ନାମାଙ୍କନ ପତ୍ର ଦାଖଲର ଚତୁର୍ଥ ଦିନ : ଦିଗପହଣ୍ଡିରେ ୨୪ ସରପଞ୍ଚ , ୩୩ ସମିତି ସଭ୍ୟ

January 20, 2022, ରାଜନୀତି, ଗଞ୍ଜାମ, Kiran Behera
ନାମାଙ୍କନ ପତ୍ର ଦାଖଲର ଚତୁର୍ଥ ଦିନ : ଦିଗପହଣ୍ଡିରେ ୨୪ ସରପଞ୍ଚ , ୩୩ ସମିତି ସଭ୍ୟ
Kiran Behera
[ Reporter,Digapahandi ]
Bhagyaprabha News Bureau
January 20, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ପଞ୍ଚାୟତ ନିର୍ବାଚନ ନିମନ୍ତେ ଧିରେ ଧିରେ ଇଚ୍ଛୁକ ପ୍ରାର୍ଥୀ ଓ ପ୍ରାର୍ଥିନୀ ମାନେ ବର୍ତ୍ତମାନ ନିଜ ନାମାଙ୍କନ ପତ୍ର ଦାଖଲ ନିମନ୍ତେ ନିଜ ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଳକ କାର୍ଯ୍ୟାଳୟ ବାହାରେ ନିଜ ସମର୍ଥକଙ୍କ ଗହଣରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରୁଥିବା ଜଣାପଡିଛି । ଗୁରୁବାର ଦିନ ଚତୁର୍ଥ ଦିନରେ ବିଭିନ୍ନ ପଞ୍ଚାୟତର ୨୪ ସରପଞ୍ଚ , ୩୩ ସମିତି ସଭ୍ୟ ଓ ୧୮୭ ୱାର୍ଡସଭ୍ଯ ଏପରିକି ୨୪୪ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଗଡଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ସରପଞ୍ଚ ସଂଘ ସଭାପତି କେ . ହରିବନ୍ଧୁ ରେଡ୍ଡୀ , ଫାସୀଗୁଡା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ରୂପେ ସୁଜାତା ବିଷୋୟୀ , ବି . ତୁରୁବୁଡି ପଞ୍ଚାୟତରେ ଲିଙ୍ଗା ରେଡ୍ଡୀ ନିଜ ନାମାଙ୍କନ ଦାଖଲ କରିଥିବା ବେଳେ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଗଡଗୋବିନ୍ଦପୁର ପଞ୍ଚାୟତର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ବି . ଶଙ୍କର ନାରାୟଣ ସୁବୁଦ୍ଧି , ଶ୍ରୀନିବାସ ସାହୁ , ଗୋକର୍ଣ୍ଣପୁର ପାଇଁ ପୂର୍ବତନ ସରପଞ୍ଚ ତଥା ଜିଲ୍ଲା ପରିଷଦ ଅସିତ କୁମାର ସାହୁ , କରପଡା ପଞ୍ଚାୟତ ପାଇଁ ୨ ଥର ସରପଞ୍ଚ ଓ ଗୋଟିଏ ଥର ସମିତି ସଭ୍ୟା ହୋଇଥିବା ଗାୟତ୍ରୀ ପ୍ରଧାନ , ଫାସିଗୁଡା ପାଇଁ ସୁକାନ୍ତି ପ୍ରଧାନ ଓ ପଙ୍କଜ ପ୍ରଧାନ , ବଡଡୁମ୍ବୁଳା ପାଇଁ ରମେଶ ଚନ୍ଦ୍ର ପାଢ଼ୀ ଏବଂ ସିଦ୍ଧେଶ୍ୱର ପାଇଁ ସୁରଭୀ ବିଷୋୟୀ ଚଳିତ ନିର୍ବାଚନରେ ସମିତି ସଭ୍ୟ/ ସଭ୍ଯା ଭାବେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଆଗେଇ ଆସିଛନ୍ତି । ତେବେ ଏହି ୪ ଦିନରେ ବ୍ଲକରେ ସର୍ବମୋଟ ୫୫୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବ୍ଲକ ନିର୍ବାଚନ ଅଧିକାରୀ ହଳଧର ଶବରଙ୍କ ଠାରୁ ସୂଚନା ମିଳିପାରିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଡୁରା ସରପଞ୍ଚ ଭାବେ ନାମାଙ୍କନ ଭରିଲେ ବିଷ୍ଣୁ ପ୍ରିୟା ବେହେରା

ଡୁରା ସରପଞ୍ଚ ଭାବେ ନାମାଙ୍କନ ଭରିଲେ ବିଷ୍ଣୁ ପ୍ରିୟା ବେହେରା

Read More...

ନିର୍ବାଚନ କଟକଣାକୁ କଇଠଖଣ୍ଡିରେ ଉଲଂଘନ : ପ୍ରଶାସନର ତାଗିଦ୍ ଓ ପ୍ରସାଦ ଜବତ

ନିର୍ବାଚନ କଟକଣାକୁ କଇଠଖଣ୍ଡିରେ ଉଲଂଘନ : ପ୍ରଶାସନର ତାଗିଦ୍ ଓ ପ୍ରସାଦ ଜବତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: