ ହେବ କିଶାନ୍ ମହାପଞ୍ଚାୟତ । ଯେଉଁଥିରେ ରାକେଶ ଟିକାୟତଙ୍କ ସମେତ ସଂଯୁକ୍ତ କିଶାନ ମୋର୍ଚ୍ଚାର କେନ୍ଦ୍ରୀୟ ନେତା ମାନେ ଏଥିରେ ଯୋଗ ଦେବେ । ବିଜେପି ନେତୃତ୍ୱାଧୀନ କେନ୍ଦ୍ରର ମୋଦି ସରକାରର ତିନୋଟି କଳା କୃଷି ଆଇନର ପ୍ରତ୍ୟାହାର, ସବୁ ଫସଲର ସର୍ବନିମ୍ନ ସହାୟକ ଦର ପାଇଁ ଆଇନ ପ୍ରଣୟନ ତଥା ପ୍ରସ୍ତାବିତ ବିଦ୍ୟୁତ ବିଲକୁ ପ୍ରତ୍ୟାହାର ଦାବୀରେ ଦିଲ୍ଲୀ ସୀମାନ୍ତରେ ଆନ୍ଦୋଳନ ଆସନ୍ତା ନଭେମ୍ବର ୨୬ ତାରିଖରେ ଏକ ବର୍ଷ ପୁର୍ତ୍ତି ହେବାକୁ ଯାଉଛି । ଗତ ଏକ ବର୍ଷ ମଧ୍ୟରେ ଖରା, ବର୍ଷା ଓ ଶୀତକୁ ସମୁଖିନ କରି ଅବ୍ୟାହତ ରହିଥିବା ଏହି ଐତିହାସିକ ଆନ୍ଦୋଳନରେ ଏ ଯାଏଁ ୭୦୦ ରୁ ଉର୍ଦ୍ଧ କୃଷକ ଶହୀଦ ନେଇଛନ୍ତି । କର୍ପୋରେଟ ସପକ୍ଷବାଦୀ ମୋଦି ସରକାର ଓ ତାଙ୍କ ଦଳ ବିଜେପି ପକ୍ଷରୁ ଆନ୍ଦୋଳନରତ କୃଷକମାନଙ୍କ ସହ ଖୋଲାମନରେ ନିଃସର୍ତ ଆଲୋଚନା କରି ତାର ସମାଧାନ କରିବା ବଦଳରେ ତାକୁ ଦୁର୍ବଳ ଓ ବଦନାମ କରିବା ପାଇଁ ଲଗାତାର ଷଡ଼ଯନ୍ତ୍ର କରିବା ଦେଖାଯାଇଛି । ତେବେ ବିଜେପି ସରକାରର ସମସ୍ତ ଷଡ଼ଯନ୍ତ୍ର ସଙ୍ଗେ ଏହି ଆନ୍ଦୋଳନ ଦୃଢ଼ ଭାବେ ଠିଆ ହେବା ସହିଦ ସାରା ଦେଶରେ ବ୍ୟାପକ ହେବାରେ ଲାଗିଛି । ଅନ୍ୟପକ୍ଷରେ ଦେଶୀ ବିଦେଶୀ କର୍ପୋରେଟ୍‌ଙ୍କୁ ସନ୍ତୁଷ୍ଟ କରିବାକୁ ମୋଦି ସରକାର କୃଷକ ମାନଙ୍କ ଦାବୀକୁ ଏଯାଏଁ ନମାନି ନିଜର କୃଷକ ବିରୋଧୀ ନୀତିକୁ ଅବ୍ୟାହତ ରଖିଛି । କୃଷକ ଆନ୍ଦୋଳନ କୁ ଦବେଇ ଦେବାକୁ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀ ଠାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଙ୍କ ଷଡ଼ଯନ୍ତ୍ର କ୍ରମେ ତାଙ୍କର ପୁଅ ଓ ବିଜେପି ନେତା ମାନେ ଆନ୍ଦୋଳନରତ କୃଷକଙ୍କ ଉପରେ ଗାଡି ଚଢ଼ାଇ ହତ୍ୟା କରିବାକୁ ବି ପଛେଇ ନାହାନ୍ତି ।



ତିନି କୃଷି ଆଇନର ପ୍ରତ୍ୟାହାର ଓ ଏମ୍ଏସ୍‌ପି ପାଇଁ ଆଇନ ପ୍ରଣୟନ ଦାବୀରେ ସଂଯୁକ୍ତ କିଶାନ୍ ମୋର୍ଚ୍ଚା ନେତୃତ୍ବରେ ଚାଲିଥିବା ଆନ୍ଦୋଳନରେ ଓଡ଼ିଶାରେ କୃଷକ ମାନେ ପ୍ରଥମରୁ ହିଁ ଅଂଶଗ୍ରହଣ କରିବା ସହିତ ଲଗାତାର ଭାବେ ଏହାର ସମସ୍ତ ଡ଼ାକରାକୁ ସମର୍ଥନ କରି ଆସିଛନ୍ତି । ଏହି ପରିପ୍ରେକ୍ଷୀରେ ଉପରୋକ୍ତ ଦାବୀ ନେଇ ସଂଯୁକ୍ତ କିଶାନ ମୋର୍ଟାର ଓଡ଼ିଶା ଶାଖା ପକ୍ଷରୁ ଆସନ୍ତା ଡିସେମ୍ବର ୬ ତାରିଖରେ ବ୍ରହ୍ମପୁର ଠାରେ ଏକ ବିଶାଳ କିଶାନ ମହାପଞ୍ଚାୟତ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଗଞ୍ଜାମ ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ହଜାର ହଜାର କୃଷକ, ଭାଗଚାଷୀ, କୃଷି ଶ୍ରମିକ ଓ ଆଦିବାସୀ ଯୋଗ ଦେବେ । ତିନି କୃଷି ଆଇନର ପ୍ରତ୍ୟାହାର ଓ ଏମ୍ଏସ୍‌ପି ପାଇଁ ଆଇନ ପ୍ରଣୟନ ସମେତ ରାଜ୍ୟରେ ନିକଟରେ ଲଗାଣ ବର୍ଷା ଫଳରେ କୃଷକମାନଙ୍କ ଧାନ ଓ ଅନ୍ୟାନ୍ୟ ଫସଲର ଯେଉଁ କ୍ଷୟକ୍ଷତି ହୋଇଛି ତାର ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା, କୃଷକମାନଙ୍କ ଦ୍ବାରା ଉତ୍ପାଦିତ ସମସ୍ତ ଧାନକୁ ମଣି ଜରିଆରେ ସଂଗ୍ରହ କରିବା, ଭାଗ ଚାଷୀ ମାନଙ୍କୁ ଚାଷୀର ମାନ୍ୟତା ପ୍ରଦାନ କରିବା, ଆଦିବାସୀଙ୍କୁ ଜଙ୍ଗଲ ଜମିରେ ଅଧିକାର ପ୍ରଦାନ କରିବା ଆଦି ପ୍ରସଙ୍ଗ ଉପରେ ଏହି ମହାପଞ୍ଚାୟତ ଅନୁଷ୍ଠିତ ହେବ । ଏଥରେ ସଂଯୁକ୍ତ କିଶାନ ମୋର୍ଚ୍ଚା ସହିତ ଜଡ଼ିତ ରାଜ୍ୟର ସମସ୍ତ କୃଷକ ସଙ୍ଗଠନ ଓ ତାର ନେତୃତ୍ବ ଯୋଗଦେବେ ଏହାବ୍ୟତିତ ବରିଷ୍ଠ କୃଷକ ନେତା ରାଜେଶ ଟିକାୟତଙ୍କ ସମେତ ସଂଯୁକ୍ତ କିଶାନ୍ ମୋର୍ଚ୍ଚାର ଜାତୀୟ ସ୍ତରର ନେତାମାନେ ମଧ୍ୟ ବକ୍ତା ରୂପେ ଯୋଗଦେବେ । କୃଷକ ମହାପଞ୍ଚାୟତକୁ ସର୍ବମତେ ସଫଳ କରିବା ପାଇଁ ସହଯୋଗ କରିବାକୁ ସଂଯୁକ୍ତ କିଶାନ ମୋର୍ଚ୍ଚାର ଗଞ୍ଜାମ ଶାଖା ପକ୍ଷରୁ ନିବେଦନ କରାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାତା ଋଷିକୂଲ୍ୟାଙ୍କ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ

ମାତା ଋଷିକୂଲ୍ୟାଙ୍କ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ

Read More...

ଆସିକା ସାଂସଦ ଓ ପୂର୍ବତନ ବିଧାୟିକା ଦ୍ଵାରା ସାନଖେମୁଣ୍ଡିର ବହୁ ପ୍ରକଳ୍ପ ଉଦଘାଟନ

ଆସିକା ସାଂସଦ ଓ ପୂର୍ବତନ ବିଧାୟିକା ଦ୍ଵାରା ସାନଖେମୁଣ୍ଡିର ବହୁ ପ୍ରକଳ୍ପ ଉଦଘାଟନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: