ସମିତିସଭ୍ୟଙ୍କୁ ଆକ୍ରମଣ ଓ ହତ୍ୟା ଧମକ, ୱାର୍ଡ ସଭ୍ୟ ଗିରଫ

July 23, 2022, ଅପରାଧ, ଗଞ୍ଜାମ, Swadhina Kumar Sahu
ସମିତିସଭ୍ୟଙ୍କୁ ଆକ୍ରମଣ ଓ ହତ୍ୟା ଧମକ, ୱାର୍ଡ ସଭ୍ୟ ଗିରଫ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
July 23, 2022

ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ କୁଠାରସିଙ୍ଗି ପଞ୍ଚାୟତର ସମିତିସଭ୍ୟ ଆଶିଷ ରାଉଲଙ୍କୁ ଆକ୍ରମଣ ସହ ହତ୍ୟା ଧମକ ଦେଇଥିବା ନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାରେ ସମ୍ପୂକ୍ତ ଥିବା ଉକ୍ତ ପଞାଚ୍ୟତର ୯ ନମ୍ବର ୱାର୍ଡ ସଭ୍ୟ ଏନ ଲିମାୟା ରେଡ୍ଡୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ ଗତକାଲି ସମିତିସଭ୍ୟ ଜଣଙ୍କ ସନ୍ଧ୍ୟା ସମୟରେ ଜଲଖିଆ ଖାଇବା ପାଇଁ ଗୋଲନ୍ଥରା ଚଟିକୁ ଯାଇଥିଲେ । ଏହି ସମୟରେ ୱାର୍ଡ ସଭ୍ୟ ଜଣଙ୍କ ତାଙ୍କୁ ଆସି ମାରପିଟ କରିବା ସହ ଅସଭ୍ୟ ଭାଷାରେ ଗାଲି କରିଥିଲେ ଏବଂ ଜିବନରୁ ମାରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ଏନେଇ ସେ ଗତକାଲି ଗୋଳନ୍ଥରା ଥାନାରେ ଲିଖିତ ଅବିଯୋଗ କରିଥିବା ବେଳେ ସମିତିସଭ୍ୟ ଏବଂ ୱାର୍ଡ ସଭ୍ୟଙ୍କ ମଧ୍ୟରେ ପୂର୍ବରୁ ମଧ୍ୟ ପଞ୍ଚାୟତ ବୈଠକରେ ପାଟିତୁଣ୍ଡ ହୋଇଥିବା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ଏହାକୁ ନେଇ କାଲି ରାତ୍ରୀ ସମୟରେ ସମିତିସଭ୍ୟଙ୍କ ସମର୍ଥକମାନେ ଥାନାକୁ ଆସି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଥାନାଧିକାରୀଙ୍କୁ ନିବେଦନ କରିଥିଲେ । ଏହି ଘଟଣାରେ ଏକ ମାମଲା ରୁଜୁ କରି ଗୋଳନ୍ଥରା ପୋଲିସ ୱାର୍ଡ ସଭ୍ୟଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାତି ସୁନାପୁର ହନୁମାନ ମନ୍ଦିର ପରିସରରେ ବୃକ୍ଷ ରୋପଣ

ପାତି ସୁନାପୁର ହନୁମାନ ମନ୍ଦିର ପରିସରରେ ବୃକ୍ଷ ରୋପଣ

Read More...

ବିଦ୍ୟୁତ ପୁରି ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବିଦ୍ୟୁତ ପୁରି ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: