ତନଖି ବେଳେ ବାଇକ ଲୁଟେରାକୁ କାବୁ କଲା ପୋଲିସ, ୧୬ ବାଇକ ଜବତ

January 09, 2022, ଅପରାଧ, ଗଞ୍ଜାମ, Swadhina Kumar Sahu
ତନଖି ବେଳେ ବାଇକ ଲୁଟେରାକୁ କାବୁ କଲା ପୋଲିସ, ୧୬ ବାଇକ ଜବତ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
January 09, 2022

ବ୍ରହ୍ମପୁର ସଦର ଥାନା ପକ୍ଷରୁ ବାଇକ ଚେକିଙ୍ଗ କରୁଥିବା ବେଳେ ଦୁଇ ବାଇକ ଲୁଟେରାକୁ କାବୁ କରିଛି । ସୂଚନା ମୂତାବକ ଗତକାଲି ସଦର ଥାନା ପକ୍ଷରୁ ସ୍ଥାନୀୟ ଲୋଚାପଡା ଛକ ନିକଟରେ ମୋଟର ଯାନ ଚେକିଙ୍ଗ ଚାଲିଥିଲା । ଏହି ସମୟରେ ଦୁଇ ଯୁବକ ଏକ ଆପାଚି ଗାଡିରେ ଆସିଥିଲେ ସେମାନଙ୍କୁ ମଧ୍ୟ ପୋଲିସ ଚେକିଙ୍ଗ କରିବା ସମୟରେ ତାହା ଏକ ଚୋରୀ ଗାଡି ବୋଲି ଜାଣିବାକୁ ପାଇଥିଲା । ଏହାପରେ ପୋଲିସ ଉଭୟଙ୍କୁ ପଚରା ଉଚରା କରିବା ସମୟରେ ଜଣା ପଡିଲା ଉଭୟେ ବାଇକ ଚୋରୀ କରୁଛନ୍ତି । ସେମାନେ ରାଜଧାନୀ ଭୂବନେଶ୍ୱରରୁ ବାଇକ ଚୋରୀ କରି ଆଣିବା ସହ ଗୋପାଳପୁର ଥାନା ଅନ୍ତର୍ଗତ ଗୋଳାବନ୍ଧ ଠାରେ ଥିବା ଏକ ଗ୍ୟାରେଜରେ ସମସ୍ତ ମୋଟର ସାଇକେଲ ଲୁଚାଇ ରଖିଥିବା ତଦନ୍ତ ସମୟରେ ପୋଲିସକୁ କହିଥିଲେ । ଏହାପରେ ପୋଲିସ ପକ୍ଷରୁ ସମସ୍ତ ୧୬ ଗୋଟି ମୋଟର ସାଇକେଲକୁ ଜବତ କରିବା ସହ ଉବୟଙ୍କ ନାମରେ ଏକ ମାମଲା ରୁଜୁ କରି କୋର୍ଟ ଚାଳାଣ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କାଇପଦର ଗ୍ରାମର ଗୁଲାମ ହୁସେନ ଖାନ ( ୪୩ ) ଓରଫ ପପୁ ଏବଂ ବ୍ରହ୍ମପୁର ସଦରଥାନା ଅନ୍ତର୍ଗତ ବାସୁଦେବ ନଗର ସପ୍ତମ ଗଳିର ଲିଲୁ ବେହେରା ( ୨୨ ) ଓରଫ ଇଲୁ । ଉଭୟଙ୍କ ନିକଟରୁ ଚାରୋଟି ପଲସର ବାଇକ, ଚାରୋଟି ଆପାଚି, ଦୁଇଟି ଲେଖାଏଁ ହିରୋ ଗ୍ଲାମର ଓ ହୋଣ୍ଡା ସାଇନ ଏବଂ ଗୋଟିଏ ଲେଖାଏଁ ୟାମାହା ଏଫଜେଡ, ବାଜାଜ ସିଟି ହଣ୍ଡ୍ରେଡ, ହିରୋ ହଙ୍କ ଏବଂ ବାଜାଜ ଏଭେଞ୍ଜର ଗାଡି ଜବତ କରିଛି ପୋଲିସ । ଏହା ସହ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୋପାଳପୁର ଥାନା ଅଧିକାରୀ ଭାବେ ଦାୟିତ୍ୱ ନେଲେ ଶ୍ରୀକାନ୍ତ ଖମାରୀ

ଗୋପାଳପୁର ଥାନା ଅଧିକାରୀ ଭାବେ ଦାୟିତ୍ୱ ନେଲେ ଶ୍ରୀକାନ୍ତ ଖମାରୀ

Read More...

ଜଗନ୍ନାଥ ପ୍ରସାଦ ବ୍ଳକରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କଲେ ମନ୍ତ୍ରୀ

ଜଗନ୍ନାଥ ପ୍ରସାଦ ବ୍ଳକରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କଲେ ମନ୍ତ୍ରୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: