ଏନ୍.ସି.ସି ନାଭାଲ୍ ପକ୍ଷରୁ ପୁନିତ୍ ସାଗର ଅଭିଯାନ

April 19, 2022, ଶିକ୍ଷା, ଗଞ୍ଜାମ, Gouri Shankar Mishra
ଏନ୍.ସି.ସି ନାଭାଲ୍ ପକ୍ଷରୁ ପୁନିତ୍ ସାଗର ଅଭିଯାନ
Gouri Shankar Mishra
[ Video Journalist ]
Bhagyaprabha News Bureau
April 19, 2022

ବ୍ରହ୍ମପୁର- ଜାତୀୟ ସମର ଶୀକ୍ଷାର୍ଥୀ ବାହିନୀର ପ୍ରଥମ ଓଡିଶା ନାଭାଲ୍ ୟୁନିଟ୍ ଏନ୍.ସି.ସି ତରଫରୁ ବ୍ରହ୍ମପୁର ଠାରେ ପୁନିତ୍ ସାଗର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ବ୍ରହ୍ମପୁର ରେଳଷ୍ଟେସନ୍ ପରିସର ସଫେଇ କରାଯାଇଥିଲା । ଏଥିସହ ଏକ ସଚେତନତା ଶୋଭାଯାତ୍ରା , ପଥପ୍ରାନ୍ତ ନାଟକ ଓ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି । ପୁନିତ୍ ସାଗର ଅଭିଯାନର ମହତ ଉଦେଶ୍ୟ ନେଇ ନିଜ ଆଖପାଖ ସଫସୁତରା ରଖିବା ସହ ସର୍ବସାଧାରଣ ସ୍ଥାନଗୁଡିକୁ କିପରି ଅଳିଆ ଆବର୍ଜନା ମୁକ୍ତ ରଖିବା ସେନେଇ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ସେହିପରି ସାଇକଲ ରାଲି କରାଯାଇ ସର୍ବସାଧାରଣ ସ୍ଥାନ କିପରି ପରିଷ୍କାର ରଖାଯିବ କ୍ୟାଡେଟ୍ ମାନେ ପଥଚାରି ଓ ସ୍ଥାନୀୟ ବ୍ୟବସାୟୀ ମାନଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ। ପ୍ରଥମ ଓଡିଶା ନାଭାଲ୍ ୟୁନିଟ୍ ଏନ୍.ସି.ସି ବ୍ରହ୍ମପୁର କମାଣ୍ଡିଂ ଅଫିସର କମାଣ୍ଡର କିଶୋର ଚନ୍ଦ୍ର ରାଉତଙ୍କ ତତ୍ତ୍ବବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଡିଏଭି ସ୍କୁଲ ପ୍ରନ୍ସିପାଲ ଧରାଶ୍ରୀ ପାଢୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ସଚେତନତା ରାଲିକୁ ଖଲ୍ଲିକୋଟ୍ ବିଶ୍ବ ବିଦ୍ୟାଳୟ ଠାରେ ପତକା ଦେଖାଇ ଉଦଘାଟନ୍ କରିଥିଲେ । ଡିଏଭି ପବ୍ଲିକ୍ ସ୍କୁଲର 41ଜଣ ଏନ୍.ସି.ସି ନାଭାଲ କ୍ୟାଡେଟ୍ ଓ ଖଲିକୋଟ ବିଶ୍ବବିଦ୍ୟାଳୟର 22 ଜଣ ଏନ୍.ସି.ସି ନାଭାଲ କ୍ୟାଡେଟ୍ ଯୋଗଦେଇଥିଲେ । ସେହିପରି ଖଲିକୋଟ ବିଶ୍ବବିଦ୍ୟାଳୟର ଏ.ଏନ୍.ଓ. ସବ୍ ଲଫ୍ଟେନାଣ୍ଟ ସତ୍ୟନାରାୟଣ କୁଣ୍ଡୁ , ଡିଏଭି ପବ୍ଲିକ୍ ସ୍କୁଲର ଏ.ଏନ୍.ଓ ଥାର୍ଡ ଅଫିସର ଭିନସେଣ୍ଟ ଦାସ, ଓଡିଶା ନାଭାଲ୍ ୟୁନିଟ୍ ଏନ୍.ସି.ସି ଅଫିସର ପି.ଆଇ ଓ ସିଭିଲ୍ ଷ୍ଟାଫ୍ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶିଶୁର ସ୍ୱାସ୍ଥ୍ୟ ରକ୍ଷା ବାର୍ତ୍ତା ନେଇ ରଙ୍ଗେଇଲୁଣ୍ଡା ବ୍ଲକରେ ପରିକ୍ରମା କରିବ ପୋଷଣ ରଥ

ଶିଶୁର ସ୍ୱାସ୍ଥ୍ୟ ରକ୍ଷା ବାର୍ତ୍ତା ନେଇ ରଙ୍ଗେଇଲୁଣ୍ଡା ବ୍ଲକରେ ପରିକ୍ରମା କରିବ ପୋଷଣ ରଥ

Read More...

ପାରିବାରିକ ବିବାଦରେ ବାପା ଓ ପୁଅ ଗଣ୍ଡଗୋଳ ଘଟଣାରେ ଉଭୟ ଗିରଫ

ପାରିବାରିକ ବିବାଦରେ ବାପା ଓ ପୁଅ ଗଣ୍ଡଗୋଳ ଘଟଣାରେ ଉଭୟ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: