ନିଜ କଲେଜ ବିକାଶରେ ସକ୍ରିୟ ଯୋଗଦାନ ଦିଅନ୍ତୁ ପୁର୍ବତନ ବିଦ୍ୟାର୍ଥୀ - ଆକାଶ ଦାଶ ନାୟକ

July 31, 2022, ସାକ୍ଷାତକାର, ଗଞ୍ଜାମ, Swadhina Kumar Sahu
ନିଜ କଲେଜ ବିକାଶରେ ସକ୍ରିୟ ଯୋଗଦାନ ଦିଅନ୍ତୁ ପୁର୍ବତନ ବିଦ୍ୟାର୍ଥୀ - ଆକାଶ ଦାଶ ନାୟକ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
July 31, 2022

ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ମୋ କଲେଜ ଅଭିଯାନରେ ସକ୍ରିୟ ଭାବେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ଅଧକ୍ଷ ତଥା ପୂର୍ବତନ ବିଧାୟକ ଆକାଶ ଦାସ ନାୟକ । ଯେଉଁ କଲେଜ ଆମକୁ ପରିଚୟ ଦେଇଛି ତାହାର ବିକାଶରେ ସାମିଲ ହେବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି । ଏହା ସହ ପ୍ରତିଟି ପୂର୍ବତନ ଛାତ୍ରଙ୍କ ପାଖରେ ଥିବା ଜ୍ଞାନ ଏବଂ କଳାକୁ ବର୍ତ୍ତମାନର ଛାତ୍ରଙ୍କ ନିକଟରେ ଆଦାନ ପ୍ରଦାନ କରିବା ଦ୍ୱାରା ଏହା କଲେଜର କୀର୍ତ୍ତୀରାଜିକୁ ଆହୁରି ବୃଦ୍ଧି କରିବ ବୋଲି ସେ କହିଛନ୍ତି । ଆଜି ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟ ପରିସରରେ ମୋ କଲେଜ ଅନୁଦାନରେ ନବନିର୍ମିତ ହୋଇଥିବା ବାଣିଜ୍ୟ ବିଭାଗର ଇ ଲାଇବେରୀ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁ ଆସିଥିଲେ । ଏହି ଅବସରରେ ଷ୍ଟେସନ ରୋଡ ସ୍ଥିତ ସର୍କିଟ ହାଉସ ବୈଠକ ଗୃହରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମୋ କଲେଜ ଅଧକ୍ଷଙ୍କ ସମେତ ନିର୍ମାଣ ଶ୍ରମିକ ବୋର୍ଡର ଅଧକ୍ଷ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଡେପୁଟି ମେୟର ଇ. ବିବେକ ରେଡ୍ଡୀ, ବିଜେଡି ରାଜ୍ୟ ସମ୍ପାଦକ ସୁବାସ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶ୍ରୀ ଶ୍ରୀ ବଡ ମା'ଙ୍କ ୧୨୯ ତମ ଜନ୍ମ ମହୋତ୍ସବ ପାଳିତ

ଶ୍ରୀ ଶ୍ରୀ ବଡ ମା'ଙ୍କ ୧୨୯ ତମ ଜନ୍ମ ମହୋତ୍ସବ ପାଳିତ

Read More...

ଜିଲ୍ଲାସ୍ତରୀୟ ପ୍ରଧାନାଚାର୍ଯ୍ଯ ଓ ସଂପାଦକ ସମ୍ମିଳନୀ ଶିବିର ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ପ୍ରଧାନାଚାର୍ଯ୍ଯ ଓ ସଂପାଦକ ସମ୍ମିଳନୀ ଶିବିର ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: