ଶ୍ରେଷ୍ଠ ସାମାଜିକ ନାଟକ “ଯେତେ କାନ୍ଦିଲେ ବି ଲୁହ ସରୁନି " ମଞ୍ଚସ୍ଥ : ଉଦଘାଟନ କଲେ ଜିଲ୍ଲା ପରିଷଦ

May 24, 2022, ମନୋରଞ୍ଜନ, ଗଞ୍ଜାମ, Kiran Behera
ଶ୍ରେଷ୍ଠ ସାମାଜିକ ନାଟକ “ଯେତେ କାନ୍ଦିଲେ ବି ଲୁହ ସରୁନି
Kiran Behera
[ Reporter,Digapahandi ]
Bhagyaprabha News Bureau
May 24, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ଅନ୍ତର୍ଗତ କୁମରଡା ଗ୍ରାମରେ ଚାଲିଥିବା ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀ କଣ୍ଡବାଲ୍ୟ ଯାତ୍ରା ଉପଲକ୍ଷେ ଗତକାଲି ରାତିରେ ଶ୍ରେଷ୍ଠ ସାମାଜିକ ନାଟକ “ଯେତେ କାନ୍ଦିଲେ ବି ଲୁହ ସରୁନି" ମଞ୍ଚସ୍ଥ ହୋଇଯାଇଛି । ଏଥିରେ ଦିଗପହଣ୍ଡି ବ୍ଳକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ୨୬ ନଂ ଜିଲ୍ଲା ପରିଷଦ ବିପିନ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କଳାର ବିକାଶ ପାଇଁ ଏଭଳି ସାମାଜିକ ନାଟକ ପରିବେଷଣ କରାଯାଉଥିବା ବେଳେ କଳାକାର ପ୍ରତିଭା ପ୍ରଦର୍ଶନର ଏକ ଉତ୍ତମ ମାଧ୍ୟମ ବୋଲି ଉଦବୋଧନ ଦେଇଥିଲେ । ନିର୍ଦେଶକ ଚିରଞ୍ଜିବି ସାହୁ ଓ ରବିନ୍ଦ୍ର ପାତ୍ରଙ୍କ ନିର୍ଦ୍ଦେଶନାରେ କଳାକାରମାନେ ନାଟକ ପରିବେଷଣ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ତପନ କୁମାର ପ୍ରଧାନ, ପୁର୍ବତନ ସରପଞ୍ଚ ଭଗବାନ ବାଡତ୍ୟା , ସମାଜସେବୀ ଲକ୍ଷ୍ମୀକାନ୍ତ ପ୍ରଧାନ , ଅଜ୍ଞାନ ପ୍ରଧାନ , କେଶବ କୁଣ୍ଡୁ , ପ୍ରକାଶ ନାଇଡୁ , ତାରିଣୀ ପ୍ରଧାନ , ଲାଲୁକାନ୍ତ ପ୍ରଧାନ , ଟୁକୁନା ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହିଥିଲେ । ସେହିପରି ମଞ୍ଚ ପରିଚାଳନା କରିବାରେ ପୂର୍ବତନ ଛାତ୍ର ବିଜେଡ଼ି ସଭାପତି ରାଜକିଶୋର ମହାନ୍ତି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏଥିରେ ବିକ୍ରମ ସିଂ , ଜଗନ୍ନାଥ ପ୍ରଧାନ, ଜାଗିଲି ସେଠୀ , ଋତୁପୂର୍ଣ୍ଣ ପ୍ରଧାାନ , କୃଷ୍ଣ ସେଠୀ , ବିଦ୍ୟାଧର ପ୍ରଧାନ ସମେତ ଗ୍ରାମବାସୀ ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତିନି ଦଫା ଦାବିରେ ପ୍ରାଥମିକ ସେବା ସମବାୟ କର୍ମଚାରୀଙ୍କ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ତିନି ଦଫା ଦାବିରେ ପ୍ରାଥମିକ ସେବା ସମବାୟ କର୍ମଚାରୀଙ୍କ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Read More...

ନାବାଳିକା ଅପହରଣ ନେଇ ଦିଗପହଣ୍ଡି ଥାନାରେ ଅଭିଯୋଗ ଆଣିଲେ ପିତା

ନାବାଳିକା ଅପହରଣ ନେଇ ଦିଗପହଣ୍ଡି ଥାନାରେ ଅଭିଯୋଗ ଆଣିଲେ ପିତା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: