ଦିଗପହଣ୍ଡି ସବଜେଲରେ ମହିଳା ଅନ୍ତେବାସୀଙ୍କ ଦ୍ବାରା ସାବିତ୍ରୀ ବ୍ରତ ପାଳନ

May 30, 2022, ଓଡ଼ିଶା, ଗଞ୍ଜାମ, Kiran Behera
ଦିଗପହଣ୍ଡି ସବଜେଲରେ ମହିଳା ଅନ୍ତେବାସୀଙ୍କ ଦ୍ବାରା ସାବିତ୍ରୀ ବ୍ରତ ପାଳନ
Kiran Behera
[ Reporter,Digapahandi ]
Bhagyaprabha News Bureau
May 30, 2022

ହିନ୍ଦୁ ଧର୍ମର ପରମ୍ପରା ତଥା ଜଣେ ସଧବା ନାରୀ ଶଙ୍ଖା ସିନ୍ଦୂରକୁ ବଜାଇ ରଖିବା ଉଦ୍ଦେଶ୍ୟରେ ଲକ୍ଷ୍ମୀ ନାରାୟଣ ଠାକୁରଙ୍କ ଠାରେ ଧାର୍ମିକ ପର୍ବ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ଆଜି ସାରା ଦେଶରେ ଏହି ପବିତ୍ର ପର୍ବକୁ ସ୍ତ୍ରୀ ମାନେ ପାଳନ କରୁଥିବା ବେଳେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ସାହାସପୁର ହାଟପଦା ଠାରେ ଥିବା ଦିଗପହଣ୍ଡି ସବ ଜେଲରେ ମଧ୍ୟ ମହିଳା ଅନ୍ତେବାସୀଙ୍କ ଦ୍ବାରା ଏହି ପବିତ୍ର ପର୍ବକୁ ପାଳନ କରାଯାଇଥିଲା। ହିନ୍ଦୁ ଧର୍ମର ଭାବନା , ବିଶ୍ୱାସ ଏବଂ ପୌରାଣିକ କଥାବସ୍ତୁ ଆଧାରିତ ଓ ସାମାଜିକ ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହାସଲ କରିଥିବା ଏବଂ ମହିଳାମାନଙ୍କ ଦ୍ବାରା ନିଷ୍ଠା , ଏକାଗ୍ରତା ତଥା ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁସାରେ ସ୍ତ୍ରୀମାନେ ସେମାନଙ୍କ ସ୍ୱାମୀ ମାନଙ୍କ ଦୀର୍ଘ ଜୀବନ କାମନା ଏବଂ ପରିବାରର ସୁଖ ସମୃଦ୍ଧି କାମନା କରି ବ୍ରତ ଓ ଉପବାସ ରଖି ନିଷ୍ଠାର ସହ ଏହି ପୂଜା ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ପାଳନ କରିଥାନ୍ତି। ଏହି ସାବିତ୍ରୀ ବ୍ରତ ଆସିବା କ୍ଷଣି ଝିଅ ମାନଙ୍କ ପାଇଁ ନିଜ ଭାଇମାନେ ସାବିତ୍ରୀ ଭାର ନେଇ ଆସିଥାନ୍ତି । କିନ୍ତୁ ଜେଲରେ ଜୀବନ ଅତିବାହିତ କରୁଥିବା କିଛି ଅନ୍ତେବାସୀଙ୍କ ପାଇଁ ବାପାଘରୁ କୈାଣସି ଭାର ନ ଆସୁଥିବା ଯୋଗୁଁ ସେମାନେ ମନ ଦୁଃଖରେ ରହିଥାନ୍ତି । କିନ୍ତୁ ଚଳିତ ବର୍ଷ ଏହି ଚିନ୍ତାଗ୍ରସ୍ତ ମହିଳା ମାନଙ୍କ ପାଇଁ ଏକ ପରିବାର ପରିଚୟ ଦେଇ ସେମାନଙ୍କୁ ଭାର ଯୋଗାଇ ଦେଇଛନ୍ତି ସାହସପୁର ପଞ୍ଚାୟତ ସରପଞ୍ଚ ସୁଶାନ୍ତ ସେଠୀ , ସମିତି ସଭ୍ଯା ଏ . ଅପସରି ପାତ୍ର ଏବଂ ୬୨ ନଂ ଜିଲ୍ଲା ପରିଷଦ ସୁଲତା ରାଣୀ ସ୍ୱାଇଁ । ଭାର ଅନୁସାରେ ନୂଆ ଶାଢୀ , ବ୍ରତ ପାଳନ ସାମଗ୍ରୀ ସମେତ ଫଳମୂଳ ଯୋଗାଇଥିଲେ । ଏଥିପାଇଁ ଜେଲରେ ରହି ଏହି ପବିତ୍ର ସାବିତ୍ରୀ ବ୍ରତ ପାଳନ କରିଥିବାରୁ ମହିଳା ଅନ୍ତେବାସୀ ମାନେ ଖୁସି ଲାଭ କରିଥିଲେ ଏବଂ ଜେଲର ଅମୀୟ କୁମାର ବେହେରା ଏହି ଭାରକୁ ଗ୍ରହଣ କରି ନିୟମ ଅନୁସାରେ ଗ୍ରହଣ କରି ମହିଳା ଅନ୍ତେବାସୀଙ୍କ ନିକଟରେ ପହଞ୍ଚାଇବାରେ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୋପାଳପୁର ଜଙ୍କସନରୁ ଉଦ୍ଧାର ହେଲା ୫ ଫୁଟର ଅଜଗର

ଗୋପାଳପୁର ଜଙ୍କସନରୁ ଉଦ୍ଧାର ହେଲା ୫ ଫୁଟର ଅଜଗର

Read More...

ସାନଖେମୁଣ୍ଡିରେ ଝାଡ଼ାବାନ୍ତି ଆତଙ୍କ : ୧୦ ଜଣ ଅସୁସ୍ଥ

ସାନଖେମୁଣ୍ଡିରେ ଝାଡ଼ାବାନ୍ତି ଆତଙ୍କ : ୧୦ ଜଣ ଅସୁସ୍ଥ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: