ପାତି ସୁନାପୁର ହନୁମାନ ମନ୍ଦିର ପରିସରରେ ବୃକ୍ଷ ରୋପଣ

July 24, 2022, ଓଡ଼ିଶା, ଗଞ୍ଜାମ, Srabani Nayak
ପାତି ସୁନାପୁର ହନୁମାନ ମନ୍ଦିର ପରିସରରେ ବୃକ୍ଷ ରୋପଣ
Srabani Nayak
[ Desk Head ]
Bhagyaprabha News Bureau
July 24, 2022

ଓଡିଶାର ପର୍ଯ୍ୟଟନ କ୍ଷେତ୍ର ପାତି ସୁନାପୁର ବେଳାଭୂମୀ ଠାରେ ଥିବା ହନୁମାନ ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗ୍ରାମର ଯୁବଗୋଷ୍ଟୀ ଏବଂ ସ୍ନେକ ହେଲ୍ପ ଲାଇନର ସଦସ୍ୟମାନଙ୍କ ଦ୍ୱାରା ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ ଧର ବେହେରା, ସମିତିସଭ୍ୟ ଅମୂଲ୍ୟ ବେହେରା, ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ କରୁଣାକର ବେହେରା ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ଏହା ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବା ବେଳେ ଏହାର ପ୍ରବେଶ ପଥରେ ଥିବା ଏହି ମନ୍ଦିରକୁ ସୁନ୍ଦର ରୂପେ ଗଢିତୋଲିବା ପାଇଁ ସ୍ଥାନୀୟ ଯୁବଗୋଷ୍ଟୀ ପ୍ରଚେଷ୍ଟା ଜାରୀ ରଖିଛନ୍ତି । ସେହିପର ସ୍ନେକ ହେଲପ ଲାଇନ ସଦସ୍ୟମାନଙ୍କ ସଂଯୋଜନା ଦ୍ୱାରା ହୋଇଥିବା ବୃକ୍ଷ ରୋପଣ ଏହାର ସୌନ୍ଦର୍ଯ୍ୟ ଆହୁରି ବୃଦ୍ଧି କରିବ ବୋଲି ସ୍ଥାନୀୟ ଯୁବ ଗୋଷ୍ଟୀର ସଦସ୍ୟମାନେ କହିଥିଲେ । ଆଜିର ଏହି ବୃକ୍ଷ ରୋପଣରେ ଯଶୋବନ୍ତ ବେହେରା (ତୋଫାନ), ନାରାୟଣ ବେହେରା, ମୀନ କେତନ ବେହେରା, ବାବୁଲା ସେଠୀ, ମନ୍ଦିର ପୂଜକ ମୁନା ପାଢୀ, ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧିନ ସାହୁ, ସନ୍ଦୀପ ସେଠୀ, ଶ୍ରୀକାନ୍ତ ନାହାକ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ ପକ୍ଷରୁ ବକ୍ତୃତା ପ୍ରତିଯୋଗିତା

ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ ପକ୍ଷରୁ ବକ୍ତୃତା ପ୍ରତିଯୋଗିତା

Read More...

ସମିତିସଭ୍ୟଙ୍କୁ ଆକ୍ରମଣ ଓ ହତ୍ୟା ଧମକ, ୱାର୍ଡ ସଭ୍ୟ ଗିରଫ

ସମିତିସଭ୍ୟଙ୍କୁ ଆକ୍ରମଣ ଓ ହତ୍ୟା ଧମକ, ୱାର୍ଡ ସଭ୍ୟ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: