ପାରିବାରିକ ବିବାଦରେ ବାପା ଓ ପୁଅ ଗଣ୍ଡଗୋଳ ଘଟଣାରେ ଉଭୟ ଗିରଫ

April 19, 2022, ଅପରାଧ, ଗଞ୍ଜାମ, Kiran Behera
ପାରିବାରିକ ବିବାଦରେ ବାପା ଓ ପୁଅ ଗଣ୍ଡଗୋଳ ଘଟଣାରେ ଉଭୟ ଗିରଫ
Kiran Behera
[ Reporter,Digapahandi ]
Bhagyaprabha News Bureau
April 19, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଆଙ୍କୋରଡା ଗ୍ରାମରେ ପାରିବାରିକ ବିବାଦରୁ ବାପା ଓ ପୁଅ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ମାମଲାରେ ପୋଲିସ ଉଭୟଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଖବରନୁଯାୟୀ , ରବିବାର ମଧ୍ୟାହ୍ନ ପ୍ରାୟ ସାଢେ ୧୧ ଟାରେ ବାପା ପି. ଗଣପତି ଦୋରା ଓ ପୁଅ ପି . ରାମବାବୁ ଦୋରାଙ୍କ ମଧ୍ୟରେ କୈାଣସି କଥାକୁ ନେଇ ପାରିବାରିକ ବିବାଦ ଦେଖାଦେଇଥିଲା । ଯାହାଫଳରେ ବାପା ଗଣପତିଙ୍କୁ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ପୁଅ ଏକ ଠେଙ୍ଗାରେ ମୁଣ୍ଡକୁ ଆକ୍ରମଣ କରିଥିଲେ । ବାପାଙ୍କ ପାଟି ଶୁଣି ଝିଅ ତପସ୍ଵିନୀ ଆସି ଛଡ଼ାଇବାରୁ ତାଙ୍କୁ ମଧ୍ୟ ସେମାନେ ସଂଘବଦ୍ଧ ଭାବେ ଠେଙ୍ଗାରେ ଆକ୍ରମଣ କରିଥିଲେ । ପରେ ଗଣପତି ଏବଂ ତାଙ୍କ ଝିଅ ତପସ୍ଵିନୀ ରାମବାବୁଙ୍କୁ ପ୍ରତି ଆକ୍ରମଣ କରିଥିଲେ । ଏନେଇ ଉଭୟପକ୍ଷ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ପୋଲିସ ପୃଥକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ । ବାପା ଗଣପତି ଓ ଝିଅଙ୍କୁ ତାଙ୍କ ପୁଅ ପି.ରାମ ବାବୁ , ପି.ଶ୍ୟାମ ବାବୁ ଏବଂ ୨ ବୋହୁ ପି.ସୁଜାତା ଦୋରା , ପି.ପୁଷ୍ପାଞ୍ଜଳୀ ଦୋରା ଏବଂ ସ୍ତ୍ରୀ ନମିତା ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳେ ଅନ୍ୟପଟେ ଏମାନଙ୍କୁ ବାପା ଓ ଝିଅ ପାଲଟା ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଆହାତ ମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଚିକିତ୍ସା ହୋଇ ଫେରିବା ପରେ ଉଭୟ ପକ୍ଷ ଥାନାରେ ପହଞ୍ଚି ଏତଲା ଦେଇଥିଲେ । ଏହି ମାମଲା ରେ ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ପୋଲିସ ପୃଥକ ଥାନା ମାମଲା ନଂ.୧୩୯/୨୨ ଏବଂ ୧୪୦/୨୨ ଅନୁସାରେ ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା । ସେଠାରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଉଭୟ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏନ୍.ସି.ସି ନାଭାଲ୍ ପକ୍ଷରୁ ପୁନିତ୍ ସାଗର ଅଭିଯାନ

ଏନ୍.ସି.ସି ନାଭାଲ୍ ପକ୍ଷରୁ ପୁନିତ୍ ସାଗର ଅଭିଯାନ

Read More...

ଖେମୁଣ୍ଡି ମହାବିଦ୍ୟାଳୟ ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

ଖେମୁଣ୍ଡି ମହାବିଦ୍ୟାଳୟ ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: