ଶ୍ରୀ ଅରବିନ୍ଦ ପାଠ ଚକ୍ରର ୩୮ତମ ବାର୍ଷିକ ଉତ୍ସବ ପାଳିତ

January 09, 2022, ଓଡ଼ିଶା, ଗଞ୍ଜାମ, BHAGYAPRABHA NEWS
ଶ୍ରୀ ଅରବିନ୍ଦ ପାଠ ଚକ୍ରର ୩୮ତମ ବାର୍ଷିକ ଉତ୍ସବ ପାଳିତ
BHAGYAPRABHA NEWS
[ INPUT ]
Bhagyaprabha News Bureau
January 09, 2022

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସହରରେ ଥିବା ଶ୍ରୀ ଅରବିନ୍ଦ ପାଠ ଚକ୍ରର ୩୮ତମ ବାର୍ଷିକ ଉତ୍ସବ କୋଭିଡ ଗାଇଡ଼ ମଧ୍ୟରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ପାଠ ଚକ୍ର ପରିସରରେ ମାତୃ ପତାକା ଉତ୍ତୋଳନ ସହିତ ବନ୍ଦେ ମାତରମ ଗାନ କରା ଯାଇଥିଲା । ଏହାପରେ ପ୍ରଭୁ ଶ୍ରୀ ଅରବିନ୍ଦ ଓ ଶ୍ରୀମାଙ୍କ ଫୋଟୋ ରେ ପୁଷ୍ପ ଓ ଧୂପ ଅର୍ପଣ କରା ଯାଇ ସମବେତ ଧ୍ୟାନ ଓ ପ୍ରାର୍ଥନା କରାଯାଥିଲା । ଏହି କାର୍ଯ୍ୟକ୍ରମରେ ଭଗବାନ ମହାରଣା ମାତୃ ପତାକା ଉତ୍ତୋଳନ କରିଥିବା ବେଳେ ଶିବ ରାମ ପଣ୍ଡା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସେହିପରି ପାଠଚକ୍ରର ସଭାପତି ଚକ୍ର ପାଣି ସ୍ୱାଇଁ ,ସମ୍ପାଦକ ରାମ ମୋହନ ପଣ୍ଡା ,ବିଜୟ ଲକ୍ଷ୍ମୀ ମହାରଣା ,ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରର ସଦସ୍ୟମାନେ ଯୋଗ ଦେଇ ସହଯୋଗ କରିଥିଲେ । ସେହିପରି ସ୍ଥାନୀୟ ଅଞ୍ଚଳର ବହୁ ମାତୃ ପ୍ରେମୀ ଶ୍ରଦ୍ଧାଳୁ ଏଥିରେ ଯୋଗ ଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୁଲାଡ଼ ଠାରେ ବିଦ୍ୟୁତ ବିଲ ସଂଗ୍ରହ ସଂଘର ବୈଠକ ଅନୁଷ୍ଠିତ

କୁଲାଡ଼ ଠାରେ ବିଦ୍ୟୁତ ବିଲ ସଂଗ୍ରହ ସଂଘର ବୈଠକ ଅନୁଷ୍ଠିତ

Read More...

ଗୋପାଳପୁର ଥାନା ଅଧିକାରୀ ଭାବେ ଦାୟିତ୍ୱ ନେଲେ ଶ୍ରୀକାନ୍ତ ଖମାରୀ

ଗୋପାଳପୁର ଥାନା ଅଧିକାରୀ ଭାବେ ଦାୟିତ୍ୱ ନେଲେ ଶ୍ରୀକାନ୍ତ ଖମାରୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: