ଗୋପାଳ ସମାଜ ବୈଠକ ଗୃହ ଉଦଘାଟନ ଓ ସମନ୍ବୟ ମେଳାରେ ବାଚସ୍ପତି

December 15, 2021, ଓଡ଼ିଶା, ଗଞ୍ଜାମ, Kiran Behera
ଗୋପାଳ ସମାଜ ବୈଠକ ଗୃହ ଉଦଘାଟନ ଓ ସମନ୍ବୟ ମେଳାରେ ବାଚସ୍ପତି
Kiran Behera
[ Reporter,Digapahandi ]
Bhagyaprabha News Bureau
December 15, 2021

ଗଞ୍ଜାମ ଜିଲ୍ଲା ଷୋହଳ ଖଣ୍ଡ ଗୋପାଳ ସମାଜ ତିନି ତାଲୁକା ବୈଠକର ନୂତନ ଗୃହ ଉଦଘାଟନ ଉତ୍ସବ ଓ ବ୍ୟାଙ୍କ ସମନ୍ୱୟ ମେଳା କାର୍ଯ୍ୟକ୍ରମରେ ବୁଧବାର ଦିନ ଓଡ଼ିଶା ବିଧାନସଭା ବାଚସ୍ପତି ତଥା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ଡଃ . ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେବା ସହ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଡା ପଞ୍ଚାୟତର ବହୁ ଉନ୍ନତିମୂଳକ କାର୍ଯ୍ୟର ଉଦଘାଟନ କରି ଫେରିଥିବା ଜଣାପଡିଛି । ଖବରନୁଯାୟୀ , ବାଚସ୍ପତି ଗତ ଚାରିଦିନ ଧରି ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରି ବହୁ ପ୍ରକଳ୍ପ ଉଦଘାଟନ , ଶିଳାନ୍ୟାସ , ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରି ଆସୁଥିବା ବେଳେ ଆଜି ପ୍ରଥମେ ଦିଗପହଣ୍ଡି ବ୍ଳକ ସମ୍ମିଳନୀ କକ୍ଷରେ ପହଞ୍ଚି ରାଜ୍ୟ ସରକାର ମିଶନ ଶକ୍ତି ଯୋଜନା ଆନୁକୂଲ୍ୟରେ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ସକାଶେ ଯେଉଁ କାର୍ଯ୍ୟାଦେଶ ଅବଲମ୍ବନ କରିଛନ୍ତି ତାହାକୁ ଅନୁକରଣ କରି ଆଜି ୧୫୧ ଜଣ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ପାଖକୁ ଯାଇ ବୁଲିବୁଲି ପ୍ରାୟ ୨ କୋଟି ୫୪ ଲକ୍ଷ ୪୬ ହଜାର ଟଙ୍କା ଋଣ ପ୍ରଦାନ ନିମନ୍ତେ ଚେକ ପ୍ରଦାନ କରିଥିଲେ । ଏହି ମେଳାରେ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର , ଦିଗପହଣ୍ଡି ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ପୁଷ୍ପାଞ୍ଜଳୀ ଶତପଥୀ , ବ୍ଳକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ , ପୂର୍ବତନ ବ୍ଲକ ବିଜେଡି ସଭାପତି ଉଦୟନାଥ ସ୍ବାଇଁ , ସରପଞ୍ଚ ସଂଘ ସଭାପତି ହରିବନ୍ଧୁ ରେଡ୍ଡୀ , ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧି , ଜିଲ୍ଲା ମହିଳା ବିଜେଡି ସଂପାଦିକା ନିରୁପମା ପଟ୍ଟନାୟକ , ବ୍ଲକ ବିଜେଡି ମହିଳା ସଭାନେତ୍ରୀ ଉମା ମହେଶ୍ୱରୀ ସେଠୀ , ସାଧନା ସଘ ମହିଳା ସଭାନେତ୍ରୀ ପି . ବିଜୟଲକ୍ଷ୍ମୀ ସମେତ ସମସ୍ତ ଆଇସିଡିଏସ୍ କର୍ମଚାରୀ ଉପସ୍ଥିତ ରହିଥିଲେ । ଏହାପରେ ଦିଗପହଣ୍ଡି ଖେମୁଣ୍ଡି ମହାବିଦ୍ୟାଳୟ ନିକଟରେ ଥିବା ବଡ଼ଖେମୁଣ୍ଡି , ସାନଖେମୁଣ୍ଡି ଓ ଚିକିଟି ତାଲୁକାର ଗୈାଡ ଲୋକଙ୍କୁ ନେଇ ନୂତନ ଭାବେ ନିର୍ମିତ ହୋଇଥିବା ଗୋପାଳ ସମାଜ ତିନି ତାଲୁକା ବୈଠକ ଗୃହ ଉଦଘାଟନ କାର୍ଯ୍ୟରେ ଯୋଗ ଦେଇଥିଲେ । ତେବେ ତିନି ତାଲୁକା ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବାଚସ୍ପତିଙ୍କୁ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବାଚସ୍ପତି ଏହି ଗୋପାଳ ସମାଜର ମହତ୍ତ୍ଵ ସମ୍ପର୍କରେ ଉପସ୍ଥିତ ଲୋକମାନଙ୍କୁ ବୁଝାଇଥିଲେ । ବଡ଼ଖେମୁଣ୍ଡି ତାଲୁକା ଉପସଭାପତି ଗଣେଶ ଗୈାଡ ସଭାପତିତ୍ବ କରିଥିଲେ । ସରପଞ୍ଚ ଉଷାନ୍ତ ସାହୁ , ରାଧାକାନ୍ତ ମହାଙ୍କୁଡ , ଚିତ୍ରସେନ ଗୈାଡ , ରବିଚନ୍ଦ୍ର ଗୌଡ , ରାମହରି ଗୈାଡ , କିର୍ତ୍ତୀଚନ୍ଦ୍ର ଗୈାଡ , ପିତାମ୍ବର ଗୈାଡ , ସନ୍ତୋଷ ଗୈାଡ ସମେତ ତିନି ସମାଜର ବହୁ ସଦସ୍ୟ ଉପସ୍ଥିତ ରହିଥିଲେ । ଏଥିସହ ବ୍ଳକର ବି . ତୁରୁବୁଡି ଓ ବଡଡୁମ୍ବୁଳା ପଞ୍ଚାୟତରେ ପହଞ୍ଚି ଲୋକମାନଙ୍କୁ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରି ଫେରିଥିବା ବେଳେ ଅପରାହ୍ନରେ କଇଠଡା ପଞ୍ଚାୟତର ବହୁ ଉନ୍ନତିମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କରି ଫେରିଥିବା ଜଣାପଡିଛି । ସରପଞ୍ଚ ପ୍ରତିନିଧି କୁରେଶୁ ସେଠୀ , ବାବୁଲା ସେଠୀ , ପୂର୍ବତନ ସରପଞ୍ଚ କେ . ସଞ୍ଜୀବ ରେଡ୍ଡୀ , ରମେଶ ଚନ୍ଦ୍ର ପାଢ଼ୀ , ରମେଶ ପାତ୍ର ଓ କଇଠଡା ସରପଞ୍ଚ ଭୀମସେନ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଗପହଣ୍ଡିରେ ବ୍ୟବସ୍ଥା ପରିବର୍ତ୍ତନ ରଥକୁ ସମ୍ବର୍ଦ୍ଧନା

ଦିଗପହଣ୍ଡିରେ ବ୍ୟବସ୍ଥା ପରିବର୍ତ୍ତନ ରଥକୁ ସମ୍ବର୍ଦ୍ଧନା

Read More...

୫୦ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ସହ ସ୍କୁଟି ଜବତ : ଦମ୍ପତି ଗିରଫ

୫୦ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ସହ ସ୍କୁଟି ଜବତ : ଦମ୍ପତି ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: