ନିର୍ବାଚନ କଟକଣାକୁ କଇଠଖଣ୍ଡିରେ ଉଲଂଘନ : ପ୍ରଶାସନର ତାଗିଦ୍ ଓ ପ୍ରସାଦ ଜବତ

January 20, 2022, ଅପରାଧ, ଗଞ୍ଜାମ, Kiran Behera
ନିର୍ବାଚନ କଟକଣାକୁ କଇଠଖଣ୍ଡିରେ ଉଲଂଘନ : ପ୍ରଶାସନର ତାଗିଦ୍ ଓ ପ୍ରସାଦ ଜବତ
Kiran Behera
[ Reporter,Digapahandi ]
Bhagyaprabha News Bureau
January 20, 2022

କରୋନାର ତୃତୀୟ ଲହରୀ ତଥା ଓମ୍ରିକନର ପ୍ରଭାବ ବୃଦ୍ଧି ଦୃଷ୍ଟିରୁ ରାଜ୍ୟ ସରକାର ପକ୍ଷରୁ ଚଳିତ ପଞ୍ଚାୟତ ନିର୍ବାଚନ ନିମନ୍ତେ କଟକଣା ଜାରି କରିଥିଲେ ମଧ୍ୟ ଏହାକୁ ଉଲ୍ଲଘଂନ କରାଯାଇଥିବା ଜଣାପଡ଼ିଛି । ଏଭଳି ଘଟଣା ଗୁରୁବାର ଦିନ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମ ପଞ୍ଚାୟତରେ । ଘଟଣାପରେ ବ୍ଲକ ପ୍ରଶାସନ ଅଧିକାରୀ ପହଞ୍ଚି ତାଗିଦ୍ କରିବା ସହ ପ୍ରସାଦ ଭୋଗ ଜବତ କରିଥିବା ଜଣାପଡ଼ିଛି । ଖବରନୁଯାୟୀ , ଆଜି ପଞ୍ଚାୟତ ନିର୍ବାଚନର ନାମାଙ୍କନ ପତ୍ର ଦାଖଲର ଚତୁର୍ଥ ଦିନରେ ଏକ ନିର୍ଦ୍ଦିଷ୍ଟ ଦଳର ପ୍ରାର୍ଥୀ ମାନେ ନିଜର ନାମାଙ୍କନ ଦାଖଲ ନିମନ୍ତେ ଗ୍ରାମରେ ପଟୁଆର ସହ ଗ୍ରାମ୍ୟ ପରିକ୍ରମା କରିବା ସହ ସ୍ଥାନୀୟ ଗ୍ରାମ ମନ୍ଦିରରେ ଏକ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ପ୍ରସାଦ ସେବନ ଆଳରେ ପଲଉ ଭୋଗ ପ୍ରସ୍ତୁତି କରି ସେଗୁଡିକୁ ପ୍ୟାକେଟ କରି ଘରକୁ ଘର ବୁଲି ବଣ୍ଟନ କରିବା ପାଇଁ ସ୍ଥଗିତ ରଖିଥିଲେ । ତେବେ ସ୍ଥାନୀୟ ତହସିଲଦାର ସିପକ କୁମାର ପାତ୍ର ବିଶେଷ ସୁତ୍ରରୁ ଖବରପାଇ ସ୍ଥାନୀୟ ପୋଲିସ ସହାୟତାରେ ଗ୍ରାମରେ ପହଞ୍ଚି ପ୍ରସାଦ ଗୁଡ଼ିକୁ ଜବତ କରିଥିଲେ । ଏହାପରେ ଉକ୍ତ ପ୍ରସାଦକୁ ଆଣି ଚୈତନ୍ୟପୁର ଗ୍ରାମର ଅସହାୟ ଗରିବ ଲୋକଙ୍କୁ ବଣ୍ଟନ କରିଥିବା ଜଣାପଡ଼ିଛି । ଏଥିସହ ଉକ୍ତ ଗ୍ରାମର ଆୟୋଜକ ମାନଙ୍କୁ ତହସିଲଦାର ଓ ପୋଲିସ ଏଭଳି କାର୍ଯ୍ଯରୁ ବିରତ ରହିବାକୁ ତାଗିଦ୍ କରି ଫେରିଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନାମାଙ୍କନ ପତ୍ର ଦାଖଲର ଚତୁର୍ଥ ଦିନ : ଦିଗପହଣ୍ଡିରେ ୨୪ ସରପଞ୍ଚ , ୩୩ ସମିତି ସଭ୍ୟ

ନାମାଙ୍କନ ପତ୍ର ଦାଖଲର ଚତୁର୍ଥ ଦିନ : ଦିଗପହଣ୍ଡିରେ ୨୪ ସରପଞ୍ଚ , ୩୩ ସମିତି ସଭ୍ୟ

Read More...

ପୂର୍ବତନ କର୍ପେରେଟର ସମାଜସେବୀ ଆର.ମୁରଲୀ ମୋହନ ଙ୍କ ଜନ୍ମ ଦିନ ରେ ରକ୍ତଦାନ ଶିବିର

ପୂର୍ବତନ କର୍ପେରେଟର ସମାଜସେବୀ ଆର.ମୁରଲୀ ମୋହନ ଙ୍କ ଜନ୍ମ ଦିନ ରେ ରକ୍ତଦାନ ଶିବିର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: