ଦୁଇ ବିଜେଡି ନେତା ହତ୍ୟା ଘଟଣା : ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ନେତା

April 27, 2022, ଓଡ଼ିଶା, ଗଞ୍ଜାମ, Kiran Behera
ଦୁଇ ବିଜେଡି ନେତା ହତ୍ୟା ଘଟଣା : ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ନେତା
Kiran Behera
[ Reporter,Digapahandi ]
Bhagyaprabha News Bureau
April 27, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଚଷା ନିମଖଣ୍ଡି ପଞ୍ଚାୟତ ପାଳଝାଡି ଗ୍ରାମର ୨ ବିଜେଡି ନେତା ସୁଦର୍ଶନ ସୁଆର ଓ ସୁଧୀର ପାତ୍ରଙ୍କୁ ହତ୍ୟା ଘଟଣାର ୫ ଦିନ ବିତିଯାଇଥିଲେ ମଧ୍ୟ ସ୍ଥାନୀୟ ପୋଲିସ ବର୍ତ୍ତମାନ ସୁଦ୍ଧା ହତ୍ୟାକାରୀକୁ ଗିରଫ କରିବାରେ ବିଫଳ ହୋଇଥିବା ଜଣାପଡିଛି । ଯାହାକୁ ନେଇ ବୁଧବାର ଦିନ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୋଲିସର କାର୍ଯ୍ୟଦକ୍ଷତାକୁ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ଇଂ . ଉତ୍ତମ କୁମାର ପାଣିଗ୍ରାହୀ । ଖବରନୁଯାୟୀ , ଗତ ଶନିବାର ରାତିରେ ୪ ଜଣ ଦୁବୃର୍ତ୍ତ ଦୁଇ ବିଜେଡି ନେତାଙ୍କୁ ସଉରା ପାହାଡ ନିକଟବର୍ତ୍ତୀ ମୁଖ୍ୟ ରାସ୍ତାରେ ପଥର ଛେଚି ନିର୍ମମ ଭାବେ ହତ୍ୟା କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଉକ୍ତ ଦିନଠାରୁ ସ୍ଥାନୀୟ ପୋଲିସ ପ୍ରଶାସନ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଆସୁଥିଲେ ମଧ୍ୟ ହତ୍ୟାକାରୀଙ୍କୁ ଧରିବାରେ ସଫଳତା ପାଇପାରି ନାହିଁ । ଯାହାଫଳରେ ଆଜି ବିଜେପି ନେତା ଶ୍ରୀ ପାଣିଗ୍ରାହୀ ପଞ୍ଚାୟତ ନିର୍ବାଚନରେ ଦୁଇ ବିଜେଡି ଗୋଷ୍ଠୀ କନ୍ଦଳ ଯୋଗୁଁ ଦୁଇ ନେତା ବଳି ପଡ଼ିଥିବା ବେଳେ ସେମାନଙ୍କ ପରିବାର ସର୍ବସ୍ବାନ୍ତ ହୋଇଥିବା କହିଛନ୍ତି । ଏଥିସହ ପୂର୍ବରୁ ସୁଦର୍ଶନ ଓ ତାଙ୍କ ପରିବାରକୁ ହତ୍ୟା ଧମକ ଦେଉଥିବା ତଥା ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଗଞ୍ଜେଇ ମାଫିଆ ପ୍ରଶାନ୍ତ କୁମାର ଗୈାଡଙ୍କୁ ପୋଲିସ ଧରିବାରେ କାହିଁକି ସଫଳ ହୋଇପାରୁନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି । ଏନେଇ ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରାଙ୍କ ସହ ଯୋଗାଯୋଗ ପରେ ହତ୍ୟାର ମାଷ୍ଟର ମାଇଣ୍ଡ ରଚିଥିବା ପ୍ରଶାନ୍ତ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିବା ପାଇଁ ପୋଲିସ ଟିମ୍ ଗଠନ କରାଯାଇଛି । ଏପରିକି ତଦନ୍ତରେ ଅଗ୍ରଗତି ଘଟିବା ସହ ପ୍ରଶାନ୍ତକୁ ଖୁବଶିଘ୍ର ଗିରଫ ପରେ ସମସ୍ତ ତଥ୍ୟ ଲୋକଲୋଚନାକୁ ଆସିବ ବୋଲି ପ୍ରତିକ୍ରିୟା ରଖିଛନ୍ତି । ଏହିପରି ଭାବେ ଗ୍ରାମବାସୀ ଓ ପରିବାର ଲୋକେ ହତ୍ୟାକାରୀଙ୍କୁ ଗିରଫ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପୋଲିସର ତଦନ୍ତକୁ ଚାହିଁ ରହିଛନ୍ତି । ଏନେଇ ଦଳୀୟ କର୍ମୀମାନେ ପୋଲିସ ଜାଣିଶୁଣି ବିଳମ୍ବ କରୁଥିବା ଅଭିଯୋଗ କରୁଛନ୍ତି । ହତ୍ୟାକାରୀଙ୍କୁ ଖୁବଶିଘ୍ର ଯଦି ପୋଲିସ ଗିରଫ ନକରେ ତେବେ ଆଗାମୀ ଦିନରେ ପୋଲିସ ଥାନାରେ ଗଣ ଆନ୍ଦୋଳନ କରିବାକୁ ଗ୍ରାମବାସୀ ଚେତାବନୀ ମଧ୍ୟ ଦେଇଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାନସିକ ଭାରସାମ୍ୟ ହରାଇ ଯୁବକଙ୍କ ଆତ୍ମହତ୍ୟା

ମାନସିକ ଭାରସାମ୍ୟ ହରାଇ ଯୁବକଙ୍କ ଆତ୍ମହତ୍ୟା

Read More...

ଗାଙ୍ଗପୁର ଥାନା ଅଧିକାରୀ ଭାବେ ଯୋଗଦେଲେ ଶୁଭେନ୍ଦୁ କୁମାର ସାହୁ

ଗାଙ୍ଗପୁର ଥାନା ଅଧିକାରୀ ଭାବେ ଯୋଗଦେଲେ ଶୁଭେନ୍ଦୁ କୁମାର ସାହୁ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: