ଗୋପାଳପୁର ଥାନା ଅଧିକାରୀ ଭାବେ ଦାୟିତ୍ୱ ନେଲେ ଶ୍ରୀକାନ୍ତ ଖମାରୀ

January 09, 2022, ସାକ୍ଷାତକାର, ଗଞ୍ଜାମ, Swadhina Kumar Sahu
ଗୋପାଳପୁର ଥାନା ଅଧିକାରୀ ଭାବେ ଦାୟିତ୍ୱ ନେଲେ ଶ୍ରୀକାନ୍ତ ଖମାରୀ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
January 09, 2022

ବ୍ରହ୍ମପୁର ପୋଲିସ ଜିଲ୍ଲାର ଗୋପାଳପୁର ଥାନାଧିକାରୀ ଭାବେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି ଶ୍ରୀକାନ୍ତ ଖମାରୀ । ୨୦୧୨ବ୍ୟାଚର ଏହି ଓପିଏସ ଅଫିସର ପୂର୍ବରୁ କନ୍ଧମାଳ ଜିଲ୍ଲା ବିଭିନ୍ନ ଥାନାରେ ନିଜର ଦାୟିତ୍ୱ ସମ୍ପର୍ଣ୍ଣ କରି ଆସୁଥିଲେ । କନ୍ଧମାଳ ଜିଲ୍ଲା ରାଇକିଆ ଥାନାରୁ ବ୍ରହ୍ମପୁର ପୋଲିସ ଜିଲ୍ଲା କୁ ତାଙ୍କର ବଦଳି ହୋଇଥିବା ବେଳେ ସେ ଗୋପାଳପୁର ଥାନାଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଗୋପାଳପୁର ଥାନା ଅଧିନରେ ଅନେକ ବେଳାଭୂମୀ ଆସୁଥିବା ବେଳେ ବର୍ଷ ତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥାଏ ଏହାକୁ ନଜରରେ ରଖି ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ଅସାଧୁ ଯୁବକଙ୍କୁ ସାବାଡ କରିବା ତାଙ୍କର ପ୍ରଥମ ଲକ୍ଷ୍ୟ ରହିବ ବୋଲି ସେ କହିଛନ୍ତି । ଏହା ସହ ଏହି ଅଞ୍ଚଳର ,ଶାନ୍ତିଶୃଙ୍ଖଳା ରକ୍ଷା ଉପରେ ବିଶେଷ ଧ୍ୟାନ ଦେବା ସହ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବେ ଏବଂ ଅପରାଧ ନିୟନ୍ତ୍ରଣ ଉପରେ କାର୍ଯ୍ୟ କରିବେ ବୋଲି ସୂଚନା ଦେଇଛନ୍ତି । ସେହିପରି ବର୍ତ୍ତମାନ କୋଭିଡର ତ-ତୀୟ ଲହରର ଆଶଙ୍କା ରହିଥିବା ବେଳେ ପର୍ଯ୍ୟଟକ ଏବଂ ସ୍ଥାନୀୟ ଜନ ସାଧାରଣଙ୍କୁ ଏନେଇ ସଚେତନ କରାଇବା ସହ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହେଉଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଇବା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ଥାନାଧିକାରୀ ଶ୍ରୀକାନ୍ତ ଖମାରୀ କହିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶ୍ରୀ ଅରବିନ୍ଦ ପାଠ ଚକ୍ରର ୩୮ତମ ବାର୍ଷିକ ଉତ୍ସବ ପାଳିତ

ଶ୍ରୀ ଅରବିନ୍ଦ ପାଠ ଚକ୍ରର ୩୮ତମ ବାର୍ଷିକ ଉତ୍ସବ ପାଳିତ

Read More...

ତନଖି ବେଳେ ବାଇକ ଲୁଟେରାକୁ କାବୁ କଲା ପୋଲିସ, ୧୬ ବାଇକ ଜବତ

ତନଖି ବେଳେ ବାଇକ ଲୁଟେରାକୁ କାବୁ କଲା ପୋଲିସ, ୧୬ ବାଇକ ଜବତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: