ପାଟପୁର ବିଦ୍ୟାଳୟରେ ପାଳିତ ହେଲା ୭୩ ତମ ବନ ମହୋତ୍ସବ ସପ୍ତାହ

July 15, 2022, ଓଡ଼ିଶା, ଗଞ୍ଜାମ, Kiran Behera
ପାଟପୁର ବିଦ୍ୟାଳୟରେ ପାଳିତ ହେଲା  ୭୩ ତମ ବନ ମହୋତ୍ସବ ସପ୍ତାହ
Kiran Behera
[ Reporter,Digapahandi ]
Bhagyaprabha News Bureau
July 15, 2022

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ହାଇସ୍କୁଲ ପରିସରରେ ୭୩ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ ଦୀନବନ୍ଧୁ ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ବନ ମହୋତ୍ସବରେ ଜିଲ୍ଲା ପରିଷଦ ସଭ୍ୟା ସୁଲତାନ ରାଣୀ ସ୍ବାଇଁ , ସ୍ଥାନୀୟ ସରପଞ୍ଚ ବିଜୟଲକ୍ଷ୍ମୀ ବରାଡ , ସମିତି ସଭ୍ଯା ସୁଜତା ସ୍ବାଇଁ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସରୋଜ ଡାକୁଆ , ସମାଜସେବୀ ମୁକୁନ୍ଦ ବରାଡ , ସନ୍ତୋଷ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନତା ସଭା କାର୍ଯ୍ୟ ଜରିଆରେ ବୃକ୍ଷ ରୋପଣର ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ଏଥିସହ ଛାତ୍ରଛାତ୍ରୀ ମାନେ ଗ୍ରାମ ପରିକ୍ରମା କରି ଲୋକମାନଙ୍କୁ ସଚେତନ କରାଇବା ସହ ଗୋଟିଏ ଗଛ ଲଗାଇବା ପାଇଁ କହିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଉଭୟ ଅତିଥି ଓ ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ କିସମର ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଫରେଷ୍ଟର ଅରୁଣ ଚନ୍ଦ୍ର ଦାସ , ବନରକ୍ଷୀ ଶୁଭାସିନୀ ପ୍ରଧାନ , ଭାରତୀ ବେହେରା ସମେତ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆମ ପୋଲିସ ସମିତି ପକ୍ଷରୁ ପୁରୁଷୋତ୍ତମପୁର ଥାନା ପରିସରରେ ରକ୍ତଦାନ ଶିବିର

ଆମ ପୋଲିସ ସମିତି ପକ୍ଷରୁ ପୁରୁଷୋତ୍ତମପୁର ଥାନା ପରିସରରେ ରକ୍ତଦାନ ଶିବିର

Read More...

ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ପକ୍ଷରୁ ବ୍ୟାସ ପୂର୍ଣ୍ଣିମା ଉତ୍ସବ ପାଳିତ

ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ପକ୍ଷରୁ ବ୍ୟାସ ପୂର୍ଣ୍ଣିମା ଉତ୍ସବ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: