ପ୍ରାର୍ଥୀପତ୍ର ଦାଖଲ ଶେଷଦିନରେ ୬ ଜଣଙ୍କ ନାମାଙ୍କନ : ବିଜେଡ଼ିର ବିଶାଳ ଶୋଭାଯାତ୍ରା

March 07, 2022, ଓଡ଼ିଶା, ଗଞ୍ଜାମ, Kiran Behera
ପ୍ରାର୍ଥୀପତ୍ର ଦାଖଲ ଶେଷଦିନରେ ୬ ଜଣଙ୍କ ନାମାଙ୍କନ : ବିଜେଡ଼ିର ବିଶାଳ ଶୋଭାଯାତ୍ରା
Kiran Behera
[ Reporter,Digapahandi ]
Bhagyaprabha News Bureau
March 07, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ରହିଥିବା ବେଳେ ସୋମବାର ୬ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ଆଜି ପୂର୍ବାହ୍ନ ସମୟରେ ଚଳିତ ପୈାର ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ନଗରପାଳ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇ ଥିବା ଭି . ରବିନାରାୟଣ ରାଜୁଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ୬ ଶହରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ସମର୍ଥକଙ୍କ ଗହଣରେ ଦଳୀୟ କର୍ମୀମାନେ ସ୍ଥାନୀୟ ବଜାର ଗାନ୍ଧୀ ଛକଠାରୁ ପଦଯାତ୍ରା ମାଧ୍ୟମରେ ସହର ପରିଭ୍ରମଣ କରିଥିଲେ । ଶେଷରେ ଏନ୍ ଏସି କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ । ପ୍ରଥମତଃ ନଗରପାଳ ପ୍ରାର୍ଥୀ ଭାବେ ସ୍ବାଧୀନ ପକ୍ଷରୁ କୁରେଶୁ ଚନ୍ଦ୍ର ମହାରଣା ନାମାଙ୍କନ ଦାଖଲ କରିଥିଲେ । ତେବେ ଆଜି ୨ ନଂ ୱାର୍ଡ ପାଇଁ ୩ ଜଣ କାଉନସିଲର ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିବା ପାଇଁ ଆଗେଇ ଆସିଥିବା ବେଳେ ବିଜେଡି ପକ୍ଷରୁ ସୁଶାନ୍ତ କୁମାର ପାତ୍ର ଓରଫ ବୁଢ଼ା , ବିଜେପି ପକ୍ଷରୁ ଶିବପ୍ରସାଦ ପୂଜାରୀ ଏବଂ ବହୁ ଚର୍ଚ୍ଚିତ ସ୍ବାଧୀନ ପ୍ରାର୍ଥୀ ଭାବେ ବିଚିତ୍ରାନନ୍ଦ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେହିଭଳି ୭ ନଂ ୱାର୍ଡ ପାଇଁ ବିଜେଡି ପକ୍ଷରୁ ଜଣେ ଉଚ୍ଚ ଶିକ୍ଷିତ ଯୁବକ ନିଗମ ପ୍ରସାଦ ପଣ୍ଡା ଓ ୧୧ ନଂ ୱାର୍ଡ ପାଇଁ ବିଜେପି ପକ୍ଷରୁ ସୁନୀତା କୁମାରୀ ସେଠୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଚଳିତ ଦିଗପହଣ୍ଡି ପୈାର ନିର୍ବାଚନ ପାଇଁ ନାମାଙ୍କନ ପ୍ରଥମରୁ ଆଜିଯାଏଁ ୪୧ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ନଗରପାଳ ପ୍ରାର୍ଥୀ ନିମନ୍ତେ ୬ ଜଣ ଓ ୧୧ ଗୋଟି ୱାର୍ଡରୁ ୩୫ ଜଣ କାଉନସିଲର ପ୍ରାର୍ଥୀ ଭାବେ ଆବେଦନ କରିଥିବା ନିର୍ବାଚନ ଅଧିକାରୀ ସିପକ କୁମାର ପାତ୍ରଙ୍କ ଠାରୁ ସୂଚନା ମିଳିପାରିଛି । ଯାହାକି ଦିଗପହଣ୍ଡି ରାଜନୈତିକ ମହଲରେ ଉଷ୍ମତା ଦେଖା ଦେଇଥିବା ଜଣାପଡିଛି । ତେବେ ଆଗାମୀ ୨୪ ତାରିଖରେ ହେବାକୁ ଥିବା ମତଦାନ ପରେ କାହାର ପଲା ଭାରି ରହିବ ନିର୍ବାଚନ ଫଳାଫଳ ଘୋଷଣା ପରେ ହିଁ ଜଣାପଡିବ ଦିଗପହଣ୍ଡି ବାସୀ ପ୍ରକାଶ କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୃଥକ ସ୍ଥାନରେ ଅଗ୍ନିକାଣ୍ଡ ଘଟି ୪ ଲକ୍ଷରୁ ଉର୍ଦ୍ଧ୍ବ ଧନସମ୍ପତ୍ତି ଭସ୍ମୀଭୂତ

ପୃଥକ ସ୍ଥାନରେ ଅଗ୍ନିକାଣ୍ଡ ଘଟି ୪ ଲକ୍ଷରୁ ଉର୍ଦ୍ଧ୍ବ ଧନସମ୍ପତ୍ତି ଭସ୍ମୀଭୂତ

Read More...

ଦିଗପହଣ୍ଡିରେ ବ୍ଳକସ୍ତରୀୟ ଜନଶୁଣାଣୀ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଦିଗପହଣ୍ଡିରେ ବ୍ଳକସ୍ତରୀୟ ଜନଶୁଣାଣୀ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: