ଜିଲ୍ଲାସ୍ତରୀୟ ପ୍ରଧାନାଚାର୍ଯ୍ଯ ଓ ସଂପାଦକ ସମ୍ମିଳନୀ ଶିବିର ଅନୁଷ୍ଠିତ

July 30, 2022, ଓଡ଼ିଶା, ଗଞ୍ଜାମ, Kiran Behera
ଜିଲ୍ଲାସ୍ତରୀୟ ପ୍ରଧାନାଚାର୍ଯ୍ଯ ଓ ସଂପାଦକ ସମ୍ମିଳନୀ ଶିବିର ଅନୁଷ୍ଠିତ
Kiran Behera
[ Reporter,Digapahandi ]
Bhagyaprabha News Bureau
July 30, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସରସ୍ଵତୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଶନିବାର ଦିନ ଏକ ଜିଲ୍ଲାସ୍ତରୀୟ ପ୍ରଧାନାଚାର୍ଯ୍ଯ ଓ ସଂପାଦକ ସମ୍ମିଳନୀ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାମନ୍ଦିର ପ୍ରଧାନାଚାର୍ଯ୍ଯ ଲକ୍ଷ୍ମୀକାନ୍ତ ମିଶ୍ର ଓ ଭଗବତୀ ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ଦକ୍ଷିଣ - ପୂର୍ବ ସଂଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଓ ଗଞ୍ଜାମ ଜିଲ୍ଲା ନିରୀକ୍ଷକ ସରୋଜ କୁମାର ପଟ୍ଟନାୟକ ମିଳିତ ଭାବେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିଥିଭାବେ ଅବସରପ୍ରାପ୍ତ ଯାଜପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ . ବିନାୟକ ଦାସ , ଚିକିତ୍ସକ ତଥା ଦକ୍ଷିଣ- ପୂର୍ବ ସଂଭାଗ ସଭାପତି ତାରାପ୍ରସାଦ ଦାସ , ଗଞ୍ଜାମ ବିଭାଗ ପ୍ରମୁଖ ଉପେନ୍ଦ୍ର କୁମାର ପଣ୍ଡା , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାମଚନ୍ଦ୍ର ସାହୁ ଅତିଥିଭାବେ ଯୋଗଦେଇ ନୂତନ ଶିକ୍ଷାନୀତି ୨୦୨୦ ଉପରେ ଆଲୋକପାତ କରିଥିଲେ । ଏହି ସମ୍ମିଳନୀରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ୧୨୦ ଜଣ ପ୍ରଧାନାଚାର୍ଯ୍ଯ ଓ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିବା ବେଳେ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଦୁଇଦିନ ଧରି ଚାଲୁରହିବ ବୋଲି ବିଦ୍ୟାମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିଜ କଲେଜ ବିକାଶରେ ସକ୍ରିୟ ଯୋଗଦାନ ଦିଅନ୍ତୁ ପୁର୍ବତନ ବିଦ୍ୟାର୍ଥୀ - ଆକାଶ ଦାଶ ନାୟକ

ନିଜ କଲେଜ ବିକାଶରେ ସକ୍ରିୟ ଯୋଗଦାନ ଦିଅନ୍ତୁ ପୁର୍ବତନ ବିଦ୍ୟାର୍ଥୀ - ଆକାଶ ଦାଶ ନାୟକ

Read More...

ପୋଖରୀରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ : ଥାନାରେ ଅପମୃତ୍ୟୁ ମାମଲା ରୁଜୁ

ପୋଖରୀରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ : ଥାନାରେ ଅପମୃତ୍ୟୁ ମାମଲା ରୁଜୁ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: