ସାନଖେମୁଣ୍ଡି ବିଜୁ ଜନତା ଦଳ ପକ୍ଷରୁ ୨୫ ତମ ପ୍ରତିଷ୍ଠା ଦିବସ ପାଳନ

December 26, 2021, ରାଜନୀତି, ଗଞ୍ଜାମ, Kiran Behera
ସାନଖେମୁଣ୍ଡି ବିଜୁ ଜନତା ଦଳ ପକ୍ଷରୁ ୨୫ ତମ ପ୍ରତିଷ୍ଠା ଦିବସ ପାଳନ
Kiran Behera
[ Reporter,Digapahandi ]
Bhagyaprabha News Bureau
December 26, 2021

ପ୍ରବାଦ ପୁରୁଷ ତଥା କଳିଙ୍ଗ ବିରପୁତ୍ର ବିଜୁବାବୁଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ରବିବାର ଦିନ ସାରା ଓଡ଼ିଶାରେ ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିବା ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ ସାନଖେମୁଣ୍ଡି ବିଜୁ ଜନତା ଦଳ ପକ୍ଷରୁ ଅପରାହ୍ନ ୩ ଘଣ୍ଟା ସମୟରେ ଡେଙ୍ଗାଓସ୍ତାରେ ଏହି ଦିବସକୁ ମହା ସମାରୋହରେ ପାଳିତ କରାଯାଇଥିଲା । ବ୍ଲକ ବିଜେଡି ସଭାପତି ତଥା ଆଡପଡା ସରପଞ୍ଚ ନୀଳମାଧବ ରାଉତଙ୍କ ସଭାପତିତ୍ବ ଏବଂ ସଂଯୋଜନାରେ ଅନୁଷ୍ଠିତ ସଭାକାର୍ଯ୍ୟରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ କରି ଏହାର ଶୁଭାରମ୍ଭ କରିଥିଲେ । ସେହିପରି ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ୱାଇଁ , ସାଧାରଣ ସମ୍ପାଦକ ଅମିନ ପ୍ରଧାନ , ବ୍ଲକ ବିଜେଡି ଉପସଭାପତି ଧୋବା ସ୍ୱାଇଁ , ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ , ବ୍ଲକ ଉପାଧ୍ୟକ୍ଷ ଗୋବିନ୍ଦ ସ୍ୱାଇଁ , ସରପଞ୍ଚ ସହଦେବ ପ୍ରଧାନ , ଯୁବନେତା ସନ୍ତୋଷ ବିଷୋୟୀ , ସମିତି ସଭ୍ୟ ତୋଫାନ ସ୍ବାଇଁ , ବରିଷ୍ଠ ବିଜେଡି ନେତା ସୁବାଷ ମହାପାତ୍ର , ସୋମନାଥ ପାତ୍ର , ଟୁକୁନା ପ୍ରଧାନ , ବିଜୟ ପ୍ରଧାନ , ଜିଲ୍ଲା ପରିଷଦ ଶଙ୍କର୍ଷଣ ସ୍ବାଇଁ ସମେତ ବହୁ ଦଳୀୟ କର୍ମୀମାନେ ମଞ୍ଚାସୀନ ରହିଥିଲେ । ଏହି ଅବସରରେ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିବା ସହ ଆୟୋଜିତ ସଭାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଏଥିସହ ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ସଂଗଠନକୁ ଅଧିକରୁ ଅଧିକ ସୁଦୃଢ କରିବା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନନ୍ଦିନୀ ଦେବୀଙ୍କ ହାତ ମୁଠାକୁ ଟାଣ କରିବା ସକାଶେ ପ୍ରତ୍ୟେକ କର୍ମ ଏକତ୍ର ମନୋଭାବ ରଖି କାର୍ଯ୍ୟ କରିବା ସହ ବିପକ୍ଷ ଦଳ ବିରୋଧରେ ଲଢେ଼ଇ କରିବାକୁ ଆଲୋଚନା କରାଯାଇଥିଲା । ଏଥିସହ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ଯକୁ ଯେଭଳି ଗାଁ ଗାଁ ରେ ରହିଥିବା ଗରୀବ ଲୋକଙ୍କଠାରେ ପହଞ୍ଚି ପାରିବ ଏବଂ ସରକାରଙ୍କ ସମସ୍ତ ଯୋଜନାରେ ସାମିଲ କରି ସେମାନଙ୍କୁ ଉପକୃତ କରାଇବା ପାଇଁ ଶପଥ କରିଥିଲେ । ଏହି ସଭାସ୍ଥଳରେ ବହୁ ସଂଖ୍ୟକ ଉର୍ଦ୍ଧ୍ବ ବିଜେଡି ସମର୍ଥକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କିରୋସିନ ଢାଳି ମହିଳାଙ୍କ ଆତ୍ମହତ୍ୟା ଘଟଣା : ଯୈାତୁକ ଜନିତ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର

କିରୋସିନ ଢାଳି ମହିଳାଙ୍କ ଆତ୍ମହତ୍ୟା ଘଟଣା : ଯୈାତୁକ ଜନିତ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର

Read More...

ଧାନଗଦାରେ ନିଆଁ ଲାଗି ୬ ପରିବାର ସର୍ବସ୍ବାନ୍ତ

ଧାନଗଦାରେ ନିଆଁ ଲାଗି ୬ ପରିବାର ସର୍ବସ୍ବାନ୍ତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: