ଶ୍ରୀ ଶ୍ରୀ ବଡ ମା'ଙ୍କ ୧୨୯ ତମ ଜନ୍ମ ମହୋତ୍ସବ ପାଳିତ

July 31, 2022, ଓଡ଼ିଶା, ଗଞ୍ଜାମ, Kiran Behera
ଶ୍ରୀ ଶ୍ରୀ ବଡ ମା'ଙ୍କ ୧୨୯ ତମ ଜନ୍ମ ମହୋତ୍ସବ ପାଳିତ
Kiran Behera
[ Reporter,Digapahandi ]
Bhagyaprabha News Bureau
July 31, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି କଳିଙ୍ଗ ବୈଶ୍ଯ ଭବନ ପରିସରରେ ଶନିବାର ଦିନ ପରମ ଆରାଧ୍ଯା ଶ୍ରୀ ଶ୍ରୀ ବଡ ମା'ଙ୍କ ୧୨୯ ତମ ଶୁଭ ଜନ୍ମ ମହୋତ୍ସବ ପାଳିତ ହୋଇଯାଇଛି । ଠାକୁର ଅନୁକୂଳ ଚନ୍ଦ୍ର ସତସଙ୍ଗ କେନ୍ଦ୍ର ଆନୁକୂଲ୍ୟରେ ମହୋତ୍ସବ ସଭାପତି ତଥା ଋତ୍ବିକ ବୃନ୍ଦାବନ ପ୍ରଧାନ ସଭାପତିତ୍ବ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଋତ୍ବିକ ନିରଞ୍ଜନ ବେହେରା ମୂଖ୍ଯ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଯାଜକ ଦେବଦାସ ଭୂୟାଁ , ରୋହିତ କୁମାର ସାମଲ ଏବଂ ସୁଦାମ ପ୍ରଧାନ ମଞ୍ଚାସୀନ ଥିଲେ । ସମାଜରେ ଶାନ୍ତି , ପ୍ରେମ , ସଂହତି ବଜାୟ ରଖି ଏକ ସଂସ୍କାର ପୂର୍ଣ୍ଣ ଜୀବନଶୈଳୀ ଅତିବାହିତ କରିବା ପାଇଁ ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଏବଂ ଶ୍ରୀ ଶ୍ରୀ ବଡ ମା'ଙ୍କ ଭାବାଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବାକୁ ଋତ୍ବିକ ବେହେରା ଉପଦେଶ ଦେଇଥିଲେ । ଏହି ଅବସରରେ ୧୧ ଜଣ ନୂତନ ଭାବେ ଦୀକ୍ଷା ଗ୍ରହଣ କରିଥିଲେ । ସକାଳୁ ନଗର ପରିକ୍ରମା , ନାମ ଜପ ଏବଂ ଧର୍ମ ଗ୍ରନ୍ଥାଦି ପାଠ କରାଯାଇଥିଲା । କୁରେଶୁ ଡାକୁଆ, ଡ. ଯୁଧିଷ୍ଠିର ସ୍ବାଇଁ , ଡ.ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ , ତ୍ରିପତି ବେହେରା , ବି.ଦାଶରଥି , ଏସ୍ .କ୍ରିଷ୍ଣାରାଓ , ପି . ପ୍ରଶାନ୍ତ ପାତ୍ର , ଉଦୟନାଥ ସ୍ବାଇଁ , ସତ୍ଯ ରାଓ ପ୍ରମୁଖ ଉତ୍ସବ ପରିଚାଳନା କରିଥିବା ବେଳେ ଚିକିଟି , ପାତ୍ରପୁର , କରପଡା , ଡେଙ୍ଗାଓସ୍ତା ଏବଂ ଦିଗପହଣ୍ଡିର ବହୁ ଅନୁଗାମୀ ଏଥିରେ ଯୋଗ ଦେଇଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନାଚଗୀତର ତାଳେ ତାଳେ କୁନି ବିଦ୍ୟାର୍ଥୀଙ୍କୁ ପାଠ ପଢାଇଲେ ୨ ଅଙ୍ଗନୱାଡ଼ି ଦିଦି

ନାଚଗୀତର ତାଳେ ତାଳେ କୁନି ବିଦ୍ୟାର୍ଥୀଙ୍କୁ ପାଠ ପଢାଇଲେ ୨ ଅଙ୍ଗନୱାଡ଼ି ଦିଦି

Read More...

ନିଜ କଲେଜ ବିକାଶରେ ସକ୍ରିୟ ଯୋଗଦାନ ଦିଅନ୍ତୁ ପୁର୍ବତନ ବିଦ୍ୟାର୍ଥୀ - ଆକାଶ ଦାଶ ନାୟକ

ନିଜ କଲେଜ ବିକାଶରେ ସକ୍ରିୟ ଯୋଗଦାନ ଦିଅନ୍ତୁ ପୁର୍ବତନ ବିଦ୍ୟାର୍ଥୀ - ଆକାଶ ଦାଶ ନାୟକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: