ଦିଗପହଣ୍ଡିରେ ବ୍ଳକସ୍ତରୀୟ ଜନଶୁଣାଣୀ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

March 07, 2022, ଓଡ଼ିଶା, ଗଞ୍ଜାମ, Kiran Behera
ଦିଗପହଣ୍ଡିରେ ବ୍ଳକସ୍ତରୀୟ ଜନଶୁଣାଣୀ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ
Kiran Behera
[ Reporter,Digapahandi ]
Bhagyaprabha News Bureau
March 07, 2022

ଗଞ୍ଜାମ ଜିଲ୍ଲା ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଦିନ ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବ୍ଳକସ୍ତରୀୟ ଜନଶୁଣାଣୀ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସାମାଜିକ ସମୀକ୍ଷା ଉତ୍ତର ଦାୟିତ୍ଵ ଓ ସ୍ବଚ୍ଛତା ସମିତି ଆନୁକୁଲ୍ୟରେ ଆୟୋଜିତ ଶିବିରକୁ ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବରଙ୍କ ଅଧ୍ୟକ୍ଷତା କରିଥିଲେ । ଆୟୋଜିତ ଶୁଣାଣୀ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ଦିଗପହଣ୍ଡି ବ୍ଲକର ପ୍ରତି ପଞ୍ଚାୟତର ଆର୍ଥିକ ବର୍ଷ ଅପ୍ରେଲ ୧, ୨୦୨୦ ଠାରୁ ୨୦୨୧ ,୩୧ ମାର୍ଚ୍ଚ ପର୍ଯ୍ୟନ୍ତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ର ଜନଶୁଣାଣୀ କରିଥିଲେ । ଏହି ଅବସରରେ । ଏହି ପରିପ୍ରେକ୍ଷୀରେ ବ୍ଳକ ଅଧିନସ୍ଥ ୨୫ ଗୋଟି ପଞ୍ଚାୟତରେ ରହିଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ତ୍ବରାନ୍ବିତ କରିବା ସକାଶେ ଆଲୋଚନା କରାଯାଇଥିଲା । ଏଥିସହ ଶ୍ରମ ଦିବସ କେତେକ ପରିମାଣରେ ସୃଷ୍ଟି ହୋଇପାରିବ ବୋଲି ଆଲୋକପାତ ହୋଇଥିଲା । ଏହି ଶୁଣାଣୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ପଟ୍ଟନାୟକ , ଏପିଓ ଯୋଗେନ୍ଦ୍ର ସେଠୀ , ଜିଲ୍ଲା ସାମାଜିକ ସମୀକ୍ଷକ ରବିନ୍ଦ୍ରନାଥ ମଲାଣ , ବ୍ଲକ ସାମାଜିକ ସମୀକ୍ଷକ ଶଙ୍କର ମିଶ୍ର , ଜିପିଓ ଉମେଶ ସେଠୀ , ଯୋଗାଣ ନିରୀକ୍ଷକ ଅଧିକାରୀ ବ୍ରଜେଶ୍ବର ରାଏ କନିଷ୍ଠ ଯନ୍ତ୍ରୀ , ପଞ୍ଚାୟତ ନିର୍ବାହୀ ଅଧିକାରୀ , ଗ୍ରାମ ରୋଜଗାର ସେବକ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରାର୍ଥୀପତ୍ର ଦାଖଲ ଶେଷଦିନରେ ୬ ଜଣଙ୍କ ନାମାଙ୍କନ : ବିଜେଡ଼ିର ବିଶାଳ ଶୋଭାଯାତ୍ରା

ପ୍ରାର୍ଥୀପତ୍ର ଦାଖଲ ଶେଷଦିନରେ ୬ ଜଣଙ୍କ ନାମାଙ୍କନ : ବିଜେଡ଼ିର ବିଶାଳ ଶୋଭାଯାତ୍ରା

Read More...

ଦିଗପହଣ୍ଡିରେ ରୁବି ଚକ୍ଷୁ ଚିକିତ୍ସାଳୟର ନୂତନ ଶାଖା ଉଦଘାଟିତ

ଦିଗପହଣ୍ଡିରେ ରୁବି ଚକ୍ଷୁ ଚିକିତ୍ସାଳୟର ନୂତନ ଶାଖା ଉଦଘାଟିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: