ତିନି ଦଫା ଦାବିରେ ପ୍ରାଥମିକ ସେବା ସମବାୟ କର୍ମଚାରୀଙ୍କ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

May 24, 2022, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ତିନି ଦଫା ଦାବିରେ ପ୍ରାଥମିକ ସେବା ସମବାୟ କର୍ମଚାରୀଙ୍କ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
May 24, 2022

ଆସିକା ସମବାୟ ବ୍ୟାଙ୍କ ଅଧିନରେ ଥିବା ପ୍ରାଥମିକ ସେବା ସମବାୟ କର୍ମଚାରୀମାନେ ତିନି ଦଫା ଦାବି ପୂରନ କରିବା ପାଇଁ ସମବାୟ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଦୀର୍ଘ ବର୍ଷ ହେଲା ସରକାର ସମସ୍ତ କର୍ମଚାରୀଙ୍କୁ ସପ୍ତମ ବେତନ ଲାଗୁ କରିଥିବା ବେଳେ ସମବାୟ କର୍ମଚାରୀ ମାନଙ୍କୁ ଷଷ୍ଠ ବେତନ ଲାଗୁ କରାଯାଇ ନାହିଁ । ଏହାକୁ ତୁରନ୍ତ ଲାଗୁ କରିବା ସହ ପ୍ରାଥମିକ ସେବା ସମବାୟ ଅଧିକାରୀଙ୍କୁ ସମ୍ପାଦକ ପଦକୁ ପଦନ୍ନୋତି ଦେବା ଦାବି କରିଛନ୍ତି । ସେହିପରି ଉକ୍ତ ଦାବି ଗୁଡିକୁ ବାରମ୍ବାର ସମବାୟ ବିଭାଗର ବରିଷ୍ଟ ଅଧିକାରୀଙ୍କ ନଜରକୁ ଆଣିଲେ ମଧ୍ୟ କେହିବି ଏହାର ସମାଧିନ କରୁ ନାହାନ୍ତି । ଯାହା ଫଳରେ ପ୍ରାଥମିକ ସେବା ସମବାୟ କର୍ମଚାରୀମାନେ ଧାରଣାକୁ ଓହ୍ଲାଇଛନ୍ତି । ସୂଚନା ମୁତାବକ ଆସିକା ବ୍ୟାଙ୍କ ମଧ୍ୟରେ ୧୯୧ ଗୋଟି ପ୍ରାଥମିକ ସେବା ସମବାୟ ସମିତି ରହିଥିବା ବେଳେ ଏଥିରେ ପାଖାପାଖି ତିନି ଶହରୁ ଉର୍ଦ୍ଧ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଆଜି ଏହି ତିନି ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ସମବାୟ ଉପନିବନ୍ଧକ ଙ୍କୁ ପ୍ରଦାନ କରିଥିଲା ସଂଘ। ସେହିପରି ଆଗାମୀ ଦିନରେ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଜୋରଦାର କରିବା ସହ ଖରିପ୍ ଧାନ ଚାଷରେ ଋଣ ପ୍ରଧାନ ସାର ପ୍ରଦାନ ସହିତ ସମବାୟ ନିର୍ବାଚନରେ ଅସହଯୋଗ କରିବେ ବୋଲି କହିଛନ୍ତି। ଆଜିର ଏହି ଧାରଣାରେ ରାଜ୍ୟ ପ୍ରାଥମିକ ସେବା ସମବାୟ ସମିତି ସମ୍ପାଦକ ମହାସଂଘ ର ସଭାପତି ସିତାରାମ ପ୍ରଧାନ, ଆସିକା ବ୍ୟାଙ୍କ୍ ପ୍ରାଥମିକ ସେବା ସମବାୟ ସମିତି ସଂଘ୍ ସଭାପତି ଶିବରାମ ମହାଙ୍କୁଡ, ସାଧାରଣ ସମ୍ପାଦକ ବିପିନୀ ବିହାରୀ ଷଡ଼ଙ୍ଗୀ, କୋଷାଧ୍ୟକ୍ଷ ଏ ସତ୍ୟ ନାରାୟଣ ରେଡ୍ଡୀଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାନଗର ମହୋତ୍ସବର ନବମ ସନ୍ଧ୍ୟା, ଲୋକଙ୍କୁ ଆକୃଷ୍ଟ କଲା ଓଡିଶୀ ନୃତ୍ୟ

ମହାନଗର ମହୋତ୍ସବର ନବମ ସନ୍ଧ୍ୟା, ଲୋକଙ୍କୁ ଆକୃଷ୍ଟ କଲା ଓଡିଶୀ ନୃତ୍ୟ

Read More...

ଶ୍ରେଷ୍ଠ ସାମାଜିକ ନାଟକ “ଯେତେ କାନ୍ଦିଲେ ବି ଲୁହ ସରୁନି

ଶ୍ରେଷ୍ଠ ସାମାଜିକ ନାଟକ “ଯେତେ କାନ୍ଦିଲେ ବି ଲୁହ ସରୁନି " ମଞ୍ଚସ୍ଥ : ଉଦଘାଟନ କଲେ ଜିଲ୍ଲା ପରିଷଦ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: