ଜିଲ୍ଲା ଦୌରାଜର୍ଜଙ୍କ ଦିଗପହଣ୍ଡି କୋର୍ଟ ପରିଦର୍ଶନ

July 06, 2022, ଓଡ଼ିଶା, ଗଞ୍ଜାମ, Kiran Behera
ଜିଲ୍ଲା ଦୌରାଜର୍ଜଙ୍କ ଦିଗପହଣ୍ଡି କୋର୍ଟ ପରିଦର୍ଶନ
Kiran Behera
[ Reporter,Digapahandi ]
Bhagyaprabha News Bureau
July 06, 2022

ଗଞ୍ଜାମ ଜିଲ୍ଲା ଦୌରାଜର୍ଜ ଆନନ୍ଦ ଚନ୍ଦ୍ର ବେହେରା ବୁଧବାର ଦିନ ଦିଗପହଣ୍ଡି କୋର୍ଟ ପରିଦର୍ଶନ କରିଥିବା ଜଣାପଡିଛି । ପ୍ରଥମେ କୋର୍ଟ ପରିସରରେ ପହଞ୍ଚି ଜେଏମ୍ଏଫସି ପ୍ରିୟଦର୍ଶିନୀ ତ୍ରିପାଠୀଙ୍କ ସହ ବିଭିନ୍ନ ମାମଲାର ତ୍ବରିତ ଫୈସଲା ଓ କୋର୍ଟ କାର୍ଯ୍ୟ ପରିଚାଳନା ନେଇ ଆଲୋଚନା କରିଥିଲେ । ଏହି ଅବସରରେ ଓକିଲ ସଂଘ ସଦସ୍ୟ ମାନଙ୍କ ସହ ମଧ୍ୟ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରି ଆଶୁ ବିଚାରଣା ଦିଗରେ ଆଇନଜୀବି ଓ ସରକାରୀ ଓକିଲଙ୍କ ଭୂମିକା ଉପରେ ସକାରାତ୍ମକ ପରାମର୍ଶ ପ୍ରଦାନ କରିଥିଲେ । ଏହାପରେ ପୁଡାମାରୀ ରାସ୍ତାରେ ପ୍ରସ୍ତାବିତ କୋର୍ଟର ନୂତନ କୋଠା ନିମନ୍ତେ ନିରୂପିତ ସ୍ଥାନ ପରିଦର୍ଶନ କରିବା ସହ ତାହାର ଚୌହଦୀ ଚିହ୍ନଟ ଓ ଅନ୍ୟ ଆନୁସଙ୍ଗିକ କାମ ଆରମ୍ଭ କରିବାକୁ ଉପସ୍ଥିତ ଥିବା ନାଜିରଙ୍କୁ ଆଦେଶ ଦେଇଥିଲେ । ଜିଲ୍ଲାଜର୍ଜଙ୍କ ଏହି ପରିଦର୍ଶନ ସମୟରେ ରେଜିଷ୍ଟ୍ରାର ଏସ.କେ.ମିଶ୍ର, ଓକିଲ ସଂଘ ସଭାପତି ଏ. ସୋମେଶ୍ବର ରାଓ, ସମ୍ପାଦକ ପ୍ରହଲ୍ଲାଦ ପ୍ରଧାନ, ଉପସଭାପତି ସଞ୍ଜୟ କୁମାର ପଣ୍ଡା, ପ୍ରାକ୍ତନ ସମ୍ପାଦକ ହରପ୍ରସାଦ ରଥଙ୍କ ସମେତ ପ୍ରଭାକର ରାଉତ, ସନ୍ତୋଷ କୁମାର ସାହୁ ଓ ବିଚାର ବିଭାଗୀୟ କର୍ମଚାରୀ ଭିକାରୀ ବେହେରା, ସତ୍ଯ ନାରାୟଣ ପାଢୀ, ସଂଗ୍ରାମ କେଶରୀ ପଣ୍ଡା, କାଳିଆ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପରୀକ୍ଷାଫଳ ପ୍ରକାଶ ପୂର୍ବରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା : ପୋଲିସର ତଦନ୍ତ

ପରୀକ୍ଷାଫଳ ପ୍ରକାଶ ପୂର୍ବରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା : ପୋଲିସର ତଦନ୍ତ

Read More...

ମାଁ ଟିକାଚନ୍ଦ୍ରୀଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଶୁଭଶିଳା ସ୍ଥାପନ

ମାଁ ଟିକାଚନ୍ଦ୍ରୀଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଶୁଭଶିଳା ସ୍ଥାପନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: