ଅଖିଳ ଭାରତୀୟ ବିଦ୍ୟାର୍ଥୀ ପକ୍ଷରୁ ବୀର ଯବାନଙ୍କ ପାଇଁ କ୍ୟାମ୍ପସରୁ ରାକ୍ଷୀ ସଂଗ୍ରହ

August 06, 2022, ବିଶେଷ, ଗଞ୍ଜାମ, Kiran Behera
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପକ୍ଷରୁ ବୀର ଯବାନଙ୍କ ପାଇଁ କ୍ୟାମ୍ପସରୁ ରାକ୍ଷୀ ସଂଗ୍ରହ
Kiran Behera
[ Reporter,Digapahandi ]
Bhagyaprabha News Bureau
August 06, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନଗର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଶୁକ୍ରବାର ଦିନ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଦେଶବାସୀଙ୍କୁ ସୁରକ୍ଷା ଦେଉଥିବା ସାମରିକ ବିଭାଗର କାର୍ଯ୍ୟରତ ବୀର ଯବାନଙ୍କ ପାଇଁ ରାକ୍ଷୀ ଓ ଶୁଭେଚ୍ଛା ପତ୍ର ସଂଗୃହୀତ କରାଯାଇଥିବା ଜଣାପଡିଛି । ଖବରନୁଯାୟୀ , ଭାଇ ଓ ଭଉଣୀର ପବିତ୍ର ସମ୍ପର୍କ ହେଉଛି ରକ୍ଷା ବନ୍ଧନ । ଭାଇ ନିଜ ଭଉଣୀକୁ ସୁରକ୍ଷା ଦେବା ପାଇଁ ଏହି ଦିନ ପାଳନ କରାଯାଇଥାଏ । ତେବେ ଭାରତୀୟ ସାମରିକ ବିଭାଗରେ କାର୍ଯ୍ୟରତ ବୀର ଯବାନ ମାନେ ନିଜ ରକ୍ତ ସମ୍ପର୍କ ଭଉଣୀମାନଙ୍କୁ ଛାଡି ଦେଶବାସୀଙ୍କ ସୁରକ୍ଷା ଲାଗି ସିମାନ୍ତ ଅଞ୍ଚଳରେ ଜଗି ରହିଛନ୍ତି । ଯାହାଫଳରେ ଆଜି ଏହି ପବିତ୍ର ସମ୍ପର୍କ ବଜାଇ ରଖିବା ପାଇଁ ଏବିଭିପି କର୍ମକର୍ତ୍ତା ମାନେ ଏହି ଅଭିଯାନ ମାଧ୍ୟମରେ ନିଆରା ପ୍ରୟାସ କରିଛନ୍ତି । ଏପରିକି କାର୍ଯ୍ୟକର୍ତ୍ତା ମାନେ ବିଭିନ୍ନ ମହାବିଦ୍ୟାଳୟ ଓ ଶିକ୍ଷା କେନ୍ଦ୍ର ଗୁଡ଼ିକରେ ପହଞ୍ଚି ଯବାନ ଭାଇଙ୍କ ପାଇଁ ରାକ୍ଷୀ ଓ ଶୁଭେଚ୍ଛା ଚିଠି ସଂଗ୍ରହ କରିଥିଲେ । ଏହି ଅଭିଯାନ ମାଧ୍ୟମରେ ବଡ଼ଖେମୁଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନ ତଥା ଖେମୁଣ୍ଡି ମହାବିଦ୍ୟାଳୟ , ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ , ପୋଡାମାରି ସ୍ଥିତ ଉଚ୍ଚ ମାଧ୍ୟମିକ ଶୈକ୍ଷିକ ବିଦ୍ୟାଳୟ , ଦିଗପହଣ୍ଡି ସ୍ଥିତ ଗ୍ରେଟ୍ ଏଜୁକେସନ୍ କୋଚିଂ ସେଣ୍ଟରରୁ ଯବାନଙ୍କ ପାଇଁ ଶତାଧିକ ରାକ୍ଷୀ ଓ ଶୁଭେଚ୍ଛା ପତ୍ର ସଂଗ୍ରହ କରଯାଇଛି । ଅନେକ ଛାତ୍ରୀମାନେ ଉତ୍ସାହ ସହକାରେ ଦେଶର ଯବାନ ଭାଇମାନଙ୍କୁ ରାକ୍ଷୀ ପ୍ରଦାନ କରିଥିଲେ ଏହି ଅଭିଯାନକୁ ଗଞ୍ଜାମ ବିଭାଗ ସୋସିଆଲ ମିଡ଼ି଼ଆ ପ୍ରମୁଖ ସୁନୀଲ କୁମାର ଦୋରା ଓ ଦିଗପହଣ୍ଡି ନଗର ସମ୍ପାଦକ ଅମିତ୍ କୁମାର ରଥ , ସହ ପ୍ରମୁଖ ହରିକୃଷ୍ଣ ଦୋରା , ବିଜୟ ସମେତ ଏହି ଅଭିଯାନର ସଂଯୋଜିକା ମୋନାଲିକା , ସୁନେନା ନନ୍ଦ ସମେତ ବହୁ ଛାତ୍ରୀ ଓ କାର୍ଯ୍ୟକର୍ତ୍ତା ମାନେ ସମସ୍ତ କଲେଜ ପରିସରରେ ପହଞ୍ଚି ରାକ୍ଷୀ ଓ ଶୁଭେଚ୍ଛା ପତ୍ର ସଂଗ୍ରହ କରି ପିଲାଙ୍କ ମନରେ ଦେଶ ଭକ୍ତି ସୃଷ୍ଟି କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଳିତ ଶିଶୁକନ୍ୟା କୁ ପାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ମହିଳା

ପାଳିତ ଶିଶୁକନ୍ୟା କୁ ପାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ମହିଳା

Read More...

ମାନସିକ ଭାରସାମ୍ୟ ହରାଇ ରାଜମିସ୍ତ୍ରୀଙ୍କ ଆତ୍ମହତ୍ୟା : ମୃତଦେହ ଜବତ

ମାନସିକ ଭାରସାମ୍ୟ ହରାଇ ରାଜମିସ୍ତ୍ରୀଙ୍କ ଆତ୍ମହତ୍ୟା : ମୃତଦେହ ଜବତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: