୫୦ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ସହ ସ୍କୁଟି ଜବତ : ଦମ୍ପତି ଗିରଫ

December 15, 2021, ଅପରାଧ, ଗଞ୍ଜାମ, Kiran Behera
୫୦ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ସହ ସ୍କୁଟି ଜବତ : ଦମ୍ପତି ଗିରଫ
Kiran Behera
[ Reporter,Digapahandi ]
Bhagyaprabha News Bureau
December 15, 2021

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଓ ଅବକାରୀ ବିଭାଗ ଧରପଗଡ ଚାଲିଥିବା ସମୟରେ ମଙ୍ଗଳବାର ସକାଳୁ ସାନଖେମୁଣ୍ଡି ବ୍ଲକ ଦସେଇପୁର - ଘାସିଆମ୍ବ ରାସ୍ତାରୁ ୫୦ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି । ଉକ୍ତ ମାମଲାରେ ପୋଲିସ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ସେମାନେ ହେଲେ କଂସାମାରୀ ଗ୍ରାମର ଏସ୍ . ପବିତ୍ର ଦୋରା ଓ ତାଙ୍କ ସ୍ତ୍ରୀ ଇଶ୍ବରୀ ଦୋରା । ଖବରନୁଯାୟୀ , ଆଜି ସକାଳେ ପାଟପୁର ଥାନା ଏସ୍ ଆଇ ସମେତ ପୋଲିସ କର୍ମଚାରୀ ଏବଂ ଅବକାରୀ ମିଳିତଭାବେ ଧରପଗଡ ନିମନ୍ତେ ଘାସିଆମ୍ବ ରାସ୍ତାରେ ଯାଉଥିବା ସମୟରେ ଉଭୟ ସ୍ବାମୀ ସ୍ତ୍ରୀ ନିଜ ସ୍କୁଟି ( ଓଡି୦୭ ଏଜେ ୭୩୬୯) ଯୋଗେ ବିପରୀତ ଦିଗରୁ ଗଞ୍ଜେଇ ଚୋରାଚାଲାଣ ନିମନ୍ତେ ଆସୁଥିଲେ । ତେବେ ପୋଲିସକୁ ଦେଖି ଉଭୟ ହବକେଇ ଯାଇଥିଲେ । ଯାହାଫଳରେ ପୋଲିସର ସନ୍ଦେହ ହୋଇଥିଲା । ଏନେଇ ପୋଲିସ ଗାଡ଼ିକୁ ଅଟକାଇ ଥିଲେ ମଧ୍ୟ ସେମାନେ ଗାଡ଼ି ଦ୍ରୁତ ଗତିରେ ଚାଲିଯାଇଥିଲେ । ତେବେ ପୋଲିସ ଗାଡ଼ିର ପିଛା କରି ଦୁଇଟି ଅଖା ତଲାସି କରିବା ପରେ ସେଥିରେ ଗଞ୍ଜେଇ ରହିଥିବା ଜାଣି ପାରିଥିଲା । ଘଟଣାପରେ ସ୍ଥାନୀୟ ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇର ଓଜନ କରାଯିବା ପରେ ଗଞ୍ଜେଇର ପରିମାଣ ୫୦ . ୯୦୦ କେଜି ବୋଲି ଜଣାପଡିଛି । ଏନେଇ ପାଟପୁର ମାମଲା ନଂ ୪୧୮/୨୦୨୧ , ଦଫା ୨୦(ବି) ଆଇଆଇ(ସି) ଏନ୍ ଡିପିଏସ୍ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଗିରଫ ଦମ୍ପତିଙ୍କୁ ଜିଲ୍ଲା ଦୌରାଜଜ କୋର୍ଟକୁ ଚାଲାଣ କରାଯାଇଛି । ସେଠାରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ବୟଙ୍କୁ ବ୍ରହ୍ମପୁର ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୋପାଳ ସମାଜ ବୈଠକ ଗୃହ ଉଦଘାଟନ ଓ ସମନ୍ବୟ ମେଳାରେ ବାଚସ୍ପତି

ଗୋପାଳ ସମାଜ ବୈଠକ ଗୃହ ଉଦଘାଟନ ଓ ସମନ୍ବୟ ମେଳାରେ ବାଚସ୍ପତି

Read More...

ସାନଖେମୁଣ୍ଡି ବିଜୁ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନରେ ଯୋଗଦେଲେ ପୂର୍ତ୍ତମନ୍ତ୍ରୀ ଓ ପିଡି

ସାନଖେମୁଣ୍ଡି ବିଜୁ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନରେ ଯୋଗଦେଲେ ପୂର୍ତ୍ତମନ୍ତ୍ରୀ ଓ ପିଡି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: