ଗାଙ୍ଗପୁର ଥାନା ଅଧିକାରୀ ଭାବେ ଯୋଗଦେଲେ ଶୁଭେନ୍ଦୁ କୁମାର ସାହୁ

April 27, 2022, ସାକ୍ଷାତକାର, ଗଞ୍ଜାମ, BHAGYAPRABHA NEWS
ଗାଙ୍ଗପୁର ଥାନା ଅଧିକାରୀ ଭାବେ ଯୋଗଦେଲେ ଶୁଭେନ୍ଦୁ କୁମାର ସାହୁ
BHAGYAPRABHA NEWS
[ INPUT ]
Bhagyaprabha News Bureau
April 27, 2022

ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନାର ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଛନ୍ତି ଶୁଭେନ୍ଦୁ କୁମାର ସାହୁ I କିଛି ଦିନ ତଳେ ଗାଙ୍ଗପୁର ଥାନାର ପୂର୍ବତନ ଥାନା ଅଧିକାରୀ ଦେବ୍ କୁମାର ଗମାଙ୍ଗଙ୍କ ଅକାଳ ମୃତ୍ୟୁ ପରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ଗାଙ୍ଗପୁର ଥାନା ଦାୟିତ୍ୱରେ ରହିବା ସହିତ ଗାଙ୍ଗପୁର ଥାନା ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ଥାନା କାର୍ଯ୍ୟ ପରିଚାଳିତ ହେଉଥିଲା I କିନ୍ତୁ ଗାଙ୍ଗପୁର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳର ଥାନା ପାଇଁ ଜଣେ ସ୍ଥାୟୀ ଥାନା ଅଧିକାରୀଙ୍କର ଆବଶ୍ୟକ ଥିଲା I ଏହି ପ୍ରରିପ୍ରେକ୍ଷୀରେ ସରକାରୀ ନିର୍ଦ୍ଦେଶ ପ୍ରକାରେ ଶୁଭେନ୍ଦୁ କୁମାର ସାହୁ ସୋମବାର ଗାଙ୍ଗପୁର ଥାନା ଅଧିକାରୀ ଭାବେ ଯୋଗ ଦେଇଛନ୍ତି I ଶ୍ରୀଯୁକ୍ତ ସାହୁ ଏହା ପୂର୍ବରୁ ଗଞ୍ଜାମ ଥାନା ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଥିଲେ I ଏହା ସହିତ କଟକ ଏବଂ ଭୁବନେଶ୍ୱରର ସ୍ପେଶାଲ୍ ସ୍କ୍ୱାଡ୍ ଇନଚାର୍ଜ ଏବଂ ଭୁବନେଶ୍ୱର ଏସ୍ଓଜି ଇନଚାର୍ଜ ଭାବେ ଶ୍ରୀ ସାହୁଙ୍କର ଅଭିଜ୍ଞତା ରହିଛି I ଗାଙ୍ଗପୁର ଥାନା ଅଧିକାରୀ ଭାବେ ଯୋଗ ଦେବା ପରେ ଶୁଭେନ୍ଦୁ କୁମାର ଗାଙ୍ଗପୁର ଥାନା ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ଏବଂ ଜନ ସମ୍ପର୍କ ବୃ୍ଦ୍ଧି କରି ପୋଲିସ୍ ଉପରେ ସାଧାରଣ ଜନତାଙ୍କ ବିଶ୍ୱାସ ବୃ୍ଦ୍ଧି ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି I ଅଞ୍ଚଳର ଜନ ସାଧାରଣ, ବୁଦ୍ଧିଜୀବୀ, ଜନ ପ୍ରତିନିଧି, ସାମାଜିକ ସଂଗଠନ, ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗରେ କାର୍ଯ୍ୟ କରିବେ ବୋଲି ଗାଙ୍ଗପୁର ଥାନା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି I ଥାନାରେ ନୂତନ ଥାନା ଅଧିକାରୀ ଯୋଗ ଦେବା ପରେ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁଇ ବିଜେଡି ନେତା ହତ୍ୟା ଘଟଣା : ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ନେତା

ଦୁଇ ବିଜେଡି ନେତା ହତ୍ୟା ଘଟଣା : ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ନେତା

Read More...

ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାର ଦୁଇ ଶିଶୁ ମୃତ

ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାର ଦୁଇ ଶିଶୁ ମୃତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: