ପରୀକ୍ଷାଫଳ ପ୍ରକାଶ ପୂର୍ବରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା : ପୋଲିସର ତଦନ୍ତ

July 06, 2022, ଅପରାଧ, ଗଞ୍ଜାମ, Kiran Behera
ପରୀକ୍ଷାଫଳ ପ୍ରକାଶ ପୂର୍ବରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା : ପୋଲିସର ତଦନ୍ତ
Kiran Behera
[ Reporter,Digapahandi ]
Bhagyaprabha News Bureau
July 06, 2022

ମାଧ୍ୟମିକ ଶିକ୍ଷା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାଫଳ ପ୍ରକାଶ ପାଇବା ପୂର୍ବରୁ ଜଣେ ଛାତ୍ରୀ ନିଜ ବନ୍ଦ କୋଠରୀ ଭିତରେ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଥିବା ଜଣାପଡିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ରାଣୀ ସାହି ପରିସରରେ । ମୃତକ ଛାତ୍ରୀ ଜଣକ ହେଲେ ଗଜପତି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଖରଡା ଗ୍ରାମର କାଳିଆ ଜେନାଙ୍କ ନାବାଳିକା ଝିଅ କଳ୍ପନା ଜେନା (୧୫) । ଖବରନୁଯାୟୀ , ମୃତ ଛାତ୍ରୀଙ୍କ ଘର ଗଜପତିରେ ହୋଇଥିବା ବେଳେ ଗତ କିଛି ବର୍ଷ ପୂର୍ବେ ମାଆଙ୍କ ଦେହାନ୍ତ ହୋଇଥିଲା । ଏହାପରେ ପିତା କାଳିଆ ସିକ୍କିମ ରାଜ୍ୟରେ କାମ କରୁଥିବା ଯୋଗୁଁ ଝିଅକୁ ଦିଗପହଣ୍ଡିରେ ରହୁଥିବା ବଡବାପା ନରସିଂହ ଜେନାଙ୍କ ପାଖରେ ଛାଡି ଦେଇ ଚାଲି ଯାଇଥିଲେ । ପରେ ଛାତ୍ରୀ ଜଣକ ଦିଗପହଣ୍ଡି ନିକଟସ୍ଥ ପଦ୍ମନାଭପୁର ଶ୍ରୀଧାମ ଶିଶୁ ବିଦ୍ୟା ମନ୍ଦିର ହଷ୍ଟେଲରେ ରହି ପାଠ ପଢୁଥିବା ବେଳେ ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷା ମଧ୍ୟ ଦେଇଥିଲା । ତେବେ ପରୀକ୍ଷା ସରିବା ପରେ ଛାତ୍ରୀ ଜଣକ ନିଜ ବଡବାପା ଘରକୁ ଚାଲିଯାଇଥିବା ବିଦ୍ୟାଳୟ କତ୍ତୃପକ୍ଷ କହିଛନ୍ତି । ଏହି ଅବସରରେ ଆଜି ଛାତ୍ରୀ ଜଣକ କୈାଣସି କାରଣ ଯୋଗୁଁ ମଧ୍ୟାହ୍ନ ସାଢେ ୧୨ ସମୟରେ ନିଜ ଶୋଇବା ରୁମ୍ କବାଟ ବନ୍ଦ କରି ନିଜ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇ ଆତ୍ମହତ୍ୟା କରିଥିଲେ । ଏହାର କିଛି ସମୟ ପରେ ବନ୍ଦ କୋଠରୀ ଭିତରୁ ଧୁଆଁ ବାହାରିବା ଦେଖି ସାହି ପଡୋଶୀ ଦୈାଡି ଯାଇ କବାଟ ଭାଙ୍ଗି ଦେଖିବା ବେଳକୁ କଳ୍ପନା ନିଆଁରେ ହୁତୁହୁତୁ ହୋଇ ଜଳୁଥିଲା । ଘଟଣାସ୍ଥଳରେ ଖବରପାଇ ଦିଗପହଣ୍ଡି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଛାତ୍ରୀ ଜଣକ ପୋଡ଼ି ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାପରେ ଦିଗପହଣ୍ଡି ଥାନା ପୋଲିସ ପହଞ୍ଚି ଅର୍ଦ୍ଧପୋଡ଼ା ଶବକୁ ଜବତ କରି ଅପମୃତ୍ୟୁ ମାମଲା ନଂ ୮/୨୨ ପ୍ରକାରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା । ଏହିଭଳି ଏକ ଅଭାବନୀୟ ଘଟଣା ପାଇଁ ସ୍ଥାନୀୟ ଅଞ୍ଚଳରେ ଏକ ଶୋକର ଛାୟା ଖେଳିଯାଇଛି । ଯେହେତୁ ଛାତ୍ରୀ ଜଣକ ଭଲ ପାଠ ପଢୁଥିବା ସହ ଚଳିତ ବର୍ଷ ପରୀକ୍ଷାରେ ୬୦୦ ମାର୍କରୁ ୪୨୧ ମାର୍କ ରଖି ବି-୧ଗ୍ରେଟ୍ ହାସଲ କରିଥିଲେ । ତେବେ ଛାତ୍ରୀ ଜଣକ ଏଭଳି ମୃତ୍ୟୁକୁ କାହିଁକି ନିଷ୍ପତ୍ତି ନେଲେ ତାହା ବର୍ତ୍ତମାନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି । ତେବେ ଛାତ୍ରୀଙ୍କ ଏଭଳି ଅକାଳ ମୃତ୍ୟୁରେ ଅଞ୍ଚଳବାସୀ , ବିଦ୍ୟାଳୟ କତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀ ମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ପରିଚାଳନା ନିମନ୍ତେ ଏସ୍.ଓ.ପି. ଜାରି

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ପରିଚାଳନା ନିମନ୍ତେ ଏସ୍.ଓ.ପି. ଜାରି

Read More...

ଜିଲ୍ଲା ଦୌରାଜର୍ଜଙ୍କ ଦିଗପହଣ୍ଡି କୋର୍ଟ ପରିଦର୍ଶନ

ଜିଲ୍ଲା ଦୌରାଜର୍ଜଙ୍କ ଦିଗପହଣ୍ଡି କୋର୍ଟ ପରିଦର୍ଶନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: