ମାନସିକ ଭାରସାମ୍ୟ ହରାଇ ରାଜମିସ୍ତ୍ରୀଙ୍କ ଆତ୍ମହତ୍ୟା : ମୃତଦେହ ଜବତ

August 06, 2022, ଅପରାଧ, ଗଞ୍ଜାମ, Kiran Behera
ମାନସିକ ଭାରସାମ୍ୟ ହରାଇ ରାଜମିସ୍ତ୍ରୀଙ୍କ ଆତ୍ମହତ୍ୟା : ମୃତଦେହ ଜବତ
Kiran Behera
[ Reporter,Digapahandi ]
Bhagyaprabha News Bureau
August 06, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ବାଘମରା ସାହିର ଜଣେ ରାଜମିସ୍ତ୍ରୀ ଭାବେ କାମ କରୁଥିବା ରବିଚନ୍ଦ୍ର ପ୍ରଧାନ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣାସ୍ଥଳରେ କେ . ନୂଆଗାଁ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା । ଖବରନୁଯାୟୀ , ମୃତ ରବିଚନ୍ଦ୍ର ଭୁବନେଶ୍ଵର ଠାରେ ରହି ରାଜମିସ୍ତ୍ରୀ ଭାବେ କାମ କରି ପରିବାର ପୋଷଣ କରୁଥିଲେ । ଗତ କିଛିଦିନ ପୂର୍ବେ ସ୍ତ୍ରୀ ପିଲାଙ୍କୁ ଛାଡି ସେ ଭୁବନେଶ୍ୱରରୁ ନିଜ ଗାଁକୁ ଆସିଥିଲେ । ଘରେ ତାଙ୍କର ବୁଢ଼ୀ ମାଆଙ୍କ ବ୍ୟତୀତ ଆଉ ଘରେ କିଏ ରହୁନଥଲେ । ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢେ ୧୧ ଟାରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରବିଙ୍କ ସ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ । ସ୍ତ୍ରୀ ଓ ପିଲା ମାନେ ଭୁବନେଶ୍ୱରରୁ ଆସି ସନ୍ଧ୍ୟାରେ ଗ୍ରାମରେ ପହଞ୍ଚିବା ପରେ ପୋଲିସ ଅପମୃତ୍ୟୁ ମାମଲା ନଂ.୧୦/୨୨ ଅନୁଯାୟୀ ଶୁକ୍ରବାର ବ୍ରହ୍ମପୁର ବଡ ଡାକ୍ତରଖାନାରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପକ୍ଷରୁ ବୀର ଯବାନଙ୍କ ପାଇଁ କ୍ୟାମ୍ପସରୁ ରାକ୍ଷୀ ସଂଗ୍ରହ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପକ୍ଷରୁ ବୀର ଯବାନଙ୍କ ପାଇଁ କ୍ୟାମ୍ପସରୁ ରାକ୍ଷୀ ସଂଗ୍ରହ

Read More...

ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ କୃପାସିନ୍ଧୁ ପଣ୍ଡାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ସଭା

ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ କୃପାସିନ୍ଧୁ ପଣ୍ଡାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ସଭା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: