କିରୋସିନ ଢାଳି ମହିଳାଙ୍କ ଆତ୍ମହତ୍ୟା ଘଟଣା : ଯୈାତୁକ ଜନିତ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର

December 27, 2021, ଅପରାଧ, ଗଞ୍ଜାମ, Kiran Behera
କିରୋସିନ ଢାଳି ମହିଳାଙ୍କ ଆତ୍ମହତ୍ୟା ଘଟଣା : ଯୈାତୁକ ଜନିତ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର
Kiran Behera
[ Reporter,Digapahandi ]
Bhagyaprabha News Bureau
December 27, 2021

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ତୁଳସୀପଦର ଗ୍ରାମରେ ଗତକାଲି ପାରିବାରିକ ଝଗଡାକୁ ନେଇ ଦେହରେ କିରୋସିନ ଢାଳି ଜଣେ ବିବାହିତ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିବା ଜଣାପଡିଛି । ମୃତ ମହିଳା ଜଣକ ହେଲେ ରିଙ୍କି ମହାନ୍ତି (୩୦) ବୋଲି ସୂଚନା ମିଳିପାରିଛି । ତେବେ ମୃତକଙ୍କ ପରିବାର ଏହାକୁ ବିଶ୍ୱାସ ନ କରିପାରି ଝିଅକୁ ଯୈାତୁକ ଜନିତ ହତ୍ୟା କରାଯାଇଥିବା ଥାନାରେ ଏତଲା ଦେଇଛନ୍ତି । ଖବରନୁଯାୟୀ , ଧରାକୋଟ ଥାନା ଢଉଗାଁ ଗ୍ରାମର ରମେଶ ପରିଡ଼ାଙ୍କ ଝିଅ ରିଙ୍କି ୮ ବର୍ଷ ପୂର୍ବେ ସାନଖେମୁଣ୍ଡି ବ୍ଲକ ସାହାସପୁର ପଞ୍ଚାୟତ ଅନ୍ତର୍ଗତ ତୁଳସୀପଦର ଗ୍ରାମର ଭୂଷଣ ମହାନ୍ତିଙ୍କ ପୁଅ ଭଗବାନ ମହାନ୍ତିଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ଯୈାତୁକ ବାବଦରେ ୬୦ ହଜାର ଟଙ୍କା ସମେତ ସୁନାଚେନ ଓ ଜାନି ଯୌତୁକ ଦେଇଥିଲେ । ବିବାହ ପରଠାରୁ ଉଭୟ ସ୍ବାମୀ ସ୍ତ୍ରୀ ପରସ୍ପର ବିଭିନ୍ନ ସମୟରେ ଝଗଡ଼ା ଲାଗି ରହୁଥିବା ଏକ କନ୍ୟା ସନ୍ତାନ ରହିଥିବା ଜଣାପଡିଛି । ତେବେ ଗତ ଶନିବାର ରାତିରେ ଉଭୟଙ୍କ ମଧ୍ୟରେ କୈାଣସି କାରଣରୁ ପାଟିତୁଣ୍ଡ ହୋଇଥିବା ବେଳେ ରିଙ୍କି ମାନସିକ ଭାରସାମ୍ୟ ହରାଇ ନିଜ ଶରୀରରେ କିରୋସିନ ଢାଳି ଆତ୍ମହତ୍ୟା କରିଛନ୍ତି ବୋଲି ସ୍ବାମୀ ଭଗବାନଙ୍କ ପରିବାର ଲୋକେ କହିଛନ୍ତି । ଏହାପରେ ଘରେ ନିଆଁ ଲାଗିଥିବା ଜାଣିପାରି ଦେଖିବା ବେଳକୁ ରିଙ୍କି ହୁତୁହୁତୁ ହୋଇ ଜଳୁଥିବା ଦେଖିଥିଲେ । ଘଟଣାପରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ଭଗବାନ ରବିବାର ସକାଳ ସାଢେ ଆଠଟା ସମୟରେ ଝିଅଙ୍କ ବାପା ରମେଶଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ରିଙ୍କିଙ୍କୁ ବ୍ରହ୍ମପୁର ପରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଉପସ୍ଥିତ ଡାକ୍ତର ପରିବାରକୁ ଜଣାଇଥିଲେ । ଗୋଟିଏ ପଟେ ସ୍ବାମୀ ଭଗବାନଙ୍କ ପରିବାର ରିଙ୍କି ନିଜେ ଆତ୍ମହତ୍ୟା କରିଥିବା କହୁଥିବା ବେଳେ ଅନ୍ୟପଟେ ଝିଅକୁ ଏକଲକ୍ଷ ଟଙ୍କା ଯୈାତୁକ ମାଗିବା ସହ ବିଭିନ୍ନ ସମୟରେ ସ୍ବାମୀ ସମେତ ଶଶୁର , ଶାଶୁ , ଦିଅର ଓ ଦୁଇ ନଣନ୍ଦ ନିର୍ଯ୍ୟାତନା ଦେଇ ଆସୁଥିବା ଝିଅର ପରିବାର ଥାନାରେ ଏତଲା ଦେଇଛନ୍ତି । ଏନେଇ ପାଟପୁର ଥାନା ମାମଲା ନଂ ୪୩୬/୨୧ ପ୍ରକାରେ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଡଖେମୁଣ୍ଡି ହାଇସ୍କୁଲ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ

ବଡଖେମୁଣ୍ଡି ହାଇସ୍କୁଲ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ

Read More...

ସାନଖେମୁଣ୍ଡି ବିଜୁ ଜନତା ଦଳ ପକ୍ଷରୁ ୨୫ ତମ ପ୍ରତିଷ୍ଠା ଦିବସ ପାଳନ

ସାନଖେମୁଣ୍ଡି ବିଜୁ ଜନତା ଦଳ ପକ୍ଷରୁ ୨୫ ତମ ପ୍ରତିଷ୍ଠା ଦିବସ ପାଳନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: