ଗୋପାଳପୁର ଜଙ୍କସନରୁ ଉଦ୍ଧାର ହେଲା ୫ ଫୁଟର ଅଜଗର

May 30, 2022, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ଗୋପାଳପୁର ଜଙ୍କସନରୁ ଉଦ୍ଧାର ହେଲା ୫ ଫୁଟର ଅଜଗର
Gouri Shankar Mishra
[ Video Journalist ]
Bhagyaprabha News Bureau
May 30, 2022

ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ଜଙ୍କସନରୁ ଏକ ୫ ଫୁଟର ଅଜଗରକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପ ଲାଇନ କର୍ମକର୍ତ୍ତା । ଗୋପାଳପୁର ଜାତିୟ ରାଜପଥ କଡରେ ଏକ ବିରାଟକାୟ ସାପକୁ ଦେଖି ବାଟୋଇ ମାନେ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଥିଲେ । ଏହାପରେ ଜାତିୟ ରାଜପଥର ସୁରକ୍ଷାରେ ନିୟୋଜିତ ଥିବା ହାଇୱେ ପେଟ୍ରୋଲ କର୍ମଚାରୀମାନେ ଗହଳିକୁ ଦେଖି ଉକ୍ତ ଜାଗାକୁ ଯାଇଥିଲେ । ସେଠାରେ ସାପଟିକୁ ଦେଖି ସେମାନେ ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ । ଏହାପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧିନ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ କୌଶଳକ୍ରମେ ଉଦ୍ଧାର କରିଥିଲେ । ଉଦ୍ଧାର ସାପଟି ଅଜଗର ପ୍ରଜାତିର ହୋଇଥିବା ବେଳେ ତାହାର ଲମ୍ବ ପାଞ୍ଚଫୁଟ ଥିବା କହିଛନ୍ତି ସ୍ନେକ ହେଲ୍ପ ଲାଇନ ସଦସ୍ୟ । ସାପଟିକୁ ଉଦ୍ଧାର କରିବା ସମୟରେ ହାଇୱେ ପେଟ୍ରୋଲ କର୍ମଚାରୀ ଏସପିଓ ଏସଆଇ ପ୍ରକାଶ ଚନ୍ଦ୍ର ପାଳ, ଦାମୋଦର ପାତ୍ର, ଡିଡି ପଟ୍ଟନାୟକ ଓ ଦେବେନ୍ଦ୍ର ବାଡତ୍ୟା ଉପସ୍ଥିତ ଥିଲେ । ଉଦ୍ଧାର ସାପଟିକୁ ବନ ବିଭାଗର ପରାମର୍ଶକ୍ରମେ ଆସନ୍ତାଲ କାଲି ସଂରକ୍ଷିତ ଜଙ୍ଗଳରେ ଛଡାଯିବ ବୋଲି ସୂଚନା ମିଳିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଗଡଗୋବିନ୍ଦପୁର ଗ୍ରାମରେ ଯୁବକଙ୍କ ଅଂଶୁଘାତ ମୃତ୍ୟୁ ଅଭିଯୋଗ

ଗଡଗୋବିନ୍ଦପୁର ଗ୍ରାମରେ ଯୁବକଙ୍କ ଅଂଶୁଘାତ ମୃତ୍ୟୁ ଅଭିଯୋଗ

Read More...

ଦିଗପହଣ୍ଡି ସବଜେଲରେ ମହିଳା ଅନ୍ତେବାସୀଙ୍କ ଦ୍ବାରା ସାବିତ୍ରୀ ବ୍ରତ ପାଳନ

ଦିଗପହଣ୍ଡି ସବଜେଲରେ ମହିଳା ଅନ୍ତେବାସୀଙ୍କ ଦ୍ବାରା ସାବିତ୍ରୀ ବ୍ରତ ପାଳନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: